Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରି: ଜେଏନୟୁ ପରେ ଜାମିଆରେ ଉତ୍ତେଜନା, ୪ ଛାତ୍ର ଅଟକ…

ନୂଆଦିଲ୍ଲୀ,୨୫।୧ : ଜେଏନୟୁ ପରେ ଏବେ ଜାମିଆ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରି ସ୍କ୍ରିନିଂକୁ ନେଇ ଏକ ଉତ୍ତେଜନା ସୃଷ୍ଟି ହୋଇଛି। ଜାମିଆ ବିଶ୍ୱବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଘଟଣାରେ ୪ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି। ବୁଧବାର ଦିଲ୍ଲୀ ପୋଲିସ କହିଛି ଯେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଉପରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାରେ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗରେ ଚାରି ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି।

ଜାମିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରୋକ୍ଟରଙ୍କ ନିର୍ଦ୍ଦେଶରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। ପୋଲିସ ସୂତ୍ର ଅନୁଯାୟୀ ଜାମିଆର ସୁରକ୍ଷାକୁ କଡାକଡି କରାଯାଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କୁ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂରୁ ନିବୃତ୍ତ ହେବାକୁ କହିଥିଲେ।

ବିନା ଅନୁମତିରେ କ୍ୟାମ୍ପସରେ ଛାତ୍ରମାନଙ୍କର କୌଣସି ବୈଠକ କିମ୍ବା କୌଣସି ଚଳଚ୍ଚିତ୍ରର ସ୍କ୍ରିନିଂ ଅନୁମତି ଦିଆଯିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ବିଜ୍ଞପ୍ତିରେ କହିଛି। ଶାନ୍ତିପୂର୍ଣ୍ଣ ଏକାଡେମିକ ପରିବେଶକୁ ନଷ୍ଟ କରିବାକୁ ଚାହୁଁଥିବା ନ୍ୟସ୍ତସ୍ବାର୍ଥ ଲୋକ / ସଂଗଠନକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ସମସ୍ତ ପଦକ୍ଷେପ ନେଉଛି। ଏଥିପାଇଁ ଆୟୋଜକଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ମଙ୍ଗଳବାର ସାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ମଙ୍ଗଳବାର ରାତି ୯ ଟାରେ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିଥିଲେ। ତେବେ ସ୍କ୍ରିନିଂ ପୂର୍ବରୁ ଛାତ୍ର ସଂଗଠନ କାର୍ଯ୍ୟାଳୟରେ ଥିବା ଲାଇଟ ବନ୍ଦ ହୋଇଯାଇଥିଲା।

ପ୍ରଶାସନ ବିଦ୍ୟୁତ ଓ ଇଣ୍ଟରନେଟ କାଟି ଦେଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପରେ ଛାତ୍ରମାନେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ମୋବାଇଲ ଫୋନରେ ଡକ୍ୟୁମେଣ୍ଟାରୀ ଦେଖିବାବେଳେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଦାବି କରିଥିଲେ। କେତେକ ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀମାନେ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି)ର ସଦସ୍ୟ ଥିଲେ। ତେବେ ଏବିଭିପି ଏହି ଅଭିଯୋଗକୁ ଅସ୍ବୀକାର କରିଛି। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ପଥର ଫିଙ୍ଗିବା ମଧ୍ୟ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri