ବର୍ଷାଙ୍କ ଅନ୍ତରୀଣ ଜାମିନ ୧୭ ଯାଏ ବୃଦ୍ଧି

କଟକ ଅଫିସ, ୯ା୮:ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ସୋମବାର ହାଇକୋର୍ଟ ଆଗାମୀ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଦିଲ୍ଲୀ ପୋଲିସ ଏସ୍‌ସି-ଏସ୍‌ଟି ଆକ୍ଟରେ ରୁଜୁ କରିଥିବା ଏହି ମାମଲାରେ ବର୍ଷା, ତାଙ୍କ ମାଆ ଓ ଝିଆରୀ ଆଶ୍ୱସ୍ତି ପାଇଛନ୍ତି। ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନୁଭବଙ୍କ କର୍ମଚାରୀ ସୁଜିତ ଦଳାଇଙ୍କ ପ୍ରତି ବର୍ଷା ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କୁ ନୋଟିସ୍‌ ଦିଆଯାଇଥିଲା।