ଜମ୍ମୁ-କଶ୍ମୀର ଆତଙ୍କବାଦୀ ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦଙ୍କୁ ହତ୍ୟା …

ରାଓ୍ବଲପିଣ୍ଡି,୨୧।୨ : ଜମ୍ମୁ-କଶ୍ମୀର ଆତଙ୍କବାଦୀ ତଥା ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦ ପିରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ରାୱଲପିଣ୍ଡିରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଶିର ନମାଜ ପାଠ କରିବା ପରେ ମସଜିଦରୁ ବାହାରି ଏକ ଦୋକାନରେ ଅଟକି ଯାଇଥିଲେ, ସେତେବେଳେ ତାଙ୍କୁ ଗୁଳି କରାଯାଇଥିଲା। ଜମ୍ମୁ-କଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣାରେ ବଶିର ସମ୍ପୃକ୍ତ ଥିଲେ। ସେ ହିଜବୁଲର ଆତଙ୍କବାଦୀ ଅପରେଶନର ଶୀର୍ଷ କମାଣ୍ଡର ଥିଲେ।

ବର୍ତ୍ତମାନ ସୁଦ୍ଧା ବଶିରଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ, ଯଦିଓ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଦୋକାନ ବାହାରେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହି ଆତଙ୍କବାଦୀଙ୍କୁ ଭାରତକ ସରକାର ଅଧିକ ଖୋଜୁଥିଲେ। ବର୍ତ୍ତମାନ ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ପାକିସ୍ତାନ ସରକାର ନୀରବ ରହିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାରଙ୍କ ତରଫରୁ କୌଣସି ବିବୃତ୍ତି ଦିଆ ଯାଇନାହିଁ।

ସୂଚନାଯୋଗ୍ୟ ଯେ ଗତ ୨୦୨୨ ବର୍ଷ ଅକ୍ଟୋବର ୪ ରେ କେନ୍ଦ୍ର ସରକାର ଇମତିଆଜ ଆଲାମ ଓରଫ ବଶିର ଅହମ୍ମଦ ପିରଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ୟୁଏପିଏ ଅଧୀନରେ ଆତଙ୍କବାଦୀ ଘୋଷଣା କରିଥିଲେ। ବଶିର ଦୀର୍ଘ ସମୟ ଧରି ପାକିସ୍ତାନରେ ରହୁଥିଲେ ଏବଂ ସେଠାରୁ ସେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ଘଟାଉଥିଲେ। ଗତ ବର୍ଷ ବିଜ୍ଞପ୍ତି ଜାରି କରିବାବେଳେ ଭାରତ ସରକାର କହିଥିଲେ ଯେ ବଶିର ଅହମ୍ମଦ ହିଜବୁଲ ମୁଜାହିଦ୍ଦିନ ଏବଂ ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି । ଆତଙ୍କବାଦୀଙ୍କୁ ଏକତ୍ର କରିବା ସହିତ ସେ ଅନଲାଇନ ନୂତନ ନିଯୁକ୍ତି କାର୍ଯ୍ୟକଳାପରେ ଜଡିତ ଥିଲେ।

ବଶିର ମୂଳତଃ ଜମ୍ମୁ-କଶ୍ମୀରର କୁପୱାରାର ବାବରପୋରା ଅଞ୍ଚଳର ବାସିନ୍ଦା ଥିଲେ। ସେ ହିଜବୁଲ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ସହ ଅତି ନିକଟତର ଥିବା ଏବଂ ତାଙ୍କ ସହ ପାକିସ୍ତାନ ଯାଇଥିବା କୁହାଯାଉଥିଲା। ଗତ କିଛି ବର୍ଷ ଧରି ରାୱଲପିଣ୍ଡିରେ ରହୁଥିଲେ ଏବଂ ସେଠାରୁ ଆତଙ୍କବାଦୀ ଷଡଯନ୍ତ୍ର ଭାରତ ବିରୋଧରେ ରଚୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri