ବାରିପଦା-ପୁରୀ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ଦାବି

ବାରିପଦା ଅଫିସ,୨୫ା୨: ମୟୂରଭଞ୍ଜ ଜିଲାକୁ ପର୍ଯ୍ୟଟକଙ୍କ ଗମନାଗମନ ନିମନ୍ତେ ସିଧାସଳଖ ବାଙ୍ଗରିପୋଷିରୁ ପୁରୀ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ନିୟମିତ ରେଳ ଚଳାଚଳ କରିବାକୁ ଜିଲାବାସୀ ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ମୟୂରଭଞ୍ଜକୁ ଅବହେଳା କରାଯାଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ ହେଉଛି। ଏହାକୁ ନେଇ ପ୍ରାକ୍ତନମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ମୟୂରଭଞ୍ଜ ଜିଲା ବାରିପଦାରୁ ପୁରୀଧାମକୁ ଓଏସ୍‌ଆର୍‌ଟିସି ବସ୍‌ ନିୟମିତ ଭାବେ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ।
ପର୍ଯ୍ୟଟନ ମାନଚିତ୍ରରେ ମୟୂରଭଞ୍ଜ ଓ ପୁରୀର ସ୍ବାତନ୍ତ୍ରତା ରହିଛି। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ସହିତ ଚତୁଃପାର୍ଶ୍ୱରେ ରହିଥିବା ପର୍ଯ୍ୟଟନସ୍ଥଳୀ ଏବଂ ରାଜାରାଜୁଡ଼ାଙ୍କ ଐତିହ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାକୁ ଦେଖି ଆଗନ୍ତୁକ ମନଭରି ଆନନ୍ଦିତ ହେଉଥିବା ବେଳେ ଜିଲାର କଳା, ସଂସ୍କୃତି ଓ ପରମ୍ପରାକୁ ଉପଭୋଗ କରିଥାନ୍ତି। ମାତ୍ର ଜିଲାରୁ ପୁରୀ ପର୍ଯ୍ୟନ୍ତ କୌଣସି ଘରୋଇ ଯାନବାହାନ ଚଳାଚଳ କରୁ ନ ଥିବାରୁ ଯାତ୍ରୀମାନେ ବହୁ ହଇରାଣ ହରକତ ଯାଉଛନ୍ତି। ବାରିପଦାରୁ ଭୁବନେଶ୍ୱର ଚଳାଚଳ କରୁଥିବା ଓଏସ୍‌ଆର୍‌ଟିସି ବସ୍‌କୁ ସମ୍ପ୍ରସାରଣ କରି ପୁରୀ ପର୍ଯ୍ୟନ୍ତ ଚଳାଇଲେ ବହୁ ଲୋକ ଉପକୃତ ହୋଇପାରନ୍ତେ ବୋଲି ସେ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି। ଏହାର ଏକକିତା ନକଲ ପରିବହନ ମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri