ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଆଜକୁ ଦୁଇ ମାସ ହେବ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ବର୍ଷା ହେଉଛି। ଏହାଦ୍ବାରା ଧାନ ଫସଲ ହୋଇଥିଲା। କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁ ବିଗତ କିଛି ଦିନ ହେବ ଧାନ ଫସଲରେ ମାଟିଆଗୁଣ୍ଡି ଓ ଜଉ ପୋକ ଲାଗୁଥିବା ଦେଖା ଯାଇଛି। ଏହା ଧିରେ ଧିରେ ବୃଦ୍ଧି ପାଉଛି। ବର୍ତ୍ତମାନ ଧାନ ଗଛରେ ପୂଡା ଧରିବା ସମୟ। ଏହି ସମୟରେ ରୋଗ ପୋକ ଲାଗିବ ତେବେ ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୋଇଛି । ଏହିଭଳି ପରିସ୍ଥିତିରେ ଗୁରୁବାର ଅପରାହ୍ନରେ ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ଗ୍ରାମ୍ୟ କୃଷି ଅଧିକାରୀ ବିଷ୍ଣୁ ଚରଣ ବେହେରା,ସହକାରୀ କୃଷି ଅଧିକାରୀ ସୁମୀନ ସାହୁ ବିଭିନ୍ନ ଗ୍ରାମରେ କ୍ଷେତ୍ର ପରିଦର୍ଶନ ସହ ଚାଷୀଙ୍କୁ ଔଷଧ ପକାଇବାକୁ ପରାମର୍ଶ ଦେଇଛନ୍ତି। ଯୋଗୀମାରି ଗ୍ରାମର ଚାଷୀ ଦିବାକର ବିଷୋୟୀ, ଶଙ୍କର ପ୍ରଧାନ, ବଳରାମ ନାୟକ,ଭଂଜ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ,ଜୟ ପ୍ରଧାନ,ସୂର୍ଯ୍ୟ ରାଉତ, ଟୁନା ପ୍ରଧାନ,ଲିଙ୍ଗରାଜ ନାୟକ,ଭଗବାନ ପ୍ରଧାନ, ଜଗତ ନାୟକ,ଧନୁ ନାୟକ, ବିନାୟକ ପ୍ରଧାନ ପ୍ରମୁଖଙ୍କ ଜମିରେ ଏହି ରୋଗ ବ୍ୟାପିଛି ।
Dharitri – The Largest & Most Trusted Odia Daily


