ବସୁଧା ଯୋଜନାରେ ମିଳୁନି ପାଣି

କାଏମା,୨୬ା୮(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍‌ ଅଧୀନ ବଡ଼କାଏମା ପଞ୍ଚାୟତର ଅନେକ ଗାଁ ପାଇପ୍‌ ଯୋଗେ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି। ପାନୀୟ ଜଳ ନ ମିଳିବାରୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଉକ୍ତ ପ୍ରକଳ୍ପରୁ ୪ ହାଜରରୁ ଅଧିକ ଲୋକ ପାଣି ପାଉଥିଲେ। କିନ୍ତୁ ଏବେ ପ୍ରାୟ ୧ ହଜାର ଲୋକ ପାଣି ପାଉ ନ ଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତର ସେରପୁର, ସେରପୁର ଦଳିତସାହି, ଡିଗିରିପଡ଼ିଆ, ଗୋଗଳ, କାଏମା ବଜାର, ବେହେରା ସାହି, ମହଲା ସାହି, ଲକ୍ଷ୍ମୀ ସାହି, ଜାନକୀ ନଗର, ଖର୍ଦାସାହି ଆଦି ଅନେକ ଗାଁରେ ଏହି ପାନୀୟ ଜଳ ବ୍ୟବସ୍ଥା ପହଞ୍ଚି ପାରିନାହିଁ। କିଛି ସ୍ଥାନରେ ଟ୍ୟାପ୍‌ ଆଦିର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଠିକାଦାର ନିମ୍ନମାନର ଉପକରଣ ବ୍ୟବହାର କରିଥିବାରୁ ଅଳ୍ପ ଦିନମଧ୍ୟରେ ଅନେକ ସ୍ଥାନରେ ପାଇପଗୁଡ଼ିକ ଫାଟି ଯାଇଥିଲା। ନିମ୍ନମାନର ପାଇପ୍‌ ଦୁର୍ନୀତିକୁ ଢାଙ୍କିବାକୁ ବିଭିନ୍ନ ସ୍ଥାନାରେ ଫଟା ପାଇପକୁ ବଦଳାଇ ଦିଆଯାଇଥିଲା। କିନ୍ତୁ ପରେ ଅନେକ ସ୍ଥାନରୁ ପାଇପ୍‌ ଚୋରି ହେଇଯାଇଛି। ତେଣୁ ଲୋକଙ୍କ ନିକଟରେ ପାଣି ପହଞ୍ଚତ୍ ପାରୁନାହିଁ।
ସେହିପରି ଏହି ବ୍ଲକ ପୁରୁଣା ବଉଳମାଳ ପଞ୍ଚାୟତର ସୁକୁଟିଝର ନିକଟରେ ନିର୍ମିତ ବସୁଧା ଟାଙ୍କିରୁ ଲୋକେ ପାଣି ପାଉ ନ ଥିବା ଅଭିଯୋଗ କରିଛନ୍ତି। ପ୍ରକଳ୍ପଟି ୩ ଗାଁକୁ ପାଣି ଦେବାକୁ ନିର୍ମିତ ହୋଇଥିଲେ ମଧ୍ୟ ତାହା ଗୋଟିଏ ସାହିକୁ ଦେବାକୁ ଅକ୍ଷମ। ପାଣି ପମ୍ପ ଚଳାଇବାକୁ ନିଯୁକ୍ତ କର୍ମଚାରୀ ଠିକ ରୁପେ କାର୍ଯ୍ୟ କରୁ ନ ଥିବାରୁ ଟାଙ୍କିକୁ ପାଣି ଉଠୁନାହିଁ। ଫଳରେ ଗାଁ ମଝିରେ ବାସ କରୁଥିବା ଲୋକଙ୍କ ପାଖରେ ପାଣି ପହଞ୍ଚତ୍ ପାରୁନାହିଁ। ଉକ୍ତ ବ୍ଲକରେ ପାଖାପାଖି ୪୦ଟି ସ୍ଥାନରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲେ ବି କୋଉଠି ଶେଷ ହୋଇଛି ତ ଆଉ କେଉଁଠି ଅସମ୍ପୂର୍ଣ୍ଣ ରହିଛି।
ଯେଉଁ ସ୍ଥାନରେ ପାଇପ ଲଗାଯାଇଥିଲା ସେ ସବୁ ପାଣି ଆସିବା ପୂର୍ବରୁ ଅନେକ ସ୍ଥାନରେ ଫୁଟିଗଲାଣି। ଘରକୁ ଘର ପାଣି ପାଇପ ସଂଯୋଗ କରିବାର ବ୍ୟବସ୍ଥା ଥିଲେ ବି ସେ ସବୁ ସମ୍ପୂର୍ଣ୍ଣ ରୁପେ ସଂଯୋଗ କରାଯାଇନାହିଁ। କିଛି କର୍ମଚାରୀ ଏଠାରେ ବହୁ ବର୍ଷ ଧରି କାର୍ଯ୍ୟରତ ଥିବାରୁ କାର୍ଯ୍ୟରେ ଆଉ ସ୍ବଚ୍ଛତା ରହୁନାହିଁ। ତେଣୁ ଜିଲାପାଳ ଏହା ଉପରେ ତୁରନ୍ତ ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ରୁଦ୍ରକେଶରୀ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଡିସେମ୍ବର ୨୩ରେ ମେଗା ପ୍ରୋଜେକ୍ଟ କାମ ଶେଷ କରାଯାଇ ସମସ୍ତଙ୍କୁ ଜଳଯୋଗାଣ କରାଯିବା କଥା। କିନ୍ତୁ ସରିବା ଭଳି ଲାଗୁନି ଓ କେବେ ଶେଷ ହେବ କହିହେବନି। ଉପରିସ୍ଥ ଅଧିକାରୀ ଏ ବିଷୟରେ କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri