ମୁମ୍ବାଇ, ୮।୭(ପି.ଟି.): ଗତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବହୁଚର୍ଚ୍ଚିତ ‘ଇମ୍ପାକ୍ଟ ପ୍ଲେୟର’ ନିୟମକୁ ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଲାଗୁ କରାଯିବ। ଶୁକ୍ରବାର ଏଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆପେକ୍ସ କାଉନ୍ସିଲ ବୈଠକରେ ଏସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇଯାଇଛି। ସୟଦ ମୁସ୍ତାକ ଅଲି ଟି୨୦ରେ ଗତବର୍ଷ ଲାଗୁ କରାଯାଇଥିଲା। ସେତେବେଳେ ଇମ୍ପାକ୍ଟ ପ୍ଲେୟର ୧୪ ଓଭର ଶେଷ ହେବା ପୂର୍ବରୁ ଖେଳିବାକୁ ଆସୁଥିଲେ। ଖେଳାଳିଙ୍କ ନାମ ଟସ୍ ପୂର୍ବରୁ ଘୋଷଣା କରାଯାଇଥିଲା। ଆସନ୍ତା ସିଜନରୁ କିନ୍ତୁ ଏଥିରେ ପରିବର୍ତ୍ତନ କରାଯିବ। ଆଇପିଏଲ୍ ଭଳି ଟିମ୍ଗୁଡ଼ିକ ଟସ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିବା ବ୍ୟତୀତ ସେମାନଙ୍କ ୪ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବାକୁ ହେବ। ଉଭୟ ଦଳକୁ ଜଣେ ଇମ୍ପାକ୍ଟ ଖେଳାଳି ବ୍ୟବହାର ପାଇଁ ଅନୁମତି ରହିବ, କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଇମ୍ପାକ୍ଟ ପ୍ଲେୟର ନିୟମକୁ ୧୦ ଆଇପିଏଲ୍ ଟିମ୍ ବ୍ୟବହାର କରିଥିଲେ। ଏହାକୁ ନେଇ କିନ୍ତୁ ଭିନ୍ନ ଭିନ୍ନ ମତ ଆସିଥିଲା। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ୍ ରିକି ପଣ୍ଟିଂ କହିଥିଲେ।
ଏହାଦ୍ୱାରା ଦଳରେ ଅଲରାଉଣ୍ଡରଙ୍କ ଭୂମିକା ଗୌଣ ହୋଇଯିବ। ସେମାନଙ୍କ ନିକଟରେ ଯଦି ଜଣେ ବିଶ୍ୱ ଶ୍ରେଣୀର ଅଲରାଉଣ୍ଡର ନ ଥିବେ ତେବେ ଜଣେ ବ୍ୟାଟର କିମ୍ବା ଜଣେ ବୋଲରଙ୍କୁ ବାଛିବାକୁ ପଡ଼ିବ। ଆପେକ୍ସ କାଉନ୍ସିଲ ଆହୁରି ମଧ୍ୟ ସେପ୍ଟେମ୍ବର-ଅକ୍ଟୋବରରେ ହାଙ୍ଗ୍ଝୋରେ ଏସିଆନ ଗେମ୍ସ ପାଇଁ ପୁରୁଷ ଓ ମହିଳା ଦଳର ଅଂଶଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରିଛି। ଏସିଆନ ଗେମ୍ସରେ ପୁରୁଷ ବିଭାଗ କ୍ରିକେଟ ପ୍ରତିଯୋଗିତା ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ। ଏଥିରେ ଭାରତର ଦ୍ୱିତୀୟ ଦଳ ଭାଗ ନେବ। କାରଣ ଭାରତରେ ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍ ଖେଳାଯିିବାର କାର୍ଯ୍ୟକ୍ରମ ରହିଛି।
ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!
ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…
ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ
ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…
ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ
ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…
ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…
ଓ୍ବାଶିଂଟନ୍,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…
IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ
ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…
ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ
ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…
କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…
ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…
ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର
ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…
Archives

