ଏଥର ଜମିବ ବରୁଣେଇ ରଜ ମହୋତ୍ସବ

ଖୋର୍ଦ୍ଧା ଅଫିସ,୨୫।୫: ଖୋର୍ଦ୍ଧାର ବରୁଣେଇ ପୀଠରେ ଚଳିତ ବର୍ଷ ଜମିବ ରଜ ମହୋତ୍ସବ। କରୋନା ସଂକ୍ରମଣ ହ୍ରାସ ପରେ ଚଳିତବର୍ଷ ମହୋତ୍ସବ ଆୟୋଜନ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଏବଂ ସାମାଜିକ ଅନୁଷ୍ଠାନ ଦିଶାନ୍ତ ପକ୍ଷରୁ ମିଳିତ ଆନୁକୂଲ୍ୟରେ ୧୪ତମ ରଜ ମହୋତ୍ସବକୁ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏନେଇ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଜ ସଂକ୍ରାନ୍ତିଠାରୁ ତିନିଦିନ ଧରି ହେବାକୁ ଥିବା ମହୋତ୍ସବର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରାଯାଇଥିଲା।
୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଏବଂ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପିଲାଙ୍କ ମଧ୍ୟରେ ରଜଦୋଳି, ରଜପାନ ଭଙ୍ଗା, ହୁଳହୁଳି, ପୁଚି, କବାଡ଼ି ଆଦି ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିସହ ରଜଦୋଳି ନୃତ୍ୟ, ଆଧୁନିକ ନୃତ୍ୟ, ଭଜନ ସମାରୋହ, ମେଲୋଡି, ଛଉ ଓ ଗୋଟିପୁଅ, ଓଡ଼ିଶୀ ଏବଂ ସଙ୍ଗ୍‌ ଆଣ୍ଡ ଡ୍ରାମା ଡିଭିଜନ ଓ ଓଡ଼ିଶା ରିସର୍ଚ୍ଚ ସେଣ୍ଟର କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବ। ଜିଲା ସଂସ୍କୃତି ବିଭାଗ, ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଇକ ଆଖଡ଼ା ଓ ସଂକୀର୍ତ୍ତନ ସମାରୋହ ଆୟୋଜନ କରାଯିବ। ଦୁଇବର୍ଷ ପରେ ଏହି ପୀଠରେ ମହୋତ୍ସବ ଆୟୋଜନ ହେଉଥିବାରୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ଟ୍ରାଫିକ୍‌, ଭିଡ଼ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯିବ। ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବ ବୋଲି ଏଏସ୍‌ପି ମୁର୍ମୁ କହିଛନ୍ତି। ଜନସ୍ବାସ୍ଥ୍ୟ ଓ ପୌରପାଳିକା ପକ୍ଷରୁ ଟ୍ୟୁବ୍‌ଓ୍ବେଲ ମରାମତି ସହ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯିବ। ପୌରପାଳିକା ପକ୍ଷରୁ ଜାତୀୟ ରାଜପଥ ଏବଂ ଉତ୍ସବ ସ୍ଥଳରେ ୨ଟି ତୋରଣ ନିର୍ମାଣ, ଆଲୋକୀକରଣ ଓ ପରିମଳ, ବରୁଣେଇ ମନ୍ଦିର ପାର୍ଶ୍ୱ ପରିଷ୍କାର, ବରୁଣେଇ ଛକରୁ ପାଦଦେଶ ପର୍ଯ୍ୟନ୍ତ ଆଲୋକୀକରଣ, ଦୋକାନ ଓ ଷ୍ଟଲ୍‌ରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିବେ। ଉତ୍ସବ ସ୍ଥଳରେ ଆବଶ୍ୟକ ବିଦ୍ୟୁତ୍‌ ସଂଯୋଗ ଲାଗି ବିଭାଗ ନିର୍ବାହୀଯନ୍ତ୍ରୀ ବ୍ୟବସ୍ଥା କରିବେ। ଅଗ୍ନିଶମ ସେବାସଂସ୍ଥା ପକ୍ଷରୁ ମଞ୍ଚ, ଷ୍ଟଲ୍‌ ଏବଂ ଦୋକାନ ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ। ଜିଲା ସ୍ବାସ୍ଥ୍ୟ ବିଭାଗ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିବ। ମହୋତ୍ସବକୁ ଅଧିକ ଆକର୍ଷଣୀୟ ଲାଗି ଷ୍ଟଲ୍‌ ଖୋଲାଯିବ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ରୋଭର୍ସ ଓ ସ୍କାଉଟ୍ସ ଗାଇଡ୍ସଙ୍କୁ ନିୟୋଜିତ କରାଯିବ। ଓଟିଡିସି ପକ୍ଷରୁ ଏକ ସ୍ବତନ୍ତ୍ର ଷ୍ଟଲ୍‌ ପାଇଁ ଅନୁରୋଧ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଜିଲାପାଳ ମନୋଜ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି, ଅତିରିକ୍ତ ଏସ୍‌ପି ଏସ୍‌.ଏନ୍‌. ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ବୈଠକ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ରୁମାନା ଜାଫ୍ରି, ବିଇଓ ସନ୍ଧ୍ୟାରାଣୀ ରାଉତ, ଟାଉନ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଦିଶାନ୍ତର ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri