୫ ଦିନିଆ କାର୍ଯ୍ୟସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା, ଗୁଣୁପୁରରେ ସମର୍ଥନ…

ଗୁଣୁପୁର, ୨୭।୧ (ସଂକେତ ପାତ୍ର): ସପ୍ତାହକୁ ୫ ଦିନ କାର୍ଯ୍ୟସପ୍ତାହ ଓ ୨ ଦିନ ସାପ୍ତାହିକ ଛୁଟି ଦାବିରେ ଆଜି ସାରା ଦେଶରେ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାକୁ ଗୁଣୁପୁର ଅଞ୍ଚଳର ସମସ୍ତ ବ୍ୟାଙ୍କ ସମର୍ଥନ ଜଣାଇଛନ୍ତି । ଗୁଣୁପୁରରେ ଆୟୋଜିତ ଧରଣାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ଏକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଇଣ୍ଡିଆନ୍ ବ୍ୟାଙ୍କ, କେସିସି ବ୍ୟାଙ୍କ, ୟୁଜିବି (UGB) ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ଧରଣାକୁ ସହଯୋଗ କରିଥିବା ଜଣାପଡ଼ିଛି ।

ବ୍ୟାଙ୍କ କର୍ମଚାରୀମାନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ କରି ୫ ଦିନିଆ କାର୍ଯ୍ୟସପ୍ତାହ ପ୍ରଣାଳୀ ଲାଗୁ ନକରିଲେ, ଆଗାମୀ ଦିନରେ ସାରା ଭାରତର ବ୍ୟାଙ୍କଗୁଡ଼ିକ କଠୋର ପଦକ୍ଷେପ ଗ୍ରହଣ କରିବେ। ଗୁଣୁପୁରରେ ହୋଇଥିବା ଏହି ଧରଣା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଛି । ଆନ୍ଦୋଳନ ସମୟରେ ସାଧାରଣ ଗ୍ରାହକଙ୍କୁ କୌଣସି କ୍ଷତି କିମ୍ବା ଅସୁବିଧା ହେବ ନାହିଁ ବୋଲି କର୍ମଚାରୀମାନେ କହିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

T20 World Cup: ସ୍କଟଲାଣ୍ଡ ଟିମରେ ସାମିଲ ଅଛନ୍ତି ପାକିସ୍ତାନ ଖେଳାଳି, ଉପୁଜିବ କି ବିବାଦ? ଜାଣନ୍ତୁ କ’ଣ କହୁଛି…

ନୂଆଦିଲ୍ଲୀ,୨୭।୧: କ୍ରିକେଟ ସ୍କଟଲାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରୁଡି ଲିଣ୍ଡବ୍ଲାଡ ପାକିସ୍ତାନୀ ଜନ୍ମିତ ଦ୍ରୁତ ବୋଲର ସାଫିଆନ ସରିଫଙ୍କ ସମେତ ଖେଳାଳିଙ୍କ ପାଇଁ ଭିଜା ବିଳମ୍ବ ସମ୍ପର୍କରେ ଚିନ୍ତାକୁ…

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ…

ଧାନ କିଣାରେ ବିଭ୍ରାଟ : ବିଷ ବୋତଲ ଧରି ଧାରଣାରେ ବସିଲେ ଚାଷୀ

ବାସୁଦେବପୁର , ୨୭।୧(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତର ବଛାଦା ସେବା ସମବାୟ ସମିତିରେ ଧାନ କିଣାରେ ବିଭ୍ରାଟ ନେଇ ମଙ୍ଗଳବାର ବିଷ ବୋତଲ…

ଏହି ଗାଁରେ ବ୍ୟାନ ହେଲା ‘ଲଭ ମ୍ୟାରେଜ’, ନିୟମ ନ ମାନିଲେ ଦମ୍ପତ୍ତିଙ୍କ ସହ ପରିବାର ସଦସ୍ୟଙ୍କୁ ମିଳିବ ଏମିତି ଦଣ୍ଡ

ରତଲାମ,୨୭।୧: ମଧ୍ୟପ୍ରଦେଶର ରତଲାମ ଜିଲାର ପଞ୍ଚେଭା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗାଁ ଲୋକେ ଏକ ‘ତୁଗଲକି ନିୟମ’ ଜାରି କରିଛନ୍ତି ଯାହା ଦ୍ୱାରା…

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା: ବିଜେଡି କହିଲା ଅଲ ଦି ବେଷ୍ଟ…

ଭୁବନେଶ୍ୱର,୨୭।୧: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ…

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ…

ଗୁଣପୁର,୨୭।୧( ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ଗଛକୁ ପିଟିହେଲା ବାଇକ୍‌। ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକ…

ଗର୍ଭବତୀ ବୋହୂଙ୍କୁ ନିଆଁ ଲଗାଇ ମାରିଦେଲେ ଶାଶୁଘର ଲୋକେ, ସୁନା ଚେନ୍ ଦେଇନଥିଲେ ବୋଲି..

ପାଟନା, ୨୭।୧: ବିହାରର ନାଳନ୍ଦା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି।…

ସରକାରୀ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ: ଆନ୍ଦୋଳନରେ ସାମିଲ ହେଲେ…

ଛତ୍ରପୁର, ୨୭।୧(ଦିଲ୍ଲୀପ ସାମଲ): ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ଆହ୍ବାନରେ ମଙ୍ଗଳବାର ଦେଶର ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri