Posted inଖେଳ

ମ୍ୟାଚ୍‌ ପୂର୍ବରୁ ହୋଟେଲ୍‌ରେ ଓ୍ବାର୍ଣ୍ଣରଙ୍କୁ ଛାଡି ଆସିଥିଲା ହାଇଦ୍ରାବାଦ୍‌ ଟିମ୍‌: କୋଚ କହିଲେ କାରଣ

ୟୁଏଇ,୨୮।୯: ଆଇପିଏଲର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଡେଭିଡ ୱାର୍ଣ୍ଣର ଫିଟ ଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳି ନ ଥିଲେ। ୱାର୍ଣ୍ଣର ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ରହିଛନ୍ତି। ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ମଧ୍ୟ ୨୦୧୬ରେ ଆଇପିଏଲ ଚାମ୍ପିଅନ ହୋଇଥିଲା। ଅବଶ୍ୟ, ଆଇପିଏଲ ୨୦୨୧ରେ ୱାର୍ଣ୍ଣରଙ୍କ ବ୍ୟାଟରୁ ଆଦୌ ରନ୍‌ ହେଉ ନ ଥିଲା। ଏହି କାରଣରୁ ସେ ପ୍ରଥମେ ଅଧିନାୟକତ୍ୱରୁ ବଞ୍ଚିତ ହୋଇଥିଲେ ଏବଂ ଏବେ ଦଳରୁ ମଧ୍ୟ ବାହାରିଛନ୍ତି। ୱାର୍ଣ୍ଣର ଏହି ଲିଗରେ ହାରାହାରି ୪୨ଟି ମ୍ୟାଚରେ ୫୪୪୯ ରନ ସଂଗ୍ରହ କରିଛନ୍ତି। କିନ୍ତୁ ଆଇପିଏଲର ୧୪ ତମ ସିଜନରେ ସେ ମାତ୍ର ୧୦୭ ଷ୍ଟ୍ରାଇକ ରେଟ୍‌ରେ ଆଠଟି ମ୍ୟାଚରେ ୧୯୫ ରନ ସଂଗ୍ରହ କରିଛନ୍ତି।
ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ ଟ୍ରେଭର୍‌ ବେଲିସ କହିଛନ୍ତି ଯେ, ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚରେ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବା ପାଇଁ ଖରାପ ଫର୍ମରେ ଚାଲୁଥିବା ଡେଭିଡ ୱାର୍ଣ୍ଣରଙ୍କୁ ବାଦ୍‌ ଦିଆଯାଇଥିଲା। ପ୍ଲେ ଅଫ ପାଇଁ ସନରାଇଜର୍ସ ପୂର୍ବରୁ ଦୌଡରୁ ବାହାରି ଯାଇଛି। ସନରାଇଜର୍ସ ରୟାଲ୍ସକୁ ୭ ଉଇିୟକେଟରେ ପରାସ୍ତ କରିଥିଲା। ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବେଲିସ କହିଛନ୍ତି ଯେ, ଆମେ ଏହାକୁ ପରବର୍ତ୍ତୀ ରାଉଣ୍ଡକୁ ଯାଇପାରିବୁ ନାହିଁ, ତେଣୁ ଆମେ ଯୁବକମାନଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛୁ ଯାହା ଦ୍ୱାରା ସେମାନେ ଅଭିଜ୍ଞତା ପାଇପାରିବେ। ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି ଯେଉଁମାନେ ଖେଳ ପଡ଼ିଆକୁ ଯାଇ ନାହାଁନ୍ତି ସେମାନଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ। ଏହି ଧାରା ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଜାରି ରହିବ। ୱାର୍ଣ୍ଣର ହୋଟେଲରେ ମ୍ୟାଚ ଦେଖି ଦଳକୁ ଉତ୍ସାହିତ କରିଥିଲେ। ଆମେ ସମସ୍ତେ ଏକାଠି ଅଛୁ। ସନ୍‌ରାଇଜର୍ସଙ୍କ ସହ ୱାର୍ଣ୍ଣରଙ୍କ ଦିନ ସମାପ୍ତ ହୋଇଛି କି ବୋଲି ପଚରାଯିବାରୁ ବେଲିସ କହିଛନ୍ତି ଯେ, କୌଣସି ବିଷୟରେ ଆଲୋଚନା କରାଯାଇ ନାହିଁ। ୱାର୍ଣ୍ଣର ଏତେ ବର୍ଷ ଧରି ଦଳକୁ ବହୁତ କିଛି ଦେଇଛନ୍ତି ଏବଂ ସମସ୍ତେ ତାଙ୍କୁ ସମ୍ମାନ କରନ୍ତି। ମୁଁ ନିଶ୍ଚିତ ଯେ ସେ ଆଇପିଏଲରେ ଅଧିକ ରନ ସ୍କୋର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri