ନକଲି ଔଷଧ କାରବାର: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ବରଗଡ଼ ଆଣିଲା ପୋଲିସ

ବରଗଡ଼ ଅଫିସ,୨୭ା୪:ବରଗଡ଼ ଜିଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍‌ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍‌ ଜୟସ୍ବାଲ, ସାରନାଥ ଜିଲା ଚକବିହିର ରିତେଶ କୁମାର ଜୟସ୍ବାଲ, ଜୈତପୁର ଥାନା ଦାରାନଗରର ଚନ୍ଦ୍ରଶେଖର ସିଂ, ଆଡମପୁର ଥାନା ପଟନଦରଓ୍ବାଜାର ଗୌରବ ଶର୍ମା ଏବଂ ଚୌକ ଥାନା ବଡ୍ଡିପ୍ୟାରୀ ନିବାସୀ ସୁନିଲ ଅଗ୍ରଓ୍ବାଲ। ଗିରଫ ଅଭିଯୁକ୍ତମାନେ ବିଭିନ୍ନ ୨୫ ପ୍ରକାର ନକଲି ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

ସ୍ମରଣଯୋଗ୍ୟ, ଗତ ଜାନୁୟାରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ବରଗଡ଼ ସହରକୁ ଆସିଥିଲେ। ସେମାନେ ସହରର ବିଭିନ୍ନ ଔଷଧ ଦୋକାନରେ ଅତର୍କିତ ଚଢ଼ାଉ କରି କେତେକ ଔଷଧର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବିଭାଗୀୟ ଲାବରେଟୋରୀକୁ ପଠାଇଥିଲେ। ତେବେ ବରଗଡ଼ ସହରସ୍ଥିତ ଅଶୋକ ମେଡିକାଲ ହଲରୁ ସଂଗୃହୀତ ଔଷଧ ନକଲି ବୋଲି ପରୀକ୍ଷା ପରେ ଜଣାପଡ଼ିଥିଲା। ଏହାପରେ ଡାଇରେକ୍ଟୋରେଟ ଅଫ୍‌ ଡ୍ରଗ୍ସ କଣ୍ଟ୍ରୋଲ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସୁନିତା ନାଗ ବରଗଡ଼ର ଅଶୋକ ମେଡିକାଲ ହଲର ମାଲିକ ସୁନିଲ ଅଗ୍ରଓ୍ବାଲଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ ସହିତ ଗତ ଜାନୁୟାରୀ ୧୮ରେ ଔଷଧ ଦୋକାନୀ ସୁନିଲଙ୍କୁ ଗିରଫ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ପରେ ଏହି ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଥିବା ଜାଣି ପାରି ପୋଲିସ ସେଠାରେ ପହଞ୍ଚି ଏସ୍‌ଟିଏଫ୍‌ ସହାୟତାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ ଉତ୍ତରପ୍ରଦେଶ ପୋଲିସ ସେଠାରେ ଗତ ମାର୍ଚ୍ଚ ମାସରେ ରୁଜୁ ହୋଇଥିବା ଅନ୍ୟ ଏକ ମାମଲାରେ ଗିରଫ କରିଥିଲା ଏବଂ ସେଠାରୁ ସେମାନଙ୍କୁ ଏଠାକୁ ଟ୍ରାନ୍‌ଜିଟ ରିମାଣ୍ଡରେ ଅଣାଯାଇଛି ବୋଲି ଗୁରୁବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି। ଖବରଦାତା ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡନକେଲ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri