ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ ଧନୁଯାତ୍ରା ମହୋତ୍ସବ ଅବ୍ୟବହିତ ପୂର୍ବରୁ ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରା ସମ୍ପର୍କୀତ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା। ସ୍ଥାନୀୟ ଭିଏସଏସ ନଗର(ବାନ୍ଦୁଟିକ୍ରା) ଛକରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସମେତ ଅନେକ ଅନୁଷ୍ଠାନର ସଦସ୍ୟା, ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟାଭିନୟ ନେଇ ରଙ୍ଗୋଲି ଆଙ୍କିଥିଲେ। ଏଥିରେ ରଙ୍ଗରେଖା କ୍ଲବ, ଭଟଲି ପ୍ରଥମ, ବୀଣାପାଣି କ୍ଲବ, ସୁନ୍ଦରଗଡ଼ ଦ୍ବିତୀୟ ଏବଂ କଳାଭୂମି ଆର୍ଟ ଗ୍ରୁପ, ବରପାଲି ତୃତୀୟ ହୋଇଥିଲେ। ବରଗଡ଼ ବିଧାୟକ ଅଶିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ବରଗଡ଼ ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ପୌର ପରିଷଦର ପୌରଧ୍ୟକ୍ଷା କଳ୍ପନା ମାଝୀ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ, ଉପ ଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ପ୍ରଚାର ପ୍ରସାର କମିଟି ଆବାହକ ତଥା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ପଦମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ, ପ୍ରଚାର ପ୍ରସାର କମିଟି ସହ ସମ୍ପାଦକ ରବି ନାରାୟଣ ପଣ୍ଡାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ତଥା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri