ବରୁଣେଇ ପୀଠ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ: ପର୍ଯ୍ୟଟକଙ୍କୁ ବିମୁଖ କରୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିବା ପରେ ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଖୋଲିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବରୁଣେଇ ପୀଠରେ ଧିରେ ଧିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଏହାର ପ୍ରାକୃତିକ ମନୋରମ ପରିବେଶ, ମା’ ବରୁଣେଇ ଓ କରୁଣେଇଙ୍କ ମନ୍ଦିର ଏଠାକୁ ପର୍ଯ୍ୟଟକଙ୍କୁ ଟାଣି ଆଣେ। ତେବେ ବରୁଣେଇ ପୀଠ ଚାରିଆଡ଼େ ଅଳିଆ ଆର୍ବଜନା ପଡ଼ିରହିଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିଳେ ମଧ୍ୟ ଏଠାକାର ସ୍ବଚ୍ଛତା ପ୍ରତି ସ୍ବତନ୍ତ୍ର ଦୃଷ୍ଟିି ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କେବଳ ଶୌଚାଳୟକୁ ବାଦ ଦେଲେ ପର୍ଯ୍ୟଟକଙ୍କ ଲାଗି କୌଣସି ବିଶେଷ ବ୍ୟବସ୍ଥା ନାହିଁ। ପାନୀୟଜଳ ବ୍ୟବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପଲିଥିନ, ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ପ୍ଲେଟ ପ୍ରଭୃତି ବରୁଣେଇ ପାଦଦେଶରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଫଳରେ ପରିବେଶ ଦୂଷିତ ହେଉଛି। ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳରେ ଯଦି ଏଭଳି ଅବ୍ୟବସ୍ଥା ତେବେ ଅନ୍ୟ ପର୍ଯ୍ୟଟନସ୍ଥଳ ଅବସ୍ଥା କିଭଳି ଥିବ ତାହା ଏଥିରୁ ଅନୁମାନ କରାଯାଇପାରେ ବୋଲି କଟକରୁ ସପରିବାର ଆସିଥିବା ଗଗନ ସାହୁ କହିଛନ୍ତି। ବାରିପଦାରୁ ପିକ୍‌ନିକ ଲାଗି ଆସିଥିବା ହରିହର ପ୍ରଧାନ କହିଛନ୍ତି, ଏହାର ପ୍ରାକୃତିକ ପରିବେଶ ଉପଭୋଗ କରିବାକୁ ଆମେ ଏଠାକୁ ଧାଇଁ ଆସିଛୁ। ପାହାଡ଼ରେ ବୁଲାବୁଲି ସହ ବଣଭୋଜିର ମଜା ନେବାକୁ ଆସିଛୁ। ତେବେ ବରୁଣେଇ ପୀଠରେ ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ। ପାଣି ପାଇପ ଅଚଳ ହୋଇପଡିଛି। ଏହାର ଉପରେ ଲତାବୁଦା ମାଡିଗଲାଣି। ଏଠାକାର ପରିବେଶ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ସ୍ଥାନୀୟ ପ୍ରଶାସନର ଅବହେଳାକୁ ସେ ଦାୟୀ କରିଛନ୍ତି। ସେହିପରି ଭୁବନେଶ୍ୱରସ୍ଥ ଏକ ଘରୋଇ କଲେଜରୁ ବୁଲିବାକୁ ଆସିଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଅନୁରୂପ ଭାବେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବରୁଣେଇ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ବେଳେ ଏହାର ରକ୍ଷଣବେକ୍ଷଣା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ବୋଲି ଯୁବନେତା ପ୍ଲାବନ ପଟ୍ଟନାୟକ କହିଛନ୍ତି। ବରୁଣେଇ ପୀଠର ପୁନରୁଦ୍ଧାର ଲାଗି ସେ ଦାବି କରିଛନ୍ତି। ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ କହିଛନ୍ତି, ବରୁଣେଇ ପୀଠର ଏକ ଗୌରବମୟ ଇତିହାସ ରହିଛି। ଖୋର୍ଦ୍ଧାର ଐତିହ୍ୟ କୀର୍ତ୍ତିରାଜି ସଂରକ୍ଷଣ ଲାଗି ସରକାର ଗୁରୁତ୍ୱ ଦେବା ଆବଶ୍ୟକ। ଔଷଧୀୟ ଗୁଳ୍ମ ଏବଂ ଚତୁଃପାର୍ଶ୍ୱରେ ଘେରି ରହିଥିବା ପାହାଡର ସଂରକ୍ଷଣ ନିତାନ୍ତ ଜରୁରୀ ବୋଲି ସେ କହିଛନ୍ତି।
ବରୁଣେଇ ଯିବାକୁ ପାହାଚର ଉଭୟ ପାର୍ଶ୍ୱରେ କାଠଗଣ୍ଡି ପଡ଼ିରହିଛି। ଏହାକୁ ଉଠାଯିବା ବ୍ୟବସ୍ଥା କରାଯାଉନାହିଁ। ପାନୀୟଜଳ ଷ୍ଟାଣ୍ଡପୋଷ୍ଟ ଖରାପ ଥିବାରୁ ପର୍ଯ୍ୟଟକମାନେ ବାହାରୁ ପାଣିବୋତଲ କିଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀଙ୍କୁ ପଚାରିବାରେ କହିଛନ୍ତି, କୋଭିଡ୍‌ କଟକଣା ଯୋଗୁ ଏହି ପୀଠ ବନ୍ଦ ଥିବାରୁ ପର୍ଯ୍ୟଟକ ଆସିବା ବନ୍ଦ ରହିଥିଲା। ଏବେ ଖୋଲିବା ପରେ ପୀଠର ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବ। ପାନୀୟଜଳ ସମେତ ଅନ୍ୟାନ୍ୟ ସମସ୍ୟା ଦୂର ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri