ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ସଭଁଏ ବିଶ୍ୱପ୍ରସିଦ୍ଧ କହିଆସୁଛନ୍ତି। ଏଥିରେ ଦ୍ୱିରୁକ୍ତି ମଧ୍ୟ ନାହିଁ। ତଥାପି ବାସ୍ତବରେ ଏହି ମହୋତ୍ସବକୁ ବିଶ୍ୱସ୍ତରୀୟ କରିବାକୁ ହେଲେ ଏହାର ଆଭିମୁଖ୍ୟରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ମାତ୍ର ତାହା ପରିଲକ୍ଷିତ ହେଉନାହିଁ। ସାଜସଜ୍ଜାର ଆକର୍ଷଣରେ ଅଭିବୃଦ୍ଧି ଘଟିଛି, କିନ୍ତୁ ପ୍ରଚାର ପ୍ରସାର କ୍ଷେତ୍ରରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ପଛରେ ପଡ଼ିଯାଇଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଅତୀତରେ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆନ୍ତର୍ଜାତୀକସ୍ତରରେ ବିଦେଶୀ ଓ ଜାତୀୟ ଗଣମାଧ୍ୟମ ସ୍ଥାନୀତ କରୁଥିଲେ। ଏପରିକି ଆଞ୍ଚଳିକସ୍ତରରେ ମଧ୍ୟ ଅନେକ ଗଣମାଧ୍ୟମ ଏହାର ସିଧା ପ୍ରସାରଣ କରୁଥିଲେ। ସମ୍ପ୍ରତି କେବଳ ପ୍ରାନ୍ତୀୟସ୍ତରରେ ଏହା ସୀମିତ ରହିଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବରଗଡ଼ ଧନୁଯାତ୍ରା ବିଶ୍ୱସ୍ତରୀୟ ହେବାର ସାମର୍ଥ୍ୟ ରହିଥିଲେ ମଧ୍ୟ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ତାର ଗୁରୁତ୍ୱ ରହୁନାହିଁ। କେବଳ ସେତିକି ନୁହେଁ, ପ୍ରଚାର ପ୍ରସାର ଅଭାବରୁ ସ୍ଥାନୀୟ ଲୋକେ ମଧ୍ୟ ଧନୁଯାତ୍ରାକୁ ନେଇ ଅନ୍ଧାରରେ ରହୁଛନ୍ତି।

ମନ୍‌ କି ବାତ୍‌ରେ ସ୍ଥାନିତ ହେଉ ଧନୁଯାତ୍ରା
ବିଗତ ୨ବର୍ଷ ହେଲା, ବରଗଡ଼ ଧନୁଯାତ୍ରା ଭବ୍ୟରୂପ ନେବାରେ ଲାଗିଛି, ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ଜାତୀୟ, ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିପାରୁନାହିଁ। ବରଗଡ଼ ଧନୁଯାତ୍ରା ଭାରତୀୟ ସ୍ବାଧୀନତା ପ୍ରାପ୍ତିର ଏକ ସାଂସ୍କୃତିକ ସ୍ମାରକୀ ରୂପେ ଚାଲିଆସୁଥିଲେ ସୁଦ୍ଧା ଜାତୀୟସ୍ତରରେ ଏହାର ସ୍ବୀକୃତି ଲାଭ କରି ପାରିନାହିଁ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ ଭଳି କାର୍ଯ୍ୟକ୍ରମରେ ଏହାକୁ ସ୍ଥାନୀତ କରାଯାଇ ପାରିଲେ ତାହା ଜାତୀୟସ୍ତରରେ ଚର୍ଚ୍ଚିତ ହୋଇପାରନ୍ତା।
-ସୁରେନ୍ଦ୍ର ହୋତା, ପୂର୍ବତନ ଆବାହକ, ଧନୁଯାତ୍ରା ପ୍ରଚାର ପ୍ରସାର କମିଟି
ପଛେଇ ଯାଇଛି ପ୍ରଚାର, ପ୍ରସାର
ଧନୁଯାତ୍ରା ମହୋତ୍ସବର ସାଜସଜ୍ଜା ଯେଭଳି ଆଗେଇ ଚାଲିଛି, ପ୍ରଚାର ପ୍ରସାର ସେଭଳି ହେଉନାହିଁ। ଧନୁଯାତ୍ରା କେବେ ହେବ ବୋଲି ଅନେକ ଲୋକ ମୋତେ ପଚାରିଛନ୍ତି, କିନ୍ତୁ ଏହି ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ ବୋଲି ମୁଁ ବି ଜାଣି ପାରି ନ ଥିଲି। ଗତଥର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବାର ୫/୭ଦିନ ପୂର୍ବରୁ ବରଗଡ଼ ସହରରେ ଅନେକ ପୋଷ୍ଟର, ବ୍ୟାନର ଲାଗିଥିଲା। ମାତ୍ର ଏବେ ତାହା ପରିଲକ୍ଷିତ ହେଉନାହିଁ। କାଁ ଭାଁ କେଉଁଠି ଲାଗିଥିବ, ହେଲେ ଆଜି ମୁଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାପାର୍ଶ୍ୱରେ କେବଳ ଗୋଟିଏ ବ୍ୟାନର ଦେଖିଛି।
-ଜୟନ୍ତ ମହାରଣା,
ଚଳଚ୍ଚିତ୍ର ନିର୍ଦ୍ଦେଶକ, ବରଗଡ଼
ସଙ୍କୁଚିତ ହେଉଛି ପ୍ରଚାର, ପ୍ରସାର
ଧନୁଯାତ୍ରାର ପ୍ରଚାର ପ୍ରସାର ଯେଭଳି ହେବା କଥା, ତାହା ହେଉନାହିଁ। ଧନୁଯାତ୍ରା ପରିସର ଦିନକୁ ଦିନ ସଙ୍କୁଚିତ ହେଉଛି। ଆଗରୁ ଅନେକ ଗଣମାଧ୍ୟମ ଏହି ମହୋତ୍ସବକୁ ଗୁରୁତ୍ୱ ଦେଉଥିଲେ। ଫଳରେ ଏହି ମହୋତ୍ସବ ବିଶ୍ୱସ୍ତରକୁ ପହଞ୍ଚି ପାରିଥିଲା। ଏବେ ଧନୁଯାତ୍ରା ପ୍ରଚାର ପ୍ରସାର ପାଇଁ ଏକ କମିଟି ଗଠନ ହୋଇଛି। କିନ୍ତୁ ଆଗଭଳି ଧନୁଯାତ୍ରାର ପ୍ରଚାର ପ୍ରସାର ପରିଲକ୍ଷିତ ହେଉନାହିଁ। ବରଗଡ଼ ସହରରେ ଆଉ ୩ଦିନ ପରେ ଧନୁଯାତ୍ରା ମହୋତ୍ସବ ହେବ। ହେଲେ ଧନୁଯାତ୍ରା ମହୋତ୍ସବ ନେଇ ଏହି ସହରରେ ଯଦି ପୋଷ୍ଟର, ବ୍ୟାନର ଦେଖିବାକୁ ମିଳୁନାହିଁ। ଏଭଳିସ୍ଥଳେ ଅନ୍ୟ ଜିଲା କିମ୍ବା ରାଜ୍ୟରେ ବରଗଡ଼ ଧନୁଯାତ୍ରା ପୋଷ୍ଟର, ବ୍ୟାନର ଲାଗିଥିବ, ତାହା ଆଦୌ ବିଶ୍ୱସନୀୟ ନୁହେଁ।
-ସୁରେନ୍ଦ୍ର ପଣ୍ଡା, ଆଡ଼ଭୋକେଟ୍‌, ବରଗଡ଼
ପ୍ରଚାର ପ୍ରସାରରେ ପଛେଇବା ଦୁର୍ଭାଗ୍ୟଜନକ
ଧନୁଯାତ୍ରା ମହୋତ୍ସବ ଆମ ବରଗଡ଼ର ଏକ ବଡ଼ ପରିଚୟ। ଏହି ମହୋତ୍ସବର ଯେଭଳି ଅଧିକ ପ୍ରଚାର ପ୍ରସାର ହେବ, ସେତିକି ଆମ ଜିଲାର ଟେକ ରହିବ। କିନ୍ତୁ ଧନୁଯାତ୍ରାକୁ ନେଇ ଯେଭଳି ପ୍ରଚାର, ପ୍ରସାର ହେବା କଥା, ତାହା ଆଦୌ ଦେଖିବାକୁ ମିଳୁନାହିଁ। ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବାର ୧୦/୧୫ଦିନ ହେବା ଆଗରୁ ଏହି ମହୋତ୍ସବ ନେଇ ପ୍ରଚାର ପ୍ରସାର କରାଯିବା ଦରକାର। ମାତ୍ର ତାହା ହୋଇ ନ ଥିବା ଯୋଗୁ କେବେ ଧନୁଯାତ୍ରା ଆରମ୍ଭ ହେବ, ବରଗଡ଼ ଜିଲାର ବହୁଲୋକ ମଧ୍ୟ ତାହା ଜାଣି ପାରିନାହାନ୍ତି। ଏଥର ଧନୁଯାତ୍ରା ବହୁତ ଭଲ ହେବ ବୋଲି ଲୋକେ ମନରେ ଆଶା ବାନ୍ଧିଛନ୍ତି, କିନ୍ତୁ ପ୍ରଚାର ପ୍ରସାର ପ୍ରସାର ପଛେଇ ଯିବା ଦୁର୍ଭାଗ୍ୟଜନକ।
-ଶିବାନନ୍ଦ ମଟାରୀ, ବରିଷ୍ଠ ନାଗରିକ, ବରଗଡ଼
ପ୍ରଚାର, ପ୍ରସାରରେ ସ୍ପନସରଶିପ୍‌
ବରଗଡ଼ ସହରର ବିଭିନ୍ନ ମୁଖ୍ୟ (ପ୍ରୋମିନେଣ୍ଟ) ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଇବା ପାଇଁ କିଛି ଆସୋସିଏଶନକୁ ସ୍ପନସରଶିପ୍‌ ଭାବେ ଅନୁରୋଧ କରାଯାଇଛି। ସେହିପରି ଜିଲାର ପ୍ରତ୍ୟେକ ବିଡ଼ିଓଙ୍କ ପାଖକୁ ଧନୁଯାତ୍ରା ପୋଷ୍ଟର, ବ୍ୟାନର ପଠାଯାଇଛି। ତାକୁ ସମସ୍ତେ ନିଶ୍ଚିତ ଭାବେ ଭଲ ଜାଗାରେ ଲଗାଇଥିବେ ବୋଲି ଆଶା କରାଯାଉଛି। ଏହାସହିତ ଧନୁଯାତ୍ରା ମହୋତ୍ସବର ପ୍ରଚାର ପ୍ରସାର ପାଇଁ ରଙ୍ଗୋଲି, କୁଇଜ୍‌, ଜାତୀୟ ସେମିନାର, ବାଲ୍‌ ଧନୁଯାତ୍ରା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୋସିଆଲ ଏବଂ ଡିଜିଟାଲ ମିଡ଼ିଆରେ ମଧ୍ୟ ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଉଛି। ଯଦିଓ କେଉଁଠି ବ୍ୟତିକ୍ରମ ରହିଛି, ଦୃଷ୍ଟିକୁ ଆସିଲେ ସେଥିରେ ସୁଧାର ଅଣାଯିବ।
-ପ୍ରହଲ୍ଲାଦ ଖୋସ୍‌ଲା,
ଆବାହକ, ଧନୁଯାତ୍ରା ପ୍ରଚାର ପ୍ରସାର କମିଟି

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri