Categories: Home Leftଖେଳ

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଗତ କିଛି ମ୍ୟାଚରେ ସଞ୍ଜୁ ଫର୍ମରେ ନଥିଲେ ସତ, କିନ୍ତୁ ଟି-୨୦ ୱାଲର୍‌ଡ କପ୍‌ର ‘ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ’ଙ୍କୁ ଏଭଳି ଦଳରୁ ବାଦ୍‌ ଦେବା ସିଲେକ୍ସନ କମିଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଏକ ରିପୋର୍ଟରେ BCCIର ଜଣେ ବରିଷ୍ଠ ଅଧିକାରୀ ସଞ୍ଜୁ ସାମସନଙ୍କୁ ବାହାରେ ରଖିବାର ଅସଲ କାରଣ ସ୍ପଷ୍ଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, BCCIର ବରିଷ୍ଠ ଅଧିକାରୀ ଜଣକ ଚୟନକର୍ତ୍ତାଙ୍କ ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚୟନକର୍ତ୍ତାମାନେ ଜିମ୍ବାୱେ ବିପକ୍ଷରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲେ। ଯଦି ସଞ୍ଜୁ ସାମସନ ଦଳରେ ରହିଥାନ୍ତେ, ତେବେ ମଧ୍ୟ ତାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିନଥାନ୍ତା। ସଞ୍ଜୁ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଏସିଆନ ଗେମ୍ସ ଦଳର ଅଂଶ ଅଛନ୍ତି, ତେଣୁ ତାଙ୍କର ୱାର୍କଲୋଡ (କାର୍ଯ୍ୟଭାର)କୁ ଦୃଷ୍ଟିରେ ରଖି ଏହି ସିରିଜ୍‌ରେ ତାଙ୍କୁ ବିଶ୍ରାମ ଦିଆଯାଇଛି।

BCCI ଅଧିକାରୀ କହିଛନ୍ତି, “ସଞ୍ଜୁ ସାମସନଙ୍କୁ ଜିମ୍ବାୱେ ସିରିଜ ପାଇଁ ବିଶ୍ରାମ ଦେବାରେ ଏତେ ଆଶ୍ଚର୍ଯ୍ୟ ହେବାର କେଉଁ କଥା ଅଛି? ସଞ୍ଜୁ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆନ ଗେମ୍ସ ସ୍କୱାଡର ସଦସ୍ୟ ଅଛନ୍ତି। ସିଲେକ୍ସନ କମିଟିକୁ ସମାଲୋଚନା କରୁଥିବା ଲୋକମାନେ ଟିକେ ଚିନ୍ତା କରିବା ଉଚିତ୍‌। ସଞ୍ଜୁଙ୍କୁ କେବଳ ଦଳ ସହ ନେଇ ଯିବାର କ’ଣ ମାନେ ଅଛି, ଯଦି ସେ ମ୍ୟାଚ ଖେଳିବେ ନାହିଁ। ସେ ଜଣେ ସିନିୟର ଖେଳାଳି ଏବଂ ତାଙ୍କୁ ଆଗାମୀ ବଡ଼ ଟୁର୍ନାମେଣ୍ଟ ପାଇଁ ଫ୍ରେସ୍‌ ରଖିବା ଜରୁରୀ।”

Odisha’s No.1 Odia Daily