ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ:୩ ଦଳ ପାଇଁ ସମ୍ମାନର ପ୍ରଶ୍ନ

ବାଙ୍କୀ, ୨୬।୨(ଜ୍ଞାନରଞ୍ଜନ ମିଶ୍ର):କଟକ ଜିଲା ଅନ୍ତର୍ଗତ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ ବାଙ୍କୀ ଏନ୍‌ଏସି, ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ବାରଙ୍ଗ ବ୍ଲକର ୮ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଜେଡି ପ୍ରାର୍ଥୀ ଲଗାତର ୩ ଥର ଜିତି ଆସିଛନ୍ତି। ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ବିଜେଡିର ପ୍ରଭାତ ତ୍ରିପାଠୀ ଏବଂ ୨୦୧୯ରେ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ବିଜେଡି ଟିକେଟ ପାଇ ଜୟଯୁକ୍ତ ହୋଇଥିଲେ। ତେବେ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ପ୍ରଭାତଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ୨୦୧୯ରେ ବିଜେଡିରୁ ତାଙ୍କୁ ଟିକେଟ ମିଳି ନ ଥିଲା। ତଥାପି ପ୍ରଭାତଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପୁଅଙ୍କୁ ଦଳ ଟିକେଟ ଦେଇଥିଲା।
ବର୍ଷ ଭିତରେ ବାଙ୍କୀରେ ସେମିତି ଆଖିଦୃଶିଆ କାର୍ଯ୍ୟ ଦେଖିବାକୁ ମିଳି ନ ଥିବାବେଳେ ଦେବୀରଞ୍ଜନ କିନ୍ତୁ ରାଜନୈତିକ କ୍ୟାରିୟରକୁ ବେଶ୍‌ ମଜଭୁତ କରିପାରିଛନ୍ତି। ଇତିମଧ୍ୟରେ ସେ ଛାତ୍ର ବିଜେଡିର ରାଜ୍ୟ ସଭାପତି ଦାୟିତ୍ୱରେ ରହିଛନ୍ତି। ଏପରି କି ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ତାଙ୍କୁ ମିଳିଛି। ତେଣୁ ୨୦୨୪ରେ ଟିକେଟ ମିଳିବା ନେଇ ଦେବୀରଞ୍ଜନ ଆଶାବାଦୀ। ଏପରି କି ପ୍ରଭାତ ମଧ୍ୟ ଟିକେଟ ଲବିରେ ଥିବା ଆଲୋଚନା ହେଉଛି। ତେବେ ଏଭଳି ଆଲୋଚନାକୁ ପ୍ରଭାତ ଖଣ୍ଡନ କରିଛନ୍ତି। ବାଙ୍କୀ ନିର୍ବାଚନମଣ୍ଡଳୀ ପାଇଁ ଦେବୀରଞ୍ଜନଙ୍କୁ ଟିକେଟ ମିଳିବାରେ ସେଭଳି କୌଣସି ଅସୁବିଧା ନାହିଁ। ତେବେ ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାମ କରିବେ ବୋଲି ପ୍ରଭାତ କହିଛନ୍ତି।
କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ୨୦୧୪ରେ ବାଙ୍କୀ ନିର୍ବାଚନମଣ୍ଡଳୀ ଛାଡ଼ି ବେଗୁନିଆରୁ ପ୍ରାର୍ଥୀ ହୋଇ ଯେଉଁ ଭୁଲ୍‌ କରିଥିଲେ ତା’ର ପରିଣାମ ୨୦୧୯ରେ ଭୋଗିଥିଲେ। ଗତ ନିର୍ବାଚନରେ ସେ ବାଙ୍କୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ଭୋଟର ତାଙ୍କ ଉପରେ ଭରସା କରିପାରି ନ ଥିଲେ। ତଥାପି ବାଙ୍କୀରେ କଂଗ୍ରେସର ଯେଉଁ ନିର୍ଦ୍ଦିଷ୍ଟ ପକେଟ ଭୋଟ ରହିଛି, ତାକୁ ପାଇ ଦେବାଶିଷ ୨ୟ ସ୍ଥାନରେ ରହିଥିଲେ। ଗତ ୫ ବର୍ଷ ମଧ୍ୟରେ ସେ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ତେଣୁ ଏଥର ଦଳୀୟ ଟିକେଟ ହାସଲ କରି ବିଜୟୀ ହେବାକୁ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି।
କଥା ଦେଖିଲେ ବାଙ୍କୀରେ ଦଳ ପୂର୍ବାପେକ୍ଷା ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ୨୦୦୯ ଓ ୨୦୧୪ରେ ଦଳର ପ୍ରାର୍ଥୀ ୧୦ହଜାରରୁ କମ୍‌ ଭୋଟ ପାଇଥିବାବେଳେ ୨୦୧୯ରେ ଭାଜପା ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ୩୨ହଜାର ଭୋଟ ପାଇଥିଲେ। ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଗୋଟେ ପ୍ରକାର ଦୃଢ଼ ଆଶା ସଞ୍ଚାର ହୋଇଥିଲା। ଏପରି କି ଗତ ୫ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ବାଚନମଣ୍ଡଳୀକୁ ଆଣି ଏକ ପ୍ରକାର ମାହୋଲ ସୃଷ୍ଟି କରିଛନ୍ତି। ଭାଜପାର ତୁଷାରକାନ୍ତି ଚକ୍ରବର୍ତ୍ତୀ, ଯିଏକି ଏବେ ବାରଙ୍ଗ ଜିଲା ପରିଷଦ ସଦସ୍ୟ ରହିଛନ୍ତି, ସେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେଣୁ ୨୦୨୪ ନିର୍ବାଚନ ୩ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି ମତଦାତା ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri