ଧନୀ ରାଷ୍ଟ୍ରଙ୍କୁ ଦୋମୁହାଁ କହିଲେ ବେସିକ୍‌ ଗ୍ରୁପ୍‌

ନୂଆଦିଲ୍ଲୀ,୧୭।୧୧(ପି.ଟି.): ଇଜିପ୍ଟରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମିଟ୍‌ (କୋପ୍‌୨୭)ରେ ଭାରତ, ଚାଇନା, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ସଂଗଠନ (ବେସିକ୍‌ ଗ୍ରୁପ୍‌) ଧନୀ ରାଷ୍ଟ୍ରଗୁଡ଼ିକୁ ଦୋମୁହାଁ ବୋଲି ଅଭିହିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଇଦେବା ଲାଗି ଧନୀ ରାଷ୍ଟ୍ରଗୁଡ଼ିକ ପ୍ରତିଶ୍ରୁତି ଦେଇ ପଛଘୁଞ୍ଚା ଦେଇଛନ୍ତି।

ଅନ୍ୟପକ୍ଷରେ ସେମାନେ ଜୀବାଶ୍ମ ଇନ୍ଧନ ଉତ୍ପାଦନ ଓ ବ୍ୟବହାର ବଢ଼ାଇ ଚାଲିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ନେତୃତ୍ୱ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି କିମ୍ବା ଜଳବାୟୁ ପରିବର୍ତ୍ତନ ଦିଗରେ ଉଦ୍ୟମ ମଧ୍ୟ କରୁନାହାନ୍ତି। ଗତ କିଛି ବର୍ଷରେ ବିକଶିତ ରାଷ୍ଟ୍ରଗୁଡ଼ିକର ଜୀବାଶ୍ମ ଇନ୍ଧନ ଉତ୍ପାଦନ ଓ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ତେବେ ସେମାନେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଏଥିରୁ ଦୂରେଇ ରହିବାକୁ ଚାପ ପକାଉଛନ୍ତି। ଜଳବାୟୁ ପରିବର୍ତ୍ତନରେ ସମସ୍ତେ ସମାନ ଭାଗୀଦାରି ହେବା ଦିଗରେ ଧନୀ ରାଷ୍ଟ୍ରଗୁଡ଼ିକର ଡବଲ୍‌ ଷ୍ଟାଣ୍ଡାର୍ଡ ଗ୍ରହଣୀୟ ନୁହେଁ ବୋଲି ବେସିକ ରାଷ୍ଟ୍ରଗୋଷ୍ଠୀ କହିଛନ୍ତି।

ପରିବର୍ତ୍ତନ ବିରୋଧୀ ଲଢ଼େଇରେ କୌଣସି ସେକ୍ଟର କିମ୍ବା ଇନ୍ଧନ ଉତ୍ସ ବାଦ୍‌ ପଡ଼ିବା ଉଚିତ ନୁହେଁ ବୋଲି ଭାରତର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କୋପ୍‌୨୭ରେ ଉଦ୍‌ବୋଧନ ଦେଇ କହିଛନ୍ତି। ସମସ୍ତ ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ବ୍ୟବହାରରୁ ବାଦ୍‌ ଦେବା ଲାଗି ଗତ ଶନିବାର ଭାରତ ଦେଇଥିବା ପ୍ରସ୍ତାବକୁ ୟୁରୋପୀୟ ସଂଗଠନ ସମର୍ଥନ କରିଥିଲା। ପୂର୍ଣ୍ଣ କାର୍ବନ ବଜେଟରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଉପଯୁକ୍ତ ଭାଗ ଯୋଗାଇଦିଆଯିବା ଆବଶ୍ୟକ।

ବିକଶିତ ରାଷ୍ଟ୍ରଗୁଡ଼ିକର କାର୍ବନ ଋଣର ମୁଦ୍ରୀକରଣ ଦ୍ୱାରା ତାହା କରାଯାଇପାରିବ ବୋଲି ଭାରତର ପରିବେଶ ମନ୍ତ୍ରୀ କହିଛନ୍ତି। ବିଶ୍ୱର ପଞ୍ଚମ ସର୍ବାଧିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ ଇଣ୍ଡୋନେସିଆରେ କୋଇଲା ବ୍ୟବହାର ବନ୍ଦ କରି ନବୀକରଣଯୋଗ୍ୟ ଇନ୍ଧନ ସେକ୍ଟର ବଢ଼ାଇବା ଲାଗି ସହାୟତା ନିମନ୍ତେ ଆମେରିକା, ଜାପାନ ଓ ଅନ୍ୟ ଦେଶଗୁଡ଼ିକ ୨୦ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଭୂପେନ୍ଦ୍ର ଯାଦବ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ଏଜେଣ୍ଟ ସହ ଗୌରବ, ତାଙ୍କ ସ୍ତ୍ରୀଙ୍କ ନିବିଡ଼ ସମ୍ପର୍କ: ହିମନ୍ତ

ଗୁଆହାଟୀ,୯ା୨(ପି.ଟି.): ଆସାମ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନ ସହ ନିବିଡ଼ ସମ୍ପର୍କ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ…

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri