ବିସିସି ବ୍ୟାଙ୍କ ସଭାପତି ପଦକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୧୫ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କର ନୂଆ ସଭାପତି କିଏ ହେବେ ସେନେଇ ସମ୍ପ୍ରତି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଗଞ୍ଜାମ ଓ ଗଜପତି ଜିଲାର ଏହି ବୃହତ୍ତମ ସମବାୟ ଅନୁଷ୍ଠାନ ସଭାପତି ନିର୍ବାଚନ ପାଇଁ ଆସନ୍ତା ବୁଧବାର ନାମାଙ୍କନ ଦାଖଲ ହେବ ଏବଂ ଆବଶ୍ୟକ ସ୍ଥଳେ ଶୁକ୍ରବାର ପୂର୍ବାହ୍ନରେ ଭୋଟ ଗ୍ରହଣ କରାଯିବ। ବ୍ୟାଙ୍କର ଦୁଇ ଜିଲାରୁ ୧୫ ଜୋନ ଲାଗି ଇତିମଧ୍ୟରେ ନିର୍ଦ୍ଦେଶକ ନିର୍ବାଚନ ସରିଛି ଓ ଫଳାଫଳ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଘୋଷିତ ହୋଇଛି। ଗଜପତି ଜିଲାର ୩ ଜୋନ୍‌ ମଧ୍ୟରୁ ଦୁଇଟିରେ ଭାଜପା ସମର୍ଥିତ ଏବଂ ଗୋଟିଏ ଜୋନରେ ଶାସକ ବିଜେଡି ସମର୍ଥିତ ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି।
ସେହିପରି ଗଞ୍ଜାମର ୧୨ ଜୋନ୍‌ରୁ ୨, ୭, ୮, ୯ ଓ ୧୨ ନଂ ଜୋନ୍‌ରୁ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ଜୋନ୍‌ରୁ ୧, ୩, ୬, ୧୧ ରୁ ନିର୍ବାଚିତ ନିର୍ଦ୍ଦେଶକ ଶାସକ ଦଳର ବିଦ୍ରୋହୀ। ୫ନଂ ଜୋନ୍‌ର ନିର୍ଦ୍ଦେଶକ ସିପିଆଇ ସମର୍ଥକ ହୋଇଥିବା ବେଳେ ୧୦ନଂ ଜୋନ୍‌ରୁ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ କର୍ମଚାରୀ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ୪ନଂ ଜୋନ୍‌ରୁ ବିଜେଡି ମନୋନୀତ ପ୍ରାର୍ଥୀ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଶତାଧିକ ବର୍ଷର ଏହି ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ଶାସକଦଳର ପ୍ରାର୍ଥୀ ଚୟନରେ ବିଭ୍ରାଟ ଯୋଗୁ ବିଦ୍ରୋହ ସୃଷ୍ଟି ହୋଇଥିଲା। ରଙ୍ଗେଇଲୁଣ୍ଡା ବ୍ଲକର ଦୁଇ ଜଣଙ୍କୁ ଖଲ୍ଲିକୋଟ ଓ ଛତ୍ରପୁର ଜୋନ୍‌ରୁ ପ୍ରାର୍ଥୀ କରାଯାଇଥିବାରୁ ଦୁଇଜଣ ଯାକ ପରାସ୍ତ ହୋଇଥିଲେ। ବ୍ରହ୍ମପୁର ଜୋନ୍‌ରେ ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ମହିଳାଙ୍କୁ ଶାସକ ଦଳ ପ୍ରାର୍ଥୀ କରିବାରୁ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ପ୍ରଥମକରି ବିଜେଡିର ବିଦ୍ରୋହୀ ପ୍ରାର୍ଥୀମାନେ ଅଧିକ ସଂଖ୍ୟକ ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ଅନେକ ଆଶାୟୀ ଅଛନ୍ତି। କାହାକୁ କରାଯିବ ଦଳର ଉପର ମହଲ ନିଷ୍ପତ୍ତି ନେବ ବୋଲି କୁହାଯାଉଛି। ନାମାଙ୍କନ ଦିନ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସୂଚାଇଛନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସଭାପତି ନିମନ୍ତେ ସମବାୟରେ ବିଶେଷ ଅଭିଜ୍ଞତା ଥିବା ନିର୍ଦ୍ଦେଶକଙ୍କୁ ବିଜେଡି ମନୋନୀତ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri