ମୋହନା, ୨୮।୧୦( ମନ୍ମଥ ମିଶ୍ର ): ଗଜପତି ଜିଲାକୁ ପ୍ରଶାସନ ପକ୍ଷରୁ ବାତ୍ୟାକୁ ନେଇ ରେଡ୍ ଆଲର୍ଟ ରହିଥବାବେଳେ ପ୍ରଶାସନ ସଜାଗ ରହିଛି । ମଙ୍ଗଳବାର ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଆକିଲି ଗାଁର ବାସୁଦେବ ପରିଛାଙ୍କ ଟିଣ ଛପର ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହ ତିନି ପୁଅଝିଅ ପ୍ରଭାବିତ ହେଇଛନ୍ତି । ଖବରପାଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତଙ୍କ ସହ କିଛି ସ୍ବୟଂ ସେବକ ଭାଇଙ୍କ ଉପସ୍ଥିତିରେ ଜରୁରୀକାଳୀନ ସେବା ଆକାରରେ କିଛି ବସ୍ତ୍ର ଏବଂ ଖାଦ୍ୟ ପଦାର୍ଥ ବଣ୍ଟନ କରାଯିବା ସହ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି।
Dharitri – The Largest & Most Trusted Odia Daily
\


