ବରଗଡ଼ ଧନୁଯାତ୍ରା: ରାଧାକୃଷ୍ଣଙ୍କ ନାବକେଳି

ମଥୁରାନଗରୀ,୨।୧: ବରଗଡ଼ ଧନୁଯାତ୍ରାର ସୋମବାର ସପ୍ତମ ଦିବସରେ ମଥୁରାଧିପତି କଂସ ମହାରାଜଙ୍କ ପରାକ୍ରମ, ଧନୁଯାତ୍ରା ଆୟୋଜନ ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଦେଖିବାକୁ ମିଳିଥିଲା। ରାଧାକୃଷ୍ଣଙ୍କୁ ନେଇ ଗୋପବାସୀ ଶୋଭାଯାତ୍ରାରେ ମନାବନ୍ଧ ଅଭିମୁଖେ ବାହାରିଥିଲେ। ବାଟରେ ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି ରାଧାକୃଷ୍ଣଙ୍କୁ ସ୍ବାଗତ କରାଯାଇଥିଲା। ମନାବନ୍ଧ (ଜଳାଶୟ)ରେ ନାବକେଳି ଦୃଶ୍ୟାଭିନୟ ବେଶ୍‌ ମନୋରମ ହୋଇଥିଲା। ସୁସଜ୍ଜିତ ଡଙ୍ଗାରେ ରାଧାକୃଷ୍ଣ ବସିଥିବାବେଳେ ନାଉରିଆ ଡଙ୍ଗାକୁ ଜଳାଶୟ ଚାରିପାଖ ବୁଲାଇଥିଲେ। ଏହି ଦୃଶ୍ୟାଭିନୟ ଚାଲିଥିବା ସମୟରେ ମନାବନ୍ଧର ଚତୁଃପାର୍ଶ୍ୱ ଲୋକରଣ୍ୟ ହୋଇପଡ଼ିଥିଲା । ଉପସ୍ଥିତ ମହିଳାଙ୍କ ହୁଲହୁଲି ଏବଂ ପୁରୁଷଙ୍କ ହରିବୋଲରେ ସ୍ଥାନୀୟ ଅଞ୍ଚଳ କମ୍ପି ଉଠିଥିଲା ।
ଅନ୍ୟପକ୍ଷେ ମଥୁରାଧିପତି କଂସ ଅନ୍ୟଦିନ ଭଳି ଅପରାହ୍ନରେ ମଥୁରା ଭ୍ରମଣରେ ବାହାରିଥିଲେ। ଏହି ସମୟରେ ସେ ଷ୍ଟେଟବ୍ୟାଙ୍କ ସମେତ ଅନ୍ୟ ସ୍ଥାନ ପରିଦର୍ଶନ କରି ଲୋକମଣ୍ଡପ ପଡ଼ିଆ ସ୍ଥିତ ରଙ୍ଗମହଲରେ ପହଞ୍ଚତ୍ଥିଲେ। ସେଠାରେ କଂସ ମହାରାଜଙ୍କ ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିଥିଲେ। ଏହାପରେ କଂସ ମହାରାଜ ହାଟପଦା ସ୍ଥିତ ରାଜଦରବାରକୁ ଯାଇଥିଲେ। ଗୋପପୁର ପ୍ରେରିତ ରାକ୍ଷସୀ, ରାକ୍ଷସ ନିଧନ ପରଠାରୁ ମର୍ମାହତ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପୁଣି ଷଡ଼ଯନ୍ତ୍ର ରଚନା କରିଥିଲେ। ଏଥିପାଇଁ ସେ ଧନୁଯାତ୍ରାର ଆୟୋଜନ କରିଥିଲେ। ଏହି କ୍ରମରେ ଧନୁଯାତ୍ରାକୁ କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ସେ ମହାମନ୍ତ୍ରୀ ଅକ୍ରୂରଙ୍କୁ ଗୋପପୁର ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମଙ୍ଗଳବାରଠାରୁ ବର୍ତ୍ତମାନ ରଙ୍ଗମହଲ ପାଲଟିଥିବା ଲୋକମଣ୍ଡପ ମଞ୍ଚ ରାଜଦରବାର ଏବଂ ହାଟପଦା ମଞ୍ଚରେ ରଙ୍ଗମହଲ ଦୃଶ୍ୟାଭିନୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri