ପୁରୁଷୋତ୍ତମପୁର,୧୮।୬, (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ସଭାପତି ତଥା ସରକାରୀଓକିଲ କ୍ରୁଷ୍ଣଚନ୍ଦ୍ର ଗୌଡଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଆସିଷ୍ଟାଣ୍ଟ ସେସନ୍ସଜଜ ତଥା ସିନିୟର ସିଭିଲଜଜ ଶରତକୁମାର ସାହୁ ଓ ପ୍ରଥମଶ୍ରେଣୀ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ଯୋଗଦେଇଥିଲେ। ଏହି ଅବସରରେ ପ୍ରଥମଶ୍ରେଣୀ ବିଚାରପତି ପୂଜାପ୍ରିୟଦର୍ଶନୀ ପତିଙ୍କ ଭବାନିପାଟଣା କୋର୍ଟକୁ ବଦଳି ହୋଇଥିବାକୁନେଇ ଓକିଲ ସଂଘପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାସହ ସେ ଏଠାରେ ୨୦୨୨ମସିହା ଜୁଲାଇ ୨୨ ତାରିଖରେ ଯୋଗଦେବା ପରଠୁ ତାଙ୍କର କାର୍ଯ୍ୟକାଳ ସମୟରେ ପୁରୁଷୋତ୍ତମପୁର ଅଞ୍ଚଳବାସୀଙ୍କ ଲାଗି ବଡ ସଫଳତାରୂପେ ନୂତନଭାବରେ ଆସିଷ୍ଟେଣ୍ଟ ସେସନ୍ସଜଜ ତଥା ସିଭିଲଜଜ ସିନିୟରଡିଭିଜନ କୋର୍ଟ ପ୍ରତିଷ୍ଟାହୋଇ ପାରିଥିବା ବେଳେ ପ୍ରାୟ୨୦ କୋଟିରୁଉର୍ଦ୍ଧ ଟଙ୍କ ବ୍ୟୟରେ ନୂତନଭାବରେ ଜୁଡିସିଆଲ କମ୍ପ୍ଳେସ ନିର୍ମାଣ ହେବାଭଳି ଉନ୍ନୟନମୂଳକ କାର୍ଯ୍ୟମାନ ହୋଇପାରିଥିବା ସହ ବାରଓବେଞ୍ଚ ମଧ୍ୟରେ ସୁସମ୍ପର୍କ ସ୍ଥାପନକରି ଦୀର୍ଘଦିନଧରି ପଡିରହିଥିବା ମାମଲାର ଫଇସଲାକରି ଲୋକଙ୍କୁ ଉଚି୍ଯଯଯାୟପ୍ରଦାନ ପ୍ରଦାନକରିଥିବାକୁ ନେଇ ତାଙ୍କର କର୍ମମୟ ଜୀବନଉପରେ ଓକିଲ ମାନେ ଗୁଣଗାନକରିଥିଲେ। ଏଥିରେ ଓକିଲସଂଘ ଉପସଭାପତି ଦୂର୍ଗାଚରଣ ଦାଶ,ସଂପାଦକ ରବିନ୍ଦ୍ରକୁମାର ସାହୁ, ସହ ସଂପାଦକ କେ ଶଶାଙ୍କଶେଖର ରାଓ,ସରକାରୀଓକିଲ ପ୍ରକାଶଚନ୍ଦ୍ର ତ୍ରୀପାଠି,ବରିଷ୍ଟ ଓକିଲ ବାସୁଦେବ ଜେନା, ପ୍ରଦୋଶକୁମାର ବାହିନିପତି, ଅକ୍ଷୟକୁମାର ବେହେରା ପ୍ରଭାତକୁମାରପଟ୍ଟନାୟକ, ନିରଞ୍ଜନବେହେରା,ଦୟାନିଧିପଣ୍ଡା, ରମାରଞ୍ଜନ ଦାଶ, ପ୍ରଫୁଲ କୁମାର ପଣ୍ଡା, ପାଣ ବେହେରା , ରବିନ୍ଦ୍ରବେହେରା, କାମେଶ୍ବର ଗୌଡ,ନାରାୟଣ ପାଣିଗ୍ରାହି, ତୁଷାରକାନ୍ତ ରାଉଳଙ୍କ ସମେତ ବହୁ ଓକିଲ ଉପସ୍ଥିତଥିଲେ।


