ବରୁଣେଇ ପୀଠ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ: ପର୍ଯ୍ୟଟକଙ୍କୁ ବିମୁଖ କରୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିବା ପରେ ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଖୋଲିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବରୁଣେଇ ପୀଠରେ ଧିରେ ଧିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଏହାର ପ୍ରାକୃତିକ ମନୋରମ ପରିବେଶ, ମା’ ବରୁଣେଇ ଓ କରୁଣେଇଙ୍କ ମନ୍ଦିର ଏଠାକୁ ପର୍ଯ୍ୟଟକଙ୍କୁ ଟାଣି ଆଣେ। ତେବେ ବରୁଣେଇ ପୀଠ ଚାରିଆଡ଼େ ଅଳିଆ ଆର୍ବଜନା ପଡ଼ିରହିଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିଳେ ମଧ୍ୟ ଏଠାକାର ସ୍ବଚ୍ଛତା ପ୍ରତି ସ୍ବତନ୍ତ୍ର ଦୃଷ୍ଟିି ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କେବଳ ଶୌଚାଳୟକୁ ବାଦ ଦେଲେ ପର୍ଯ୍ୟଟକଙ୍କ ଲାଗି କୌଣସି ବିଶେଷ ବ୍ୟବସ୍ଥା ନାହିଁ। ପାନୀୟଜଳ ବ୍ୟବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପଲିଥିନ, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ପ୍ଲେଟ ପ୍ରଭୃତି ବରୁଣେଇ ପାଦଦେଶରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଫଳରେ ପରିବେଶ ଦୂଷିତ ହେଉଛି। ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳରେ ଯଦି ଏଭଳି ଅବ୍ୟବସ୍ଥା ତେବେ ଅନ୍ୟ ପର୍ଯ୍ୟଟନସ୍ଥଳ ଅବସ୍ଥା କିଭଳି ଥିବ ତାହା ଏଥିରୁ ଅନୁମାନ କରାଯାଇପାରେ ବୋଲି କଟକରୁ ସପରିବାର ଆସିଥିବା ଗଗନ ସାହୁ କହିଛନ୍ତି। ବାରିପଦାରୁ ପିକ୍‌ନିକ ଲାଗି ଆସିଥିବା ହରିହର ପ୍ରଧାନ କହିଛନ୍ତି, ଏହାର ପ୍ରାକୃତିକ ପରିବେଶ ଉପଭୋଗ କରିବାକୁ ଆମେ ଏଠାକୁ ଧାଇଁ ଆସିଛୁ। ପାହାଡ଼ରେ ବୁଲାବୁଲି ସହ ବଣଭୋଜିର ମଜା ନେବାକୁ ଆସିଛୁ। ତେବେ ବରୁଣେଇ ପୀଠରେ ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ। ପାଣି ପାଇପ ଅଚଳ ହୋଇପଡିଛି। ଏହାର ଉପରେ ଲତାବୁଦା ମାଡିଗଲାଣି। ଏଠାକାର ପରିବେଶ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ସ୍ଥାନୀୟ ପ୍ରଶାସନର ଅବହେଳାକୁ ସେ ଦାୟୀ କରିଛନ୍ତି। ସେହିପରି ଭୁବନେଶ୍ୱରସ୍ଥ ଏକ ଘରୋଇ କଲେଜରୁ ବୁଲିବାକୁ ଆସିଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଅନୁରୂପ ଭାବେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବରୁଣେଇ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ବେଳେ ଏହାର ରକ୍ଷଣବେକ୍ଷଣା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ବୋଲି ଯୁବନେତା ପ୍ଲାବନ ପଟ୍ଟନାୟକ କହିଛନ୍ତି। ବରୁଣେଇ ପୀଠର ପୁନରୁଦ୍ଧାର ଲାଗି ସେ ଦାବି କରିଛନ୍ତି। ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ କହିଛନ୍ତି, ବରୁଣେଇ ପୀଠର ଏକ ଗୌରବମୟ ଇତିହାସ ରହିଛି। ଖୋର୍ଦ୍ଧାର ଐତିହ୍ୟ କୀର୍ତ୍ତିରାଜି ସଂରକ୍ଷଣ ଲାଗି ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ଔଷଧୀୟ ଗୁଳ୍ମ ଏବଂ ଚତୁଃପାର୍ଶ୍ୱରେ ଘେରି ରହିଥିବା ପାହାଡର ସଂରକ୍ଷଣ ନିତାନ୍ତ ଜରୁରୀ ବୋଲି ସେ କହିଛନ୍ତି।
ବରୁଣେଇ ଯିବାକୁ ପାହାଚର ଉଭୟ ପାର୍ଶ୍ୱରେ କାଠଗଣ୍ଡି ପଡ଼ିରହିଛି। ଏହାକୁ ଉଠାଯିବା ବ୍ୟବସ୍ଥା କରାଯାଉନାହିଁ। ପାନୀୟଜଳ ଷ୍ଟାଣ୍ଡପୋଷ୍ଟ ଖରାପ ଥିବାରୁ ପର୍ଯ୍ୟଟକମାନେ ବାହାରୁ ପାଣିବୋତଲ କିଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀଙ୍କୁ ପଚାରିବାରେ କହିଛନ୍ତି, କୋଭିଡ୍‌ କଟକଣା ଯୋଗୁ ଏହି ପୀଠ ବନ୍ଦ ଥିବାରୁ ପର୍ଯ୍ୟଟକ ଆସିବା ବନ୍ଦ ରହିଥିଲା। ଏବେ ଖୋଲିବା ପରେ ପୀଠର ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। ପାନୀୟଜଳ ସମେତ ଅନ୍ୟାନ୍ୟ ସମସ୍ୟା ଦୂର ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri