Posted inଖେଳ

୨୦୨୫ରେ ରୋହିତ-ବିରାଟଙ୍କୁ ବଡ଼ ଝଟ୍‌କା ଦେବ BCCI? ହୋଇପାରେ କୋଟି କୋଟି ଟଙ୍କାର କ୍ଷତି, ଏହି ଖେଳାଳି ପାଇବେ ଲାଭ…

ନୂଆଦିଲ୍ଲୀ,୧।୧: ଟିମ୍‌ ଇଣ୍ଡିଆ ଲାଗି ବର୍ଷ ୨୦୨୪ ବେଶ ରୋମାଞ୍ଚକର ଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଏହି ବର୍ଷ ଫିକା ପଡ଼ିଥିବା ବେଳେ ଯଶସ୍ବୀ ଜୈସଓ୍ବାଲ ଏବଂ ନୀତୀଶ କୁମାର ରେଡ୍ଡି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଏଥିନେଇ ବିସିସିଆଇ ୨୦୨୫ରେ ବଡ଼ ଅଦଳବଦଳ କରିପାରେ ବୋଲି କୁହାଯାଉଛି। ବୋର୍ଡ ଟିମ୍‌ ଇଣ୍ଡିଆର ଭେଟେରାନଙ୍କୁ ବଡ଼ ଝଟ୍‌କା ଦେଇ ଏ+ ଗ୍ରେଡରୁ ଗ୍ରେଡ ଏକୁ ଆଣିପାରେ। ସେହିଭଳି ଜୈସଓ୍ବାଲ ଏବଂ ରେଡ୍ଡିଙ୍କ ଭଳି ଯୁବ ଖେଳାଳିଙ୍କ ପ୍ରମୋଶନ କରିଦେଇପାରେ। ଆସନ୍ତୁ ଜାଣିବା ଟିମ୍‌ ଇଣ୍ଡିଆର ଏଭଳି କିଛି ଖେଳାଳିଙ୍କ ବିଷୟରେ, ଯେଉଁମାନଙ୍କ ମଧ୍ୟରୁ ବିସିସିଆଇ କାହାର ବି ପ୍ରମୋଶନ ନଚେତ ଡିମୋଶନ କରିପାରେ।

ରୋହିତ ଶର୍ମା-ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବର୍ଷ ୨୦୨୪ ବେଶ ଖରାପ ରହିଥିଲା। ସେ ଟିମ୍‌ ଇଣ୍ଡିଆକୁ ୨୦୨୪ରେ ଟି୨୦ ବିଶ୍ୱକପ୍‌ ଜିତାଇଥିଲେ ହେଁ ବର୍ଷସାରା ବ୍ୟାଟିଂ ଏବଂ ଅଧିନାୟକତ୍ୱରେ ଫିକା ପଡ଼ିଥିଲେ। ଏହି ଖରାପ ପ୍ରଦର୍ଶନକୁ ନେଇ ବିସିସିଆଇ ତାଙ୍କୁ ଗ୍ରେଡ୍‌ ଏକୁ ଆଣିପାରେ। ଏବେ ରୋହିତଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଛି। ଯଦି ସେ ଏ ଗ୍ରେଡକୁ ଆସନ୍ତି ତେବେ ତାଙ୍କୁ ୫ କୋଟି ଟଙ୍କା ଦରମା ମିଳିବ।

କୋହଲି- ରୋହିତଙ୍କ ଭଳି କୋହଲିଙ୍କ ଅବସ୍ଥା ସମାନ ରହିବ। ୨୦୨୪ରେ ବିରାଟଙ୍କ ପ୍ରଦର୍ଶନ ରୋହିତଙ୍କ ଭଳି ରହିଛି। ଉଭୟଙ୍କ ଫର୍ମ ଏବଂ ପ୍ରଦର୍ଶନରେ ସେତେଟା ପ୍ରାର୍ଥକ୍ୟ ନାହିଁ। ବିରାଟ ମଧ୍ୟ ଏ+ ଗ୍ରେଡରେ ଥିବା ବେଳେ ତାଙ୍କୁ ୭ କୋଟି ଟଙ୍କା ମିଳୁଛି। ହେଲେ ବିସିସିଆଇ ଯଦି ତା ଉପରେ ଡିମୋଶନର ନିଷ୍ପତ୍ତି ନିଏ ତେବେ ତାଙ୍କର କୋଟି କୋଟି ଟଙ୍କାର କ୍ଷତି ହୋଇପାରେ।

ଯଶସ୍ବୀ ଜୈସଓ୍ବାଲ: ଯଶସ୍ବୀ ୨୦୨୪ରେ ଟେଷ୍ଟରେ ୧୪୭୮ ରନ୍‌ କରିଛନ୍ତି। ସେ ଗତ ବର୍ଷ ମଧ୍ୟ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ପାଲଟିଥିଲେ। ଏବେ ବିସିସିଆଇ ତାର ଫଳ ତାଙ୍କୁ ୨୦୨୫ରେ ଦେଇପାରେ। ବର୍ତ୍ତମାନ କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ବିରେ ସେ ଅଛନ୍ତି। ବର୍ଷକୁ ତାଙ୍କୁ ୩ କୋଟି ମିଳୁଛି। ଏବେ ସେ ଗ୍ରେଡ୍‌ ଏକୁ ଆସିପାରନ୍ତି। ବିସିସିଆଇ ତାଙ୍କର ପ୍ରମୋଶନ କରିପାରେ।

ନୀତିଶ କୁମାର ରେଡ୍ଡି: ଅଷ୍ଟ୍ରେଲିଆ ଗସ୍ତରେ ଚମକିଥିବା ନୀତୀଶ ଏଯାବତ ୪ ଟେଷ୍ଟ ଖେଳିଛନ୍ତି। ସେ ୩ ନଚେତ ତଦ୍ଦୁର୍ଦ୍ଧ ଟେଷ୍ଟ ଖେଳିଛନ୍ତି। ଏମିତିରେ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସେ ସି ଗ୍ରେଡ୍‌ରେ ସାମିଲ ହୋଇଛନ୍ତି। ଏହି କାଟାଗୋରୀରେ ଖେଳାଳିଙ୍କୁ ବାର୍ଷିକ ୧ କୋଟି ଟଙ୍କା ମିଳୁଛି। ହେଲେ ବିସିସିଆଇ ରେଡ୍ଡିଙ୍କ ଜବରଦସ୍ତ ଖେଳ ଦେଖି ତାଙ୍କ କାଟାଗୋରୀ ବଢ଼ାଇପାରନ୍ତି। ଏମିତିରେ ତାଙ୍କ ପାଉଣା ମଧ୍ୟ ବଢ଼ିଯିବ।

ଋଷଭ ପନ୍ତ: ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ ନୈରାଶ୍ୟଜନକ ରହିଛି। ସେ ଚାରିଟି ମ୍ୟାଚ୍‌ରେ ମାତ୍ର ୧୫୪ ରନ ସ୍କୋର କରିଛନ୍ତି। ଆବଶ୍ୟକ ସମୟରେ ସେ ଦଳ ପାଇଁ ଉପଯୋଗୀ ବୋଲି ପ୍ରମାଣ କରିପାରି ନାହାନ୍ତି। ସମ୍ପ୍ରତି, ପନ୍ତ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ବି ଗ୍ରେଡ ରେ ଅଛନ୍ତି। କିନ୍ତୁ ତାଙ୍କ ପ୍ରଦର୍ଶନକୁ ଦେଖିଲେ ବିସିସିଆଇ ତାଙ୍କୁ ଏକ ବଡ ଝଟକା ଦେଇପାରେ ଏବଂ ତାଙ୍କୁ ଚଳିତ ବର୍ଷ ସି ଗ୍ରେଡକୁ ପଠାଇପାରେ।

ରବିନ୍ଦ୍ର ଜାଡେଜା: ଅଷ୍ଟ୍ରେଲିଆ ଗସ୍ତରେ ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ମଧ୍ୟ ବିଶେଷ ହୋଇନାହିଁ। ଜାଡେଜା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି ଏବଂ ଦୋଷ ମଧ୍ୟ ତାଙ୍କ ଉପରେ ପଡିପାରେ। ଜାଡେଜା ବିସିସିଆଇର ଏ + ଗ୍ରେଡ ତଳକୁ ଆସିପାରନ୍ତି। ସେ ଟି -୨୦ ବିଶ୍ୱକପରେ ମାତ୍ର ୩୫ ରନ ସଂଗ୍ରହ କରିଥିଲେ। ଏପରିକି ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ତାଙ୍କ ପ୍ରଦର୍ଶନ ଆଶା ଅନୁଯାୟୀ ହୋଇନାହିଁ।

କେ.ଏଲ ରାହୁଲ ଏବଂ ଶୁଭମନ ଗିଲ:ବର୍ଡର ଗାଭାସ୍କର ଟ୍ରଫିରେ କେ.ଏଲ୍‌ ରାହୁଲଙ୍କ ପ୍ରଦର୍ଶନ ଭଲ ରହିଛି। ସେ ୨୦୨୪ ରେ ୯ ଟି ମ୍ୟାଚରେ ୪୯୩ ରନ ସଂଗ୍ରହ କରିଛନ୍ତି। ସେ ଏ ଗ୍ରେଡ ଖେଳାଳୀ। ବିସିସିଆଇ ତାଙ୍କୁ ନେଇ କେଉଁ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକି ରହିଲା। ଶୁଭମନ ଗିଲଙ୍କ ବିଷୟରେ କହିବାକୁ ଗଲେ ସେ (ଏ) ଗ୍ରେଡରେ ମଧ୍ୟ ଅନ୍ତର୍ଭୁକ୍ତ। ସେ ବର୍ଡର ଗାଭାସ୍କର ଟ୍ରଫିରେ ଏପର୍ଯ୍ୟନ୍ତ କେବଳ ଦୁଇଟି ମ୍ୟାଚ ଖେଳିଛନ୍ତି ଏବଂ ତାଙ୍କର ପ୍ରଦର୍ଶନ ମିଶ୍ରିତ ହୋଇଛି। କିନ୍ତୁ ଏହାପୂର୍ବରୁ ସେ ୨୦୨୪ ରେ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିସିସିଆଇ ତାଙ୍କୁ ଏହି ବର୍ଗରେ ରଖିବ ବୋଲି ବିଶ୍ୱାସ କରାଯାଉଛି।

ୱାଶିଂଟନ ସୁନ୍ଦର:ୱାଶିଂଟନ ସୁନ୍ଦର ଅଲରାଉଣ୍ଡର ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ସୁନ୍ଦର ବର୍ତ୍ତମାନ ସି ଗ୍ରେଡ ରେ ଅନ୍ତର୍ଭୁକ୍ତ। କିନ୍ତୁ ୨୦୨୫ରେ, ବିସିସିଆଇ ତାଙ୍କୁ ଗ୍ରେଡ ବି ପଠାଇ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କୃତ କରିପାରେ। ବର୍ଡର ଗାଭାସ୍କର ଟ୍ରଫିରେ ସେ ଟିମ ଇଣ୍ଡିଆ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇଛନ୍ତି।

ସଞ୍ଜୁ ସାମସନ ଏବଂ ଅର୍ଶଦୀପ ସିଂ:ସଞ୍ଜୁ ସାମସନ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୨୦୨୪ ରେ ଉଭୟ ଦଳ ବିପକ୍ଷରେ ଟି -୨୦ ରେ ଶତକ ହାସଲ କରିଥିଲେ। ଘରୋଇ ଟୁର୍ନାମେଣ୍ଟରେ ତାଙ୍କର ରେକର୍ଡ ମଧ୍ୟ ଉତ୍କୃଷ୍ଟ ଥିଲା। ତାଙ୍କୁ ଗ୍ରେଡ ସି ରୁ ଗ୍ରେଡ ବି ପଠାଇ ବିସିସିଆଇ ତାଙ୍କୁ ପ୍ରୋତ୍ସାହିତ କରିପାରେ। ଏଥି ସହିତ, ବିସିସିଆଇ ୨୦୨୫ରେ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ମଧ୍ୟ ଏକ ବଡ଼ ପୁରସ୍କାର ଦେଇପାରେ। ସେ ପ୍ରତ୍ୟେକ ସିରିଜ ଏବଂ ଭ୍ରମଣରେ ନିଜକୁ ପ୍ରମାଣିତ କରିଛନ୍ତି। ସେ ଟି -୨୦ ବିଶ୍ୱକପ୍‌ରେ ମଧ୍ୟ ଦଳ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲର୍‌ ଭାବେ ନିଜକୁ ବୋଲି ପ୍ରମାଣିତ କରିଥିଲେ। ସଞ୍ଜୁଙ୍କ ପରି ସି ଗ୍ରେଡରେ ଆର୍ଶଦୀପ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri