Categories: ବାଣିଜ୍ୟ

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ,୨୮।୧: ଜାନୁୟାରୀ ୩୦ ଏବଂ ୩୧ରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ବ୍ୟାଙ୍କ ୟୁନିଅନର ସମନ୍ବୟ ବୈଠକରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ବ୍ୟାଙ୍କ ୟୁନିଅନମାନଙ୍କ ସହ ବୈଠକ କରିବାକୁ ରାଜି ହୋଇଛି। ୟୁନିଅନଗୁଡ଼ିକ ପ୍ରଥମେ ଜାନୁୟାରୀ ୩୧ରେ ସେମାନଙ୍କ ଦାବି ଉପରେ ଆଲୋଚନା କରିବେ। ବିଶେଷକରି ପାଞ୍ଚ ଦିନିଆ ବ୍ୟାଙ୍କିଂ, ପେନ୍‌ସନ୍‌ର ନବୀକରଣ ଏବଂ ପୁରୁଣା ପେନ୍‌ସନ୍‌ ଯୋଜନାର ପୁନରୁଦ୍ଧାର ଆଦି ସାଧାରଣ ପ୍ରସଙ୍ଗରେ ଆଲୋଚନା କରାଯିବ। ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଶ୍ରମିକ ସଂଗଠନ ସହ ପୃଥକ ଭାବେ ଆଲୋଚନା କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ କହିଛନ୍ତି।

କହିରଖୁଛୁ, ୟୁଏଫ୍‌ବିୟୁ ବିଭିନ୍ନ ଦାବି ପାଇଁ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲା। ଉକ୍ତ ଦାବିଗୁଡ଼ିକ ମନ୍ତ୍ରଣାଳୟ ସମ୍ମୁଖରେ ରଖାଯାଉଥିଲେ ସେମାନଙ୍କ ଉପରେ ନିଷ୍ପତ୍ତି ନିଆଯାଉ ନ ଥିବା ଯୋଗୁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା।

Share