Posted inଖେଳ

ରାହାନେଙ୍କ ଲଢୁଆ ବ୍ୟାଟିଂ

ଦି ଓଭାଲ, ୧୦ା୬: ଦି ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ତୃତୀୟ ଦିବସରେ ଭାରତର ସମ୍ମାନ ରଖିଛନ୍ତି ଅଜିଙ୍କ୍ୟ ରାହାନେ। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ୍‌ ଆଡକୁ ଗତି କରୁଥିବା ବେଳେ ରାହନେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭ୍‌ ସ୍ମିଥଙ୍କ ଶତକ ବଳରେ ୪୬୯ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ ଆଡକୁ ଅଗ୍ରସର ହେଉଥିଲା। ତେବେ କମ୍‌ବ୍ୟାକ୍‌ ମ୍ୟାନ୍‌ ରାହାନେ ୮୯ ରନ୍‌ର ଲଢୁଆ ଇନିଂସ ଖେଳିଥିଲେ। ସେ ପଞ୍ଚମ ଉଇକେଟରେ ରବୀନ୍ଦ୍ର ଜାଡେଜାଙ୍କ ସହିତ ୭୨ ରନ୍‌ ଯୋଡିଥିବା ବେଳେ ସପ୍ତମ ଉଇକେଟରେ ଶାର୍ଦ୍ଦୂଳ ଠାକୁରଙ୍କ ସହିତ ୧୦୯ ରନ୍‌ ଯୋଡିଥିଲେ। ୧୭୩ ରନ୍‌ରେ ଆଗୁଆ ରହିବା ପରେ ଖବର ପ୍ରସ୍ତୁତ ହେବା ସୁଦ୍ଧା ଅଷ୍ଟ୍ରେଲିଆ ୩ ଉଇକେଟ ହରାଇ ୧୦୩ ରନ୍‌ କରି ୨୭୬ ରନ୍‌ରେ ଆଗୁଆ ରହିଛି।
ରାହାନେ-ଶାର୍ଦ୍ଦୂଳଙ୍କ ଶତକୀୟ ଭାଗୀଦାରି
ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୫୧/୫ରୁ ଭାରତ ଆରମ୍ଭ କରିଥିଲା। ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୫୧/୫ରୁ ଖେଳ ଆରମ୍ଭ କରିଥିଲା ଭାରତ। ପ୍ରଥମ ଓଭରର ଦ୍ୱିତୀୟ ବଲରେ ଉଇକେଟ କିପର ଶ୍ରୀକର ଭରତ ୫ ରନ୍‌ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଭାରତର ଫଲୋଅନ୍‌ ହେବାର ସମ୍ଭାବନା ବୃଦ୍ଧି ପାଇଥିଲା। ତେବେ ଓଭାଲ ଗ୍ରାଉଣ୍ଡ ସହିତ ଲର୍ଡ ଶାର୍ଦ୍ଦୂଳଙ୍କ ରୋମାନ୍ସ ଜାରି ରହିଥିଲା। ଓଭାଲରେ ତୃତୀୟ ଇନିଂସ ଖେଳୁଥିବା ଶାର୍ଦ୍ଦୂଳ ତୃତୀୟ ଅର୍ଦ୍ଧଶତକ ସହିତ ୫୧ ରନ୍‌ର ଇନିଂସ ଖେଳିଥିଲେ। ସପ୍ତମ ଉଇକେଟରେ ଅଜିଙ୍କ୍ୟ ରାହାନେଙ୍କ ସହିତ ସେ ୧୦୯ ରନ୍‌ ଯୋଡିଥିଲେ। ରାହାନେ ୧୨୯ ବଲ୍‌ ଖେଳି ୧୧ ଚୌକା ଓ ୧ ଛକା ମାରିଥିବା ବେଳେ ଶାର୍ଦ୍ଦୂଳ ୧୦୯ ବଲ୍‌ ଖେଳି ୬ ଚୌକା ମାରିଥିଲେ। ଦଳୀୟ ସ୍କୋର ୨୬୧ରେ ରାହାନେ ପ୍ୟାଭିଲିୟନ ଫେରିବା ପରେ ଉମେଶ ଯାଦବ (୫) ଓ ମହମ୍ମଦ ଶାମି(୧୩)ଙ୍କୁ ସାଥୀ କରି ଆଉ ୩୫ ରନ୍‌ ଯୋଡିଥିଲେ ଶାର୍ଦ୍ଦୂଳ। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍‌ କୁମିନ୍ସ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ସ୍କଟ୍‌ ବୋଲାଣ୍ଡ ଓ କାମେରନ୍‌ ଗ୍ରୀନ୍‌ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ଅଷ୍ଟ୍ରେଲିଆ ଖବର ପ୍ରସ୍ତୁତି ସୁଦ୍ଧା ୩ ଉଇକେଟ ହରାଇ ୧୦୩ ରନ୍‌ ସଂଗ୍ରହ କରିଛି। ୧୭୩ ରନ୍‌ରେ ଆଗୁଆ ଥିବା ଅଷ୍ଟ୍ରେଲିଆ ମାତ୍ର ୨ ରନ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ହରାଇଥିଲା। ଉସ୍‌ମାନ ଖ୍ବାଜା ୧୩ ରନ୍‌ କରି ଆଉଟ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌(୩୪) ଓ ମାର୍ନସ ଲାବୁଶେନ ୩୬* ତୃତୀୟ ଉଇକେଟରେ ୬୨ ରନ୍‌ ଯୋଡିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୨୧.୩ ଓଭରରେ ୪୬୯/୧୦(ଟ୍ରାଭିସ୍‌ ହେଡ-୧୬୩, ଷ୍ଟିଭ୍‌ ସ୍ମିଥ୍‌-୧୨୧, ଆଲେକ୍ସ କେରୀ-୪୮, ମହମ୍ମଦ ସିରାଜ-୪/୧୦୮, ଶାର୍ଦ୍ଦୂଳ ଠାକୁର-୨/୮୩, ମହମ୍ମଦ ଶାମି-୨/୧୨୨)।
ଭାରତ ପ୍ରଥମ ଇନିଂସ ୬୯.୪ ଓଭରରେ ୨୯୬/୧୦ (ଅଜିଙ୍କ୍ୟ ରାହାନେ-୮୯, ଶାର୍ଦ୍ଦୂଳ ଠାକୁର-୫୧, ରବୀନ୍ଦ୍ର ଜାଡେଜା-୪୮, ପ୍ୟାଟ୍‌ କୁମିନ୍ସ-୩/୮୩, କାମେରନ୍‌ ଗ୍ରୀନ୍‌-୨/୪୪, ସ୍କଟ୍‌ ବୋଲାଣ୍ଡ-୨/୫୯)।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ୩୪ ଓଭରରେ ୧୦୩/୩(ମାର୍ନସ ଲାବୁଶେନ୍‌-୩୬*, ଷ୍ଟିଭ୍‌ ସ୍ମିଥ୍‌-୩୪, ଉସ୍‌ମାନ ଖ୍ବାଜା-୧୩, ଉମେଶ ଯାଦବ-୧/୧୬, ରବୀନ୍ଦ୍ର ଜାଡେଜା-୧/୧୭,ମହମ୍ମଦ ସିରାଜ-୧/୩୬)।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri