Posted inଖେଳ

ବାସନ୍ଦ ହେଲେ ଆଉ ଦୁଇ ଖେଳାଳି

ଲଣ୍ଡନ, ୧୦ା୫: ବେଲିଜିୟମସ୍ଥିତ ଏକ ମ୍ୟାଚ ଫିକ୍ସିଂ ସିଣ୍ଡିକେଟ୍‌ ସହିତ ସମ୍ପୃକ୍ତିକୁ ନେଇ ଆଉ ଦୁଇ ଜଣ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଖେଳରୁ ସସ୍‌ପେଣ୍ଡ ହୋଇଛନ୍ତି। ଇଣ୍ଟରନ୍ୟାଶନାଲ ଟେନିସ ଇଣ୍ଟିଗ୍ରିଟି ଏଜେନ୍ସି ତରଫରୁ ଏହି ବିଷୟରେ ସୂଚନା ଦିଆଯାଇଛି।

ବାରମ୍ବାର ଦୁର୍ନୀତି କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ବଲିଭିଆର ଜଣେ ୩୪ ବର୍ଷୀୟ ଆଲେଜାଣ୍ଡ୍ରୋ କ୍ରେସ୍ପେଙ୍କେୁ ଆଜୀବନ ବାସନ୍ଦ ବ୍ୟତୀତ ୨୫୦,୦୦୦ ଆମେରିକୀୟ ଡଲାର ଜରିମାନା କରାଯାଇଛି। ସେହିପରି ଦୁଇଟି ମ୍ୟାଚ ଫଳାଫଳକୁ ଫିକ୍ସିଂ କରିବାରେ ସମ୍ପୃକ୍ତିକୁ ନେଇ ପେରୁର ୨୮ ବର୍ଷୀୟ ଜର୍ଜ ପାଣ୍ଟା ହେରେରସଙ୍କୁ ୩ ବର୍ଷ ବାସନ୍ଦ ବ୍ୟତୀତ ୧୦,୦୦୦ ଆମେରିକୀୟ ଡଲାର ଜରିମାନା କରାଯାଇଛି।

୨୦୧୬ରେ କ୍ରେସ୍‌ପୋ ୭୪୧ତମ ର଼୍ୟାଙ୍କିଙ୍ଗରେ ପହଞ୍ଚତ୍ପାରିଥିବା ବେଳେ ପାଣ୍ଟା ହେରେରସ ୨୦୨୨ରେ ର଼୍ୟାଙ୍କିଙ୍ଗ ତାଲିକାର ୪୪୭ତମ ସ୍ଥାନରେ ରହିଥିଲେ। ଗ୍ରିଗୋର ସର୍ଗସ୍ୟାନଙ୍କ ଦ୍ୱାରା ପରିଚାଳିତ ମ୍ୟାଚ ଫିକ୍ସିଂ ସିଣ୍ଡିକେଟ୍‌ ସହ ଜଡ଼ିତ ଥିବା ଅନ୍ୟ ୧୫ ଖେଳାଳିଙ୍କ ସହ ଏହି ଦୁଇଜଣ ଯୋଗ ଦେଇଛନ୍ତି। ଗ୍ରିଗୋରଙ୍କୁ ଗତବର୍ଷ ୫ ବର୍ଷ ଜେଲ ଦଣ୍ଡ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri