Posted inଖେଳ

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ ମଧ୍ୟରେ ୩ ଟି ଓ୍ବାନ ଡେ’ମ୍ୟାଚ ଖେଳାଯିବ। ତେବେ ଏହି ସିରିଜ ପାଇଁ ଉଭୟ ବୋର୍ଡ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହାଁନ୍ତି। ଏହି ଗସ୍ତରୁ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସନଥ ଜୟସୁରିୟା ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ୱ ପାଇଛନ୍ତି। ଭାରତ ବିପକ୍ଷ ସିରିଜ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାର ଅଧିନାୟକ ୱାନିନ୍ଦୁ ହସରାଙ୍ଗା ଅଧିନାୟକତ୍ୱ ଛାଡିଛନ୍ତି।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ୨୬ଜୁଲାଇରେ ପଲ୍ଲେକେଲେରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ସା ୭ ଟାରୁ ଆରମ୍ଭ ହେବ। ଏହା ପରେ, ଦ୍ୱିତୀୟ ଟି -୨୦ ମ୍ୟାଚ ପରଦିନ ଅର୍ଥାତ୍‌ ୨୭ ଜୁଲାଇରେ ଖେଳାଯିବ । ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ୨୯ ଜୁଲାଇରେ ଖେଳାଯିବ। ଏହି ମ୍ୟାଚ କେବଳ ପଲ୍ଲେକେଲେରେ ଅନୁଷ୍ଠିତ ହେବ।

ଏହି ଗସ୍ତରୁ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସନଥ ଜୟସୁରିୟା ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ୱ ପାଇଛନ୍ତି। ଭାରତ ବିପକ୍ଷ ସିରିଜ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାର ଅଧିନାୟକ ୱାନିନ୍ଦୁ ହସରଙ୍ଗା ଅଧିନାୟକତ୍ୱ ଛାଡିଛନ୍ତି।
ଟି -୨୦ ସିରିଜ ପରେ ଅଗଷ୍ଟ ୧ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଓ୍ବାନଡେ’ ସିରିଜ ମଧ୍ୟ ଖେଳାଯିବ। ଓ୍ବାନଡେ’ ସିରିଜର ପ୍ରଥମ ମ୍ୟାଚ ୧ଅଗଷ୍ଟରେ, ଦ୍ୱିତୀୟ ମ୍ୟାଚ ୪ଅଗଷ୍ଟରେ ଏବଂ ତୃତୀୟ ଏବଂ ଶେଷ ମ୍ୟାଚ ୭ ଅଗଷ୍ଟରେ ଖେଳାଯିବ । ଓ୍ବାନଡେ’ ସିରିଜର ସମସ୍ତ ମ୍ୟାଚ କଲମ୍ବୋରେ ଖେଳାଯିବ।
ଭାରତର ଶ୍ରୀଲଙ୍କା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ପ୍ରଥମ ଟି -୨୦ ମ୍ୟାଚ – ୨୬ ଜୁଲାଇ।
ଦ୍ୱିତୀୟ ଟି -୨୦ ମ୍ୟାଚ – ୨୭ ଜୁଲାଇ ।
ତୃତୀୟ ଟି -୨୦ ମ୍ୟାଚ – ୨୯ ଜୁଲାଇ ।
ଓ୍ବାନଡେ’ ବା ODI ସିରିଜ କାର୍ଯ୍ୟସୂଚୀ ।
ପ୍ରଥମ ଓ୍ବାନଡେ’ – ୧ ଅଗଷ୍ଟ।
୨ୟ ଓ୍ବାନଡେ’ – ୪ ଅଗଷ୍ଟ।
ତୃତୀୟ ଓ୍ବାନଡେ’ – ୭ ଅଗଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri