ଓକିଲସଂଘ ପକ୍ଷରୁ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୧୮।୬, (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ସଭାପତି ତଥା ସରକାରୀଓକିଲ କ୍ରୁଷ୍ଣଚନ୍ଦ୍ର ଗୌଡଙ୍କ ପୌରହିତ୍ୟରେ ବୁଧବାର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଆସିଷ୍ଟାଣ୍ଟ ସେସନ୍ସଜଜ ତଥା ସିନିୟର ସିଭିଲଜଜ ଶରତକୁମାର ସାହୁ ଓ ପ୍ରଥମଶ୍ରେଣୀ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ଯୋଗଦେଇଥିଲେ। ଏହି ଅବସରରେ ପ୍ରଥମଶ୍ରେଣୀ ବିଚାରପତି ପୂଜାପ୍ରିୟଦର୍ଶନୀ ପତିଙ୍କ ଭବାନିପାଟଣା କୋର୍ଟକୁ ବଦଳି ହୋଇଥିବାକୁନେଇ ଓକିଲ ସଂଘପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାସହ ସେ ଏଠାରେ ୨୦୨୨ମସିହା ଜୁଲାଇ ୨୨ ତାରିଖରେ ଯୋଗଦେବା ପରଠୁ ତାଙ୍କର କାର୍ଯ୍ୟକାଳ ସମୟରେ ପୁରୁଷୋତ୍ତମପୁର ଅଞ୍ଚଳବାସୀଙ୍କ ଲାଗି ବଡ ସଫଳତାରୂପେ ନୂତନଭାବରେ ଆସିଷ୍ଟେଣ୍ଟ ସେସନ୍ସଜଜ ତଥା ସିଭିଲଜଜ ସିନିୟରଡିଭିଜନ କୋର୍ଟ ପ୍ରତିଷ୍ଟାହୋଇ ପାରିଥିବା ବେଳେ ପ୍ରାୟ୨୦ କୋଟିରୁଉର୍ଦ୍ଧ ଟଙ୍କ ବ୍ୟୟରେ ନୂତନଭାବରେ ଜୁଡିସିଆଲ କମ୍ପ୍ଳେସ ନିର୍ମାଣ ହେବାଭଳି ଉନ୍ନୟନମୂଳକ କାର୍ଯ୍ୟମାନ ହୋଇପାରିଥିବା ସହ ବାରଓବେଞ୍ଚ ମଧ୍ୟରେ ସୁସମ୍ପର୍କ ସ୍ଥାପନକରି ଦୀର୍ଘଦିନଧରି ପଡିରହିଥିବା ମାମଲାର ଫଇସଲାକରି ଲୋକଙ୍କୁ ଉଚି୍ଯଯଯାୟପ୍ରଦାନ ପ୍ରଦାନକରିଥିବାକୁ ନେଇ ତାଙ୍କର କର୍ମମୟ ଜୀବନଉପରେ ଓକିଲ ମାନେ ଗୁଣଗାନକରିଥିଲେ। ଏଥିରେ ଓକିଲସଂଘ ଉପସଭାପତି ଦୂର୍ଗାଚରଣ ଦାଶ,ସଂପାଦକ ରବିନ୍ଦ୍ରକୁମାର ସାହୁ, ସହ ସଂପାଦକ କେ ଶଶାଙ୍କଶେଖର ରାଓ,ସରକାରୀଓକିଲ ପ୍ରକାଶଚନ୍ଦ୍ର ତ୍ରୀପାଠି,ବରିଷ୍ଟ ଓକିଲ ବାସୁଦେବ ଜେନା, ପ୍ରଦୋଶକୁମାର ବାହିନିପତି, ଅକ୍ଷୟକୁମାର ବେହେରା ପ୍ରଭାତକୁମାରପଟ୍ଟନାୟକ, ନିରଞ୍ଜନବେହେରା,ଦୟାନିଧିପଣ୍ଡା, ରମାରଞ୍ଜନ ଦାଶ, ପ୍ରଫୁଲ କୁମାର ପଣ୍ଡା, ପାଣ ବେହେରା , ରବିନ୍ଦ୍ରବେହେରା, କାମେଶ୍ବର ଗୌଡ,ନାରାୟଣ ପାଣିଗ୍ରାହି, ତୁଷାରକାନ୍ତ ରାଉଳଙ୍କ ସମେତ ବହୁ ଓକିଲ ଉପସ୍ଥିତଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?