ଫେଲ ମାରିଛି ବସୁଧା ଯୋଜନା:ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଶୂନ

ଥୁଆମୁଳ ରାମପୁର,୧୩।୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ସେଥିପାଇଁ କଳାହାଣ୍ତି ଜିଲା ଆଦିବାସୀ ଅଧ୍ୟ୍ୟୁଷିତ ଥୁଆମୁଳ ରାମପୁର ବ୍ଳକର ୨୪ ଟି ପଞ୍ଚାୟତର ଗ୍ରାମଗୁଡିକରେ ବସୁଧା ଯୋଜନା କାର୍ଯ୍ୟ କରୁଛି। ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କିଛି ଠିକାଦାରଙ୍କ ସହିତ ବିଭାଗୀୟ କର୍ମଚାରୀ ହାତ ମିଳାଇ ନିମ୍ନମାନର କାର୍ଯ୍ୟ କରିବା ସହିତ ନିମ୍ନମାନର ପାଇପ୍‌ ବ୍ୟବହାର ଯୋଗୁ ଅନେକ ସ୍ଥାନରେ ପାଇପ ଫାଟି ଯାଉଥିବା ଦେଖିବାକୁ ମିଳୁଛି l ଅପରପକ୍ଷରେ ବସୁଧା ଯୋଜନାରରୁ ପାଣି ନ ପାଇ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ କର୍ମଚାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।
ଘଟଣାରୁ ପ୍ରକାଶ ଯେ, ସବୁ ଗ୍ରାମରେ ବସୁଧା ଯୋଜନା କାର୍ଯ୍ୟ ପାଇଁ ଠିକାଦାରମାନଙ୍କୁ ଇ-ଟେଣ୍ଡର ଜରିଆରେ କାର୍ଯ୍ୟାଦେଶ ଦିଆଯାଇଛି। ଏଥିରେ ବୋରୱେଲ ଖନନ, ପମ୍ପ ହାଉସ ନିର୍ମାଣ, ଓଭର ହେଡ ଟାଙ୍କି ନିର୍ମାଣ, ଟାଙ୍କି ଠାରୁ ହିତାଧିକାରୀଙ୍କ ଘର ପର୍ଯ୍ୟନ୍ତ ମାଟିତଳେ ପାଇପ ବିଛାଇବା, ପ୍ରତ୍ୟେକଙ୍କ ଘର ସାମ୍ମାରେ ଟ୍ୟାପ ଷ୍ଟାଣ୍ତ ନିର୍ମାଣ କରିବା ଇତ୍ୟାଦି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ଦୁର୍ଗମ ଅଞ୍ଚଳ ମାନଙ୍କରେ ଲାଭଖୋର ଠିକାଦାର ଅର୍ଥ ଆତ୍ମସାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏଭଳି ଘଟଣା ଥୁଆମୁଳ ରାମପୁର ବ୍ଳକର ଅନେକ ପଞ୍ଚାୟତରେ ଏପରି କାର୍ଯ୍ୟରେ ବାଟମାରଣା ହୋଇଥିବା ଅନୁମାନ କରାଯାଏ। କେଉଁଠି ଓଭର ହେଡ ଟାଙ୍କିକୁ ପାଣି ଉଠୁନାହିଁ, ତୋ କେଉଁଠି ଓଭର ହେଡ ଟାଙ୍କି ନିର୍ମାଣ ଶେଷ ହୋଇ ନ ଥିବାବେଳେ କେଉଁଠି ନିମ୍ନମାନର ପାଇପ ବିଛାଯାଇଥିବା ଯୋଗୁ ପାଇପ ଫାଟିଯାଉଛି। ପୁଣି କେଉଁଠି ଓଭର ହେଡ ଟାଙ୍କି ନିର୍ମାଣ ଓ ପାଇପ ବିଛା କାମ ଶେଷ ହୋଇଛି ହେଲେ ପାଣି ଯୋଗାଣ ହୋଇ ପାରିନାହିଁ। ସେପରି କିଛି ସ୍ଥାନରେ ଓଭର ହେଡ ଟାଙ୍କିରୁ ପାଣି ଝରୁଛି।
ସିନ୍ଧିପଦର ଗ୍ରାମର ନିଚେମସ୍କା, କନ୍ଦାଝିପି, ପଲସାପଡା, ପୋଈଗୁଡା ସମାପଲା ଗାଁ ମାନଙ୍କରେ ଓଭର ହେଡ ଟାଙ୍କି ନିର୍ମାଣର କାର୍ଯ୍ୟ ସମାପ୍ତ ଅବଧି ଶେଷ ହୋଇ ୨/୩ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ମାତ୍ର ୫୦% କାମ ସରିଛି l ସରକାରଙ୍କ ଜନ କଲ୍ୟାଣ ଯୋଜନା ବସୁଧା ଯୋଜନାର କୋଟି କୋଟି ସରକାରୀ ଟଙ୍କା ଖୁଲମଖୋଲା ଲୁଟୁଛନ୍ତି ନିତ୍ୟାନନ୍ଦ ପଣ୍ଡା ଏବଂ ଅନ୍ୟ ଠିକା ସଂସ୍ଥା ବୋଲି ସିଧା ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଏନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ପ୍ରକାଶ କରିଛନ୍ତି ଉକ୍ତ ଗ୍ରାମବାସୀ।
ଏଠାରେ ପ୍ରକାଶ ଥାଉକି, ଏହି ସିନ୍ଧିପଦର ଗ୍ରାମ ପଞ୍ଚାୟତକୁ ପୂର୍ବ ବିଜେଡି ସରକାରଙ୍କ ସମୟରେ ଆଦର୍ଶ ପଞ୍ଚାୟତ ଭାବରେ ଘୋଷଣା କରିଛନ୍ତି। ମାତ୍ର ଆଦର୍ଶ ପଞ୍ଚାୟତ ଭାବରେ ପରିଚୟ ପାଇଥିବା ପଞ୍ଚାୟତର ଅବସ୍ଥା ଅତି ଶୋଚନୀୟ ହୋଇ ରହିଛି। ନା ମିଳୁଛି ସ୍ବଚ୍ଛ ପାନୀୟ ଜଳ ନା ମିଳୁଛି ଇଣ୍ଟରନେଟ ସେବା ବୋଲି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ଗଣମାଧ୍ୟମକୁ ଦୁଃଖର ସହ ଜଣାଇଛନ୍ତି।
ଏ ସମ୍ପର୍କରେ କାମ ପାଇଥିବା ଠିକା ସଂସ୍ଥା ନିତ୍ୟାନନ୍ଦ ପଣ୍ଡାଙ୍କୁ ପଚାରିଲେ ମୋ ଇଚ୍ଛା ମୁଁ ଯେମିତି କାମ କରିବି କିମ୍ବା କାମ ନ କରିବି ଟଙ୍କା ଉଠାଇବି ସେଥିରେ ତୁମମାନଙ୍କ କ’ଣ ଯାଉଛି ବୋଲି ଉତ୍ତର ରଖିଥିଲେ। ଏନେଇ ଜଳ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ପଚାରିଲେ ଜିଲାସ୍ତରୀୟ ବୈଠକରେ ବାରମ୍ବାର ଜିଲାପାଳ ଉକ୍ତ ଠିକାସଂସ୍ଥାକୁ ତାଗିଦ କରୁଛନ୍ତି। ଜିଲାପାଳଙ୍କ କଥା ସେମାନେ ବେଖାତିର କରୁଛନ୍ତି ବୋଲି ସେ କହିଚନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗକୁ ଗ୍ରୀଷ୍ମ ଋତୁ ଆସୁଛି ଜିଲା ପ୍ରଶାସନ ତଥା ଡବଲ ଇଞ୍ଜିନ ଭାଜପା ସରକାର ଏହା ଉପରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri