କାକଟପୁର ରତ୍ନବଟ ଆଶ୍ରମରେ ବାରଗାଦି ମେଳନ ଅନୁଷ୍ଠିତ, ଭାଗବତ ପାଠର ପ୍ରଚାର ପ୍ରସାର ନିମନ୍ତେ ଚାଲି ଆସୁଛି ପରମ୍ପରା

କାକଟପୁର,୧୮।୫(ଡି.ଏନ୍‌.ଏ.): ଶନିବାର ପବିତ୍ର ବୁଦ୍ଧପୂର୍ଣ୍ଣିମା ତଥା ବୈଶାଖ ପୂର୍ଣ୍ଣିମା ଅବସରରେ ପ୍ରାଚୀ ଉପତ୍ୟକାର ରତ୍ନବଟ ଆଶ୍ରମରେ ବାରଗାଦି ଭାଗବତ ମେଳନ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ନିକଟସ୍ଥ ତୁଳସୀପୁର, ଭାଣପୁର, ବାଲୁଙ୍କ, ସାନହୁଲି, କେଶେରାଇପୁର, ଜାହାଙ୍ଗୀରପୁର, ଦଣ୍ଡିକିରା, ଛଣିଜଙ୍ଗ, ବଳଭଦ୍ରପୁର ଆଦି ୧୨ ଗାଁର ଭାଗବତ ଗାଦିଙ୍କୁ ଗ୍ରାମବାସୀମାନେ ସୁସଜ୍ଜିତ ବିମାନରେ ଆଣି ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ଆଶ୍ରମର ପୂଜକ ରାଜକିଶୋର ଶତପଥି ତୁଳସୀପାଣି, ପୁଷ୍ପମାଲ୍ୟ ଦେଇ ଠାକୁରମାନଙ୍କୁ ସ୍ବାଗତ କରିଥିଲେ। ପ୍ରଥମେ ତୁଳସୀପୁର ଗ୍ରାମର ଭାଗବତ ଗାଦି ବାର ଦୋଳମେଳନ ମଣ୍ଡପର ଦକ୍ଷିଣପାର୍ଶ୍ୱରେ ଉପବେସନ କରିବା ପରେ ଅନ୍ୟ ସମସ୍ତ ଠାକୁର ବସିଥିଲେ। ମଧ୍ୟାହ୍ନରେ ଠାକୁରଙ୍କ ସମ୍ମୁଖରେ ଦ୍ୱାଦଶ ସ୍କନ୍ଦ ଭାଗବତ ପାଠ କରାଯାଇଥିଲା। ଏହା ପରେ ଠାକୁରଙ୍କୁ ଅନ୍ନ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଆତସବାଜି ପ୍ରଦର୍ଶନ ପରେ ଠାକୁରମାନେ ସ୍ବ ସ୍ବ ବିମାନରେ ଗ୍ରାମକୁ ଯାଇ ଦ୍ୱାରିଭୋଗ ଖାଇଥିଲେ। ଏହି ଅବସରରେ ସଭାମଣ୍ଡପର ଭେଟ ପଡ଼ିଆରେ ମେଳା ଲାଗିଥିଲା। ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭାଗବତ ପାଠର ପ୍ରଚାର ତଥା ପ୍ରସାର କରିବା ସହ ଗାଁ ଗାଁ ଭିତରେ ଥିବା ଭାଇଚାରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ କାହିଁ କେତେକାଳରୁ ଏହି ମେଳନ ହେଉଥିବା ତୁଳସୀପୁର ଗ୍ରାମର କ୍ଷମାନିଧି ତ୍ରିପାଠୀ କହିଛନ୍ତି। ବାତ୍ୟା ଫନୀ ଆଶ୍ରମର ବୃକ୍ଷରାଜୀକୁ ଧ୍ୱସ୍ତବିଧ୍ୱଂସ୍ତ କରିଦେଇଥିଲେ ସୁଦ୍ଧା ପରମ୍ପରାକୁ ବନ୍ଦ କରାଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri