ବରଗଡ଼ ଧନୁଯାତ୍ରା ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ: ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ମଥୁରାନଗରୀ ବରଗଡ଼ର ମାଟି ଐତିହ୍ୟ ସମ୍ପନ୍ନ। ଏଠାକାର କଳା, ସାହିତ୍ୟ, ସଂସ୍କୃତି ରାଜ୍ୟକୁ ଗୌରବାନ୍ବିତ କରିଛି। ଏ ମାଟିର ଲୋକନାଟକ ଧନୁଯାତ୍ରା ସମଗ୍ର ବିଶ୍ୱରେ ପରିଚିତ ଏବଂ ଆମ ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ ବୋଲି ରବିବାର ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ ରାଜ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୧୯୪୮ ଜାନୁୟାରୀ ୧୨ତାରିଖରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିଲା। ଆଉ କଂସ ମହାରାଜଙ୍କ ନିମନ୍ତ୍ରଣକ୍ରମେ ଠିକ୍‌ ସେହି ତାରିଖରେ ରାଜ ଦରବାରରେ ଉପସ୍ଥିତି ଏକ ସୌଭାଗ୍ୟ ମୁହୂର୍ତ୍ତ। କଳିଙ୍ଗ ରାଜ୍ୟ ତଥା ଓଡ଼ିଶା ପ୍ରଦେଶରେ ଯେଉଁ ନୂଆ ସରକାର ଗଠନ ହେଲା ସେହି ସରକାରର ନୂଆ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ପରିଷଦ ମଧ୍ୟ ଜୁନ୍‌ ମାସ ୧୨ତାରିଖରେ ଶପଥ ଗ୍ରହଣ କରିଥଲେ। ତାକୁ ଆଜି ଠିକ୍‌ ୭ ମାସ ପୂରିଛି ଏବଂ ଏଥିପାଇଁ ମଧ୍ୟ ନିଜକୁ ଧନ୍ୟ ମଣୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ, ଧନୁଯାତ୍ରା ଆମ ମାଟିର ମହକ। ଆମ ଇତିହାସର ମୁଖଶାଳା। ଏହା କେବଳ ପଶ୍ଚିମ ଓଡ଼ିଶାର ପାର୍ବଣ ନୁହେଁ, ସମଗ୍ର ଓଡ଼ିଶାର ସ୍ବାଭିମାନ। ପୂର୍ବ ସରକାର ଧନୁଯାତ୍ରାକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଥିଲେ। କିନ୍ତୁ ନୂଆ ସରକାର ଚଳିତବର୍ଷ ମଥୁରାନଗରୀର ପ୍ରଜାମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ମହୋତ୍ସବକୁ ଭବ୍ୟ, ଆକର୍ଷିତ କରିବା ପାଇଁ ସହାୟତା ରାଶିକୁ ୧କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର, ପ୍ରସାର ବ୍ୟାପକ କରିବାକୁ ବ୍ୟୟ ବରାଦ କରାଯିବା ସହିତ ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ମହୋତ୍ସବରେ ଅଭିନୟ କରୁଥିବା ୧୭୦କଳାକାରଙ୍କୁ ପ୍ରଥମଥର ପାଇଁ ୧୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।

କେବଳ ସେତିକି ନୁହେଁ, ଆଗାମୀ ଏକବର୍ଷ ମଧ୍ୟରେ ୧୨କୋଟି ୮୦ଲକ୍ଷ ଟଙ୍କାରେ ଧନୁଯାତ୍ରାର ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ସେହିପରି ଧନୁଯାତ୍ରାରେ ଯମୁନା ପାଲଟୁଥିବା ଜିରା ନଦୀ ଉପରେ ୮୦କୋଟି ଟଙ୍କା ବ୍ୟୟ ଅଟକଳରେ ଆନିକଟ ନିର୍ମାଣ, ୩୦କୋଟି ଟଙ୍କା ବ୍ୟୟ ଅଟକଳରେ ମଥୁରାନଗରୀ କେନାଲର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଧନୁଯାତ୍ରାର ସ୍ମରଣିକା ‘ଧନୁଷ୍ପ୍ରଭା’ ଉନ୍ମୋଚନ ସହିତ ଗତ ମାଟ୍ରିକ ପରୀକ୍ଷାରେ ଜିଲାରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଥିବା ଛାତ୍ରୀଛାତ୍ର ଏବଂ ଏପର୍ଯ୍ୟନ୍ତ ଚଳିତ ଧନୁଯାତ୍ରାରେ ଅଭିନୟ ସାରିଥିବା କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।

ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଜିଲାପାଳ ଆଦିତ୍ୟ ଗୋୟଲ, ଏସ୍‌ପି ପି.ଏସ୍‌ ମୀନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri