ବାନୁ ମୁସ୍ତାକଙ୍କୁ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌

ଲଣ୍ଡନ,୨୨ା୫ (ପି.ଟି.): ଲେଖିକା, ଆକ୍ଟିଭିଷ୍ଟ ତଥା ଆଇନଜୀବୀ ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ହାର୍ଟ ଲ୍ୟାମ୍ପ୍‌’ (ହୃଦୟ ଦୀପ) ପାଇଁ ଚଳିତ ବର୍ଷର ସମ୍ମାନଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ପାଇଛନ୍ତି। ଏହି ପୁରସ୍କାର ଜିତିବାରେ ହାର୍ଟ ଲ୍ୟାମ୍ପ୍‌ ପ୍ରଥମ କନ୍ନଡ଼ ପୁସ୍ତକ। ଲଣ୍ଡନର ଟାଟେ ମଡର୍ନଠାରେ ଅନୁଷ୍ଠିତ ଉତ୍ସବରେ ବାନୁଙ୍କୁ ଏହି ପୁରସ୍କାର ବାବଦରେ ୫୦ ହଜାର ବ୍ରିଟିଶ ପାଉଣ୍ଡ (୫୭,୩୬,୯୬୦ ଟଙ୍କା) ପ୍ରଦାନ କରାଯାଇଛି। ମଙ୍ଗଳବାର ରାତିରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବାନୁଙ୍କ ସହ ପୁସ୍ତକର ଇଂଲିଶ୍‌ ଅନୁବାଦ କରିଥିବା ଦୀପା ଭସ୍ତି ମଞ୍ଚରେ ଉପସ୍ଥିତ ଥିଲେ। ଦୀପାଙ୍କ ସହ ବାନୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହା ବିବିଧତାର ବିଜୟ ବୋଲି ବାନୁ କହିଛନ୍ତି। ହାର୍ଟ ଲ୍ୟାମ୍ପ୍‌ ୧୨ଟି କ୍ଷୁଦ୍ରଗଳ୍ପର ସଂକଳନ, ଯେଉଁଥିରେ ଦକ୍ଷିଣ ଭାରତର ପିତୃକୈନ୍ଦ୍ରିକ ସମ୍ପ୍ରଦାୟର ମହିଳାମାନଙ୍କ ଦୈନନ୍ଦିନ ଜୀବନର ନମ୍ରତା, ପ୍ରତିରୋଧତା, ବୁଦ୍ଧିମତ୍ତା ଓ ଭଗ୍ନିତ୍ୱ ପ୍ରତିପାଦିତ ହେବା ସହ ମୌଖିକ କାହାଣୀ କଥନର ଉନ୍ନତ ପରମ୍ପରା ଜରିଆରେ ଜୀବନରେ ଉଜ୍ଜ୍ୱଳତା ଅଣାଯାଇଛି। ବୁକର ପୁରସ୍କାର ଜିତିଥିବା କନ୍ନଡ଼ ଲେଖିକା ବାନୁଙ୍କୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଅଭିନନ୍ଦନ ଜଣାଇଛନ୍ତି।
୧୯୪୮ରେ କର୍ନାଟକର ହାସନଠାରେ ଏକ ମୁସଲମାନ ପରିବାରରେ ଜନ୍ମିତ ବାନୁ ମୁସ୍ତାକ ଜଣେ ଖ୍ୟାତନାମା ଲେଖିକା, ଆଇନଜୀବୀ ଓ ଆକ୍ଟିଭିଷ୍ଟ ହୋଇଥିବାବେଳେ ସେ କନ୍ନଡ ସମେତ ଉର୍ଦ୍ଦୁ, ହିନ୍ଦୀ, ତାମିଲ, ମାଲାୟାଲମ ଏବଂ ଇଂଲିଶ୍‌ରେ ଅନେକ ଲେଖା ଲେଖିଛନ୍ତି। ସେ ପୂର୍ବରୁ ଲଙ୍କେଶ ପତ୍ରିକେରେ ଖବରଦାତା ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଅଲ୍‌ ଇଣ୍ଡିଆ ରେଡିଓ ବେଙ୍ଗାଲୁରୁରେ ଯୋଗ ଦେଇଥିଲେ। ଛୋଟବେଳୁ ତାଙ୍କର ଲେଖାଲେଖି ପ୍ରତି ରୁଚି ରହିଥିଲା। ନିଜ ଅନୁଭୂତି ଓ ଅଭିଜ୍ଞତାକୁ ନେଇ ସେ ପ୍ରଥମେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅଧିକାଂଶ ଲେଖା ନାରୀ ପ୍ରସଙ୍ଗ ଉପରେ ଆଧାରିତ। ତାଙ୍କର ୬ଟି କ୍ଷୁଦ୍ରଗଳ୍ପ ସଂକଳନ, ଉପନ୍ୟାସ, ପ୍ରବନ୍ଧ ଓ କବିତା ସଂକଳ୍ପ ପ୍ରକାଶିତ ହୋଇଛି। ତାଙ୍କର ‘କାରି ଗାନାରାଗାଲୁ’ ଗଳ୍ପ ଆଧାରରେ ୨୦୦୩ରେ ହାସିନା ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ସେ ୮୦ ଦଶକରୁ କର୍ନାଟକରେ ମୌଳବାଦ ଓ ସାମାଜିକ ଅନ୍ୟାୟ ବିରୋଧରେ କାର୍ଯ୍ୟ କରିଆସୁଛନ୍ତି। ସେ କର୍ନାଟକ ସାହିତ୍ୟ ଏକାଡେମୀ ପୁରସ୍କାର, ଦାନ ଚିନ୍ତାମଣି ଅତ୍ତିମାବେ ପୁରସ୍କାର, ପେନ୍‌ ଇଂଲିଶ ଟ୍ରାନ୍ସଲେଟ୍‌ ଆଓ୍ବାର୍ଡ ଆଦି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri