Posted inଜାତୀୟ

ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବରେଲି,୨୭।୧୧: ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା ମିଳିଛି। ବାଦାୟଁର ସମରେର ସହିତ ଫରିଦପୁରକୁ ସଂଯୋଗ କରିବା ପାଇଁ ଏହି ବ୍ରିଜ୍‌ ୧ ବର୍ଷ ପୂର୍ବେ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା। ଏହି ସେତୁ ଭୁଶୁଡ଼ିବା କାରଣରୁ ରାସ୍ତା ବନ୍ଦ ହୋଇଯାଇଥିଲା, କିନ୍ତୁ ଗୁଗୁଲ ମାନଚିତ୍ରରେ ବ୍ରିଜ୍‌ ଉପରେ ରାସ୍ତାଥିବା ନେଇ ଦେଖାଉଥିଲା। ଡ୍ରାଇଭର ସମାନ ଗୁଗୁଲ ମ୍ୟାପ୍‌ ସାହାଯ୍ୟରେ ଗାଡି ଚଳାଉଥିଲ। ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଆଗକୁ ରାସ୍ତା ନାହିଁ, ତେବେଳେ ବହୁତ ଡେରି ହୋଇଯାଇଥିଲା।

ସୂଚନାଯୋଗ୍ୟ, ସିକ୍ୟୁରିଟି କମ୍ପାନୀର ୩ ଜଣ କର୍ମଚାରୀ ଗାଜିଆବାଦରୁ ଆସୁଥିଲେ। କିନ୍ତୁ ଏହି ଲୋକମାନେ ଜାଣି ନ ଥିଲେ ଯେ ବ୍ରିଜ୍‌ ଭାଙ୍ଗିଯାଇଛି। କୁହାଯାଉଛି ଯେ ସେ ଗୁଗୁଲ ମ୍ୟାପ୍‌ ସାହାଯ୍ୟରେ ଏହି ବାଟରେ ଆସିଥିଲେ। ଆଉ ବ୍ରିଜ୍‌ ଉପରେ ରାସ୍ତା ଥିବା ନେଇ ଗୁଗୁଲ ମ୍ୟାପ୍‌ ଦେଖାଇଲା, ଡ୍ରାଇଭର କାର୍‌କୁ ଆଗକୁ ନେଇଥିଲେ। ରାତିର ଅନ୍ଧକାରରେ ଡ୍ରାଇଭର ଜାଣିପାରିଲା ନାହିଁ ଯେ ୩୦ ମିଟର ପରେ ରାସ୍ତା ନାହିଁ । ଏହି କାରଣରୁ ତାଙ୍କ କାର୍‌ ବ୍ରିଜ୍‌ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପଛରେ ପବ୍ଲିକ ୱାର୍କସ ବିଭାଗର ଅବହେଳା ମଧ୍ୟ ସାମ୍ନାକୁ ଆସୁଛି। ଅଭିଯୋଗ ହୋଇଛି ଯେ ଅସମ୍ପୂର୍ଣ୍ଣ ସେତୁ ପୂର୍ବରୁ ପବ୍ଲିକ ୱାର୍କସ ବିଭାଗ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ କିମ୍ବା ସଂପୃକ୍ତ ବିଭାଗ ଗୁଗୁଲ ମ୍ୟାପରେ ରାସ୍ତାର ମାର୍ଗ ପରିବର୍ତ୍ତନ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri