ନଭେମ୍ବରରେ ବଟେଶ୍ୱର ବାଲିଯାତ୍ରା: ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରସ୍ତୁତି, ପରିବେଷଣ ହେବ…

ଗଞ୍ଜାମ,୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ଗ୍ରାମ ନିକଟରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବ ପୀଠ ଅବସ୍ଥିତ l ଆଉ ମାତ୍ର ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ମାସ ପଡ଼ିବ। ଏଥିସହ ନଭେମ୍ବର ୫ରେ ଜିଲା ପ୍ରସିଦ୍ଧ ବଟେଶ୍ୱର ପୀଠରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ବଟେଶ୍ୱର ଐତିହ୍ୟ ସରକ୍ଷଣ ପରିଚାଳନା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ, କମିଟି ସଭାପତି ପିତାମ୍ବର ସ୍ବଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ, କୋଷାଧକ୍ଷ ନିରାକାର ଜେନା, ବୃନ୍ଦାବନ ପ୍ରଧାନ,ପବିତ୍ର ସ୍ବାଇଁ, ଶିବରାମ ପଲାଇ, ତ୍ରିନାଥ ରେଡି, ଚେନେୟା, କୃଷ୍ଣ ଚନ୍ଦ୍ର ସ୍ବାଇଁ,କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ସ୍ବାଇଁଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ l ଆରମ୍ଭରେ ପୂର୍ବ ବୈଠକର ଆୟବ୍ୟୟ ଉପରେ ଆଲୋଚନା ହୋଇଥିଲା।
ଅକ୍ଟୋବରରେ କାର୍ତ୍ତିକ ମାସ ପଡ଼ୁଥିବା ବେଳେ ପ୍ରତ୍ୟେକ ସୋମବାର ମନ୍ଦିର ପରିସରରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଆଇନ ଶୃଙ୍ଖଳା ଉପରେ ଅଧିକ ଧ୍ୟାନ ଦେବା ପାଇଁ ମତ ପ୍ରକାଶ ପାଇଥିଲା l ଏଥିସହ ପାର୍କିଂ ସ୍ଥଳରେ ମୋରମ ପକାଇ ସମତୁଲ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି l କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆସନ୍ତା ଅକ୍ଟୋବର ୨୮ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଯାତ୍ରା ଇନ୍ଦ୍ର ଭୁବନ ଟିକେଟ ଶୋ ଦ୍ୱାରା ନାଟକ ପରିବେଷଣ କରାଯିବ । ଏଥିପାଇଁ କଣ୍ଟିଆ ଗଡ଼ ଠାରୁ ଉଭୟ ରାସ୍ତା ସଫେଇ କରାଯିବl ଲାଗି ଆଲୋଚନା ହୋଇଛି। ଏଥିସହ ଆସନ୍ତା ନଭେମ୍ବର ୫ ରାସ ପୂର୍ଣ୍ଣମା ଅବସରରେ ବଟେଶ୍ୱର ପୀଠ ଠାରେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଦୁଇଟି ରାମାୟଣ ନାଟକ ପରିବେଷଣ  ହେବ। ଏଥିପାଇଁ ଅଗ୍ରିମ ଟଙ୍କା ଦେବାକୁ ସ୍ଥିର କରାଯାଇଥିଲା ।
ପ୍ରକାଶ ଯୋଗ୍ୟ, ପ୍ରତିବର୍ଷ ଏହି କାର୍ତ୍ତିକ ପୂର୍ଣମୀ ଓ ବାଲିଯାତ୍ରାକୁ ସ୍ଥାନୀୟ ଛଅ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆ ଗଡ଼, ଖଟୁଆ କୁଦା, ମୟୁରପଦା, ଗୋଖର କୁଦା, ନୀଳାଦ୍ରିପୁର ଓ ପୋଡମ୍‌ପେଟା ଗ୍ରାମ ଯାତ୍ରା ପରିଚାଳନା କରି ଆସୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri