କଏନ୍‌ ନେବାକୁ ମନା କରିପାରିବେନି ବ୍ୟାଙ୍କ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ୫୦ ପଇସାଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏ କୌଣସି ମୁଦ୍ରା ଅଚଳ ହୋଇନାହିଁ। କୌଣସି ବ୍ୟାଙ୍କ କଏନ୍‌ ନେବାକୁ ମନା କରିପାରିବେ ନାହିଁ। ତେବେ ସାଧାରଣ ଲୋକେ କଏନ୍‌ କାରବାରକୁ ନେଇ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଦୂର କରିବାକୁ ରାଜ୍ୟର ୩୧୪ ବ୍ଲକ୍‌ରେ କଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହେବ। ଏହି ମେଳା ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ୩ ମାସ ପର୍ଯ୍ୟନ୍ତ ଚାଲିବ। ୩ ମାସ ମଧ୍ୟରେ ସବୁ ବ୍ଲକ ମୁଖ୍ୟାଳୟ ଓ ବଜାର ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯିବ। ଲୋକମାନେ କଏନ୍‌ ସହ ମଇଳା ଓ ଚିରାଫଟା ନୋଟ୍‌ ବଦଳାଇପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି। ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ କେବଳ କଟକ ଭୁବନେଶ୍ୱରରେ ଏହି ମେଳା କରିବା ଦ୍ୱାରା ବ୍ଲକ ସ୍ତରର ଲୋକମାନେ ଉପକୃତ ହୋଇପାରୁ ନାହାନ୍ତି। ତେଣୁ ବ୍ଲକ୍‌ ସ୍ତରରେ ଏହି କାର୍ଯ୍ୟକ୍ରମ କରିବାକୁ ଯୋଜନା ରହିଛି। ମେଳା ଆୟୋଜନ ପୂର୍ବରୁ ସଂପୃକ୍ତ ବ୍ଲକରେ ଏନେଇ ପ୍ରଚାରପ୍ରସାର କରାଯିବ। ତେବେ ଲୋକେ ଅଧିକ ସଚେତନ ହେବା ସହ କୌଣସି ଗୁଜବରେ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ରାଜ୍ୟର ଯେକୌଣସି ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ। କୌଣସି ବ୍ୟାଙ୍କ ମନା କଲେ ଆର୍‌ବିଆଇ ବ୍ୟାଙ୍କିଙ୍ଗ୍‌ ଅମ୍ବୁଡ୍ସମ୍ୟାନ୍‌ରେ ଗ୍ରାହକ ଅଭିଯୋଗ କରିପାରିବେ। ଏହି ଆଧାରରେ ସଂପୃକ୍ତ ବ୍ୟାଙ୍କ ଶାଖା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ମୁଦ୍ରା ପ୍ରଚଳନ ନେଇ କୌଣସି ଗୁଜବ ସୃଷ୍ଟି ନ କରିବାକୁ ୨୦୧୯ରେ ଆର୍‌ବିଆଇ ଜନସାଧାରଙ୍କୁ କହିଥିଲା। ତେଣୁ ୫୦ ପଇସା, ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ଟଙ୍କିଆ ଓ ୨୦ ଟଙ୍କିଆ ପ୍ରଚଳନରେ କୌଣସି ପ୍ରତିବନ୍ଧକ ନରହିବା ଉଚିତ ବୋଲି ଆର୍‌ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ମହାନ୍ତି କହିଛନ୍ତି।

ସୂଚନା ଥାଉକି, ୫୦ ପଇସା ମୁଦ୍ରା ପ୍ରଚଳନ ଉପରେ ଆର୍‌ବିଆଇ ପକ୍ଷରୁ କାୈଣସି ରୋକ୍‌ ଲଗାଯାଇନାହିଁ। ମାତ୍ର ଦୀର୍ଘଦିନରୁ ବଜାରରେ ୫୦ ପଇସା ମୁଦ୍ରା ଦେଖିବାକୁ ମିଳୁନାହିଁ। କାରଣ କାହା ପାଖରେ ୫୦ ପଇସା ମୁଦ୍ରା ରହିଥିଲେ ତାହାକୁ କୌଣସି ବ୍ୟବସାୟୀ ଗ୍ରହଣ କରୁନାହାନ୍ତି। ଏପରିକି କେତେକ ବ୍ୟାଙ୍କରେ ଏହାକୁ ଗ୍ରହଣ କରାଯାଉ ନ ଥିବା ନେଇ ଅନେକ ସମୟରେ ଅଭିଯୋଗ ଉଠୁଛି। ସେହିଭଳି ଟଙ୍କିକିଆ ମୁଦ୍ରା ପ୍ରଚଳନରେ ମଧ୍ୟ ସମାନ ସ୍ଥିତି ଉପୁଜୁଛି। ଛୋଟ ଟଙ୍କିକିଆ କଏନ ନେବାକୁ ଅନେକ ବ୍ୟବସାୟୀ ଅନିଚ୍ଛା ପ୍ରକାଶ କରୁଛନ୍ତିି। ଫଳରେ ଏହି ପ୍ରକାର ମୁଦ୍ରାର ବ୍ୟବହାର ଏକପ୍ରକାର ବନ୍ଦ ହୋଇଯାଇଛି। ତେବେ ଏପରି ଟଙ୍କା ପ୍ରଚଳନରେ ଗ୍ରାହକମାନେ ସମସ୍ୟା ଭୋଗୁଥିଲେ ଏହାକୁ ଏକ୍ସଚେଞ୍ଜ ମେଳା ବା ବ୍ୟାଙ୍କରେ ଏକ୍ସଚେଞ୍ଜ କରାଯାଇପାରିବ। ତେବେ ରାଜ୍ୟରେ ୧୦ଟଙ୍କିଆ କଏନ ବ୍ୟବହାର ହେଉଥିଲେ ମଧ୍ୟ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ ବିଶେଷ ଭାବରେ ପରିଲକ୍ଷିତ ହେଉନାହିଁ। ଉକ୍ତ ମୁଦ୍ରାକୁ ମଧ୍ୟ ଜଣେ ଚାହିଁଲେ ବଦଳାଇପାରିବେ। ଅନ୍ୟପଟେ ବର୍ତ୍ତମାନ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ଜାରି ରହିଛି। ବ୍ୟକ୍ତିଗତ ଭାବେ ଜଣେ ୫ ଖଣ୍ଡ ନୋଟ୍‌ ବଦଳାଇପାରୁଛନ୍ତି। ମାତ୍ର ପୋଷ୍ଟାଲ ମାଧ୍ୟମରେ ଏହି ସଂଖ୍ୟାକୁ ବଢ଼ାଯାଇଥିବା ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri