ଥିଲାବାଲାଙ୍କୁ ଅନୁକମ୍ପା, ଗରିବଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବରଗଡ଼ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ପଡିଛି। ଏଠାରେ ଉଚ୍ଚ ନ୍ୟାୟାଳୟର ବାରମ୍ବାର ଆଦେଶ ସତ୍ତ୍ୱେ ରାସ୍ତାପାର୍ଶ୍ୱ ଜବରଦଖଲକାରୀଙ୍କୁ ହଟାଯାଉ ନାହିଁ, ଅନ୍ୟପଟେ ଗରିବ ଠେଲା ଦୋକାନୀଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନ ଆଗଭର ହୋଇ ଆସୁଥିବା ଅଭିଯୋଗ ହେଉଛି। ଏଯାଏ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରିବାରେ ଅସହାୟ ହୋଇ ପଡ଼ିଥିବା ପ୍ରଶାସନ ବୁଧବାର ଅମ୍ବାପାଲି ଛକକୁ ପହଞ୍ଚି ସେଠାରେ ରହିଥିବା ଚା, ହୋଟେଲ, ପାନ ଦୋକାନକୁ ଉଚ୍ଛେଦ ପାଇଁ ପହଞ୍ଚିଥିଲା। ତେବେ ଜବରଦଖଲରେ ଥିଲାବାଲାଙ୍କୁ ଅନୁକମ୍ପା ଏବଂ ଗରିବଙ୍କୁ ଉଚ୍ଛେଦରେ ପ୍ରଶାସନର ସେଭଳି ଆଭିମୁଖ୍ୟ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହିଛି। ସହରବାସୀ ଏକଜୁଟ୍‌ ହୋଇ ଉକ୍ତ ସ୍ଥାନରେ ହୋଇଥିବା ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଜିଲା ଓକିଲ ସଂଘ ଏବଂ ସମଲେଶ୍ୱରୀ ସଂଘର ନେତୃତ୍ୱରେ ଦୃଢ଼ ଦାବି କରିଥିଲେ। ୨୦୨୩ରେ ଜିଲା ପ୍ରଶାସନର ଉଚ୍ଛେଦ ପାଇଁ ଆଗେଇ ଆସିଥିଲା। କିନ୍ତୁ ଉଚ୍ଛେଦରେ ପ୍ରଭାବିତ ଲୋକେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ତାହା ଅଧାରେ ଅଟକି ଯାଇଥିଲା।
ଅନ୍ୟପଟେ ଉଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ସ୍ଥାନରେ ଜବର ଦଖଲ ଉଚ୍ଛେଦ ସପକ୍ଷରେ ଇତିମଧ୍ୟରେ ୨ଥର ରାୟ ଦେଇ ସାରିଲେଣି। ଏହାସତ୍ତ୍ୱେ ପ୍ରଶାସନ ସେହି ଜବରଦଖଲ ସ୍ଥାନକୁ ଉଚ୍ଛେଦ କରିବାକୁ ସାହାସ ଜୁଟାଇ ପାରୁନାହିଁ। କିନ୍ତୁ ସରକାରୀ ଜମିରେ ଗରିବ ଲୋକ ରହିବା ପାଇଁ ଘର କିମ୍ବା ପରିବାର ପୋଷଣ ପାଇଁ ଠେଲା ଦୋକାନ ଦେଇଥିଲେ, ସେହି ସ୍ଥାନକୁ ଉଚ୍ଛେଦ ପାଇଁ ପୋଲିସ, ପ୍ରଶାସନ ଆଗେଇ ଆସୁଥିବାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି।
ଗତ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ ଜୀରାନଦୀ କୂଳ ପାଖରେ ରହିଥିବା ଅମ୍ବାପାଲିର ଜଣେ ଗରିବ ବୃଦ୍ଧାଙ୍କ ଘରକୁ ଉଚ୍ଛେଦ କରିବାକୁ ପୌର ପ୍ରଶାସନ ପୂରାଦମ୍‌ରେ ଲାଗି ପଡ଼ିଥିଲା। ବୋଲଡ଼ୋଜର ଲଗାଇ ଘରର କିଛି ଅଂଶକୁ ଭଙ୍ଗା ବି ଯାଇଥିଲା। କିନ୍ତୁ ସମ୍ପୃକ୍ତ ବୃଦ୍ଧା ବୋଲଡ଼ୋଜର ଉପରକୁ ଚଢ଼ିଯାଇ ଥିବାବେଳେ ପଡ଼ାବାସୀ ଦୃଢ଼ ବିରୋଧ କରିବାରୁ ଶେଷରେ ପୋଲିସ, ପୌର ପ୍ରଶାସନକୁ ନିରାଶରେ ଫେରିବାକୁ ପଡ଼ିଥିଲା। ତେବେ ଉକ୍ତ ଘଟଣାକୁ ୨ମାସ ପୂରି ନଥିବାବେଳେ ଅମ୍ବାପାଲି ଛକରେ ରହିଥିବା କିଛି ଦୋକାନକୁ ଉଚ୍ଛେଦ କରିବା ପାଇଁ ପୁରି ମସୁଧା ଚାଲିଥିବାବେଳେ ଏହାକୁ ନେଇ ଚାପା ଅସନ୍ତୋଷ ଦେଖାଯାଇଛି।
ବୁଧବାର ପୂର୍ବାହ୍ନରେ ବରଗଡ଼ ତହସିଲଦାରଙ୍କ ସମେତ କିଛି ବିଭାଗୀୟ କର୍ମଚାରୀ ଏବଂ ପୋଲିସ ସହିତ ଅମ୍ବାପାଲି ଛକକୁ ପହଞ୍ଚିଥିଲେ। ସେଠାରେ ରହିଥିବା ୩ଦୋକାନ ଅର୍ଥାତ୍‌ ଛୋଟିଆ ହୋଟେଲ, ଚା, ପାନ ଦୋକାନକୁ ଚିହ୍ନଟ କରି ଦୋକାନ ଖାଲିବା ପାଇଁ ସମ୍ପୃକ୍ତ ଦୋକାନୀଙ୍କୁ କହିଥିଲେ। ସେଠାରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ବସିବ, ସେଥିପାଇଁ ସମ୍ପୃକ୍ତ ସ୍ଥାନ ଉଚ୍ଛେଦ ହେବ ବୋଲି ସମ୍ପୃକ୍ତ ଦୋକାନୀଙ୍କୁ ସେମାନେ ସୂଚନା ଦେଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ଦୋକାନ ଖାଲି କରିବାକୁ ମୌଖିକଭାବେ ନିର୍ଦ୍ଦେଶ ଦେଇଥିଲେ। ତେବେ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରାଯାଉ ଏବଂ ଅତିକମ୍‌ରେ ୩ମାସ ସମୟ ଦିଆଯାଉ ବୋଲି ଦୋକାନୀମାନେ ନିବେଦନ କରିଥିଲେ। କିନ୍ତୁ ସେଥିରେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ରାଜି ହୋଇ ନଥିଲେ ଏବଂ ଗୁରୁବାର ସୁଦ୍ଧା ଦୋକାନ ଖାଲି କରିବାକୁ କହି ଚାଲି ଯାଇଥିଲେ ବୋଲି ସମ୍ପୃକ୍ତ ଦୋକାନୀମାନେ କହିଛନ୍ତି।
ଜଣେ ଦୋକାନୀ ପରମେଶ୍ୱର ପାଣିଗ୍ରାହୀ କହିଛନ୍ତି, ଉଚ୍ଛେଦ ନେଇ କିଛି ଲିଖିତ ନୋଟିସ୍‌ ମିଳି ନାହିଁ। ୩ମାସ ସମୟ ମାଗିଲୁ, ସେଥିରେ ବି କେହି ରାଜି ହେଲେ ନାହିଁ। ଟ୍ରାନ୍ସଫର୍ମର ବସିବ ବୋଲି ସେମାନେ କହୁଛନ୍ତି, ହେଲେ ଏଭଳି ଛକ ସ୍ଥାନରେ ଟ୍ରାନ୍ସଫର୍ମର ବସିବା ଉଚିତ୍‌ କି ବୋଲି ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଯଦି ଉଚ୍ଛେଦ କରୁଛନ୍ତି, ସମସ୍ତଙ୍କ ଜବରଦଖଲ ଉଚ୍ଛେଦ କରନ୍ତୁ, ଆମର କେବଳ ୨/୩ଜଣ ଦୋକାନୀଙ୍କୁ କାହିଁକି ଉଚ୍ଛେଦ କରିବାକୁ ପ୍ରଶାସନ ତପତ୍ର ହେଉଛି, ତାହା ଆମେ ବୁଝି ପାରୁ ନାହୁଁ ବୋଲି ସେ କହିଛନ୍ତି। ସେହିପରି ଅନ୍ୟଜଣେ ଦୋକାନୀ ଅଶୋକ ପାଣ୍ଡେ କହିଛନ୍ତି, ଏକ ଛୋଟିଆ ହୋଟେଲ ଦେଇଛି, ସେଥିରୁ ପରିବାର ଗୁଜୁରାଣ ମେଣ୍ଟାଉଛୁ। କିନ୍ତୁ ଆମ ଭଳି ଗରିବ ଲୋକଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ଚାହୁଁଛି, ଦୀର୍ଘଦିନ ହେଲା ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କାହିଁକି ହେଉ ନାହିଁ ବୋଲି ପାଣ୍ଡେ ପ୍ରଶ୍ନ କରିଛନ୍ତି ଏବଂ ଆଗ ଥଇଥାନ କରି ତାଙ୍କୁ ସେଠାରୁ ଉଚ୍ଛେଦ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri