ମୁମ୍ବାଇ, ୮।୭(ପି.ଟି.): ଗତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବହୁଚର୍ଚ୍ଚିତ ‘ଇମ୍ପାକ୍ଟ ପ୍ଲେୟର’ ନିୟମକୁ ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଲାଗୁ କରାଯିବ। ଶୁକ୍ରବାର ଏଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆପେକ୍ସ କାଉନ୍ସିଲ ବୈଠକରେ ଏସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ସୟଦ ମୁସ୍ତାକ ଅଲି ଟି୨୦ରେ ଗତବର୍ଷ ଲାଗୁ କରାଯାଇଥିଲା। ସେତେବେଳେ ଇମ୍ପାକ୍ଟ ପ୍ଲେୟର ୧୪ ଓଭର ଶେଷ ହେବା ପୂର୍ବରୁ ଖେଳିବାକୁ ଆସୁଥିଲେ। ଖେଳାଳିଙ୍କ ନାମ ଟସ୍ ପୂର୍ବରୁ ଘୋଷଣା କରାଯାଇଥିଲା। ଆସନ୍ତା ସିଜନରୁ କିନ୍ତୁ ଏଥିରେ ପରିବର୍ତ୍ତନ କରାଯିବ। ଆଇପିଏଲ୍ ଭଳି ଟିମ୍ଗୁଡ଼ିକ ଟସ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିବା ବ୍ୟତୀତ ସେମାନଙ୍କ ୪ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବାକୁ ହେବ। ଉଭୟ ଦଳକୁ ଜଣେ ଇମ୍ପାକ୍ଟ ଖେଳାଳି ବ୍ୟବହାର ପାଇଁ ଅନୁମତି ରହିବ, କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଇମ୍ପାକ୍ଟ ପ୍ଲେୟର ନିୟମକୁ ୧୦ ଆଇପିଏଲ୍ ଟିମ୍ ବ୍ୟବହାର କରିଥିଲେ। ଏହାକୁ ନେଇ କିନ୍ତୁ ଭିନ୍ନ ଭିନ୍ନ ମତ ଆସିଥିଲା। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ରିକି ପଣ୍ଟିଂ କହିଥିଲେ।
ଏହାଦ୍ୱାରା ଦଳରେ ଅଲରାଉଣ୍ଡରଙ୍କ ଭୂମିକା ଗୌଣ ହୋଇଯିବ। ସେମାନଙ୍କ ନିକଟରେ ଯଦି ଜଣେ ବିଶ୍ୱ ଶ୍ରେଣୀର ଅଲରାଉଣ୍ଡର ନ ଥିବେ ତେବେ ଜଣେ ବ୍ୟାଟର କିମ୍ବା ଜଣେ ବୋଲରଙ୍କୁ ବାଛିବାକୁ ପଡ଼ିବ। ଆପେକ୍ସ କାଉନ୍ସିଲ ଆହୁରି ମଧ୍ୟ ସେପ୍ଟେମ୍ବର-ଅକ୍ଟୋବରରେ ହାଙ୍ଗ୍ଝୋରେ ଏସିଆନ ଗେମ୍ସ ପାଇଁ ପୁରୁଷ ଓ ମହିଳା ଦଳର ଅଂଶଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରିଛି। ଏସିଆନ ଗେମ୍ସରେ ପୁରୁଷ ବିଭାଗ କ୍ରିକେଟ ପ୍ରତିଯୋଗିତା ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ। ଏଥିରେ ଭାରତର ଦ୍ୱିତୀୟ ଦଳ ଭାଗ ନେବ। କାରଣ ଭାରତରେ ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍ ଖେଳାଯିିବାର କାର୍ଯ୍ୟକ୍ରମ ରହିଛି।
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


