ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ଅପରାହ୍ନ ୩ଟାରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଛି। ତେବେ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶୁଭେଚ୍ଛା ଜଣାଇ ନବୀନ ଲେଖିଛନ୍ତି,’ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପୃଥିବୀର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଧନୁଯାତ୍ରା ଆମ ଗରିମାମୟ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ନିଦର୍ଶନ। ଆସନ୍ତୁ ଧନୁଯାତ୍ରାରେ ସାମିଲ ହୋଇ ଏହାକୁ ବିଶ୍ୱପ୍ରସାରୀ କରିବା।”



