Categories: କୋରାପୁଟ

ବ୍ୟାଙ୍କ ଶାଖା ପରିଚାଳକ ନିଲମ୍ବିତ

କୋରାପୁଟ,୨୦।୧(ସ୍ବ.ପ୍ର.) ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ସୁନା ଚୋରି ଘଟଣାରେ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତ ଶେଖର କୁଲଦିପିଆଙ୍କୁ ପୋଲିସ ରିମାଣ୍ଡରରେ ଆଣିଥିବା ବେଳେ ବୁଧବାର ଶାଖା ପରିଚାଳକ ସୁଧାଂଶୁ ଶେଖର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ା ନଭେମ୍ବର ୩୦ରେ ପୂର୍ବତନ ମେସେଞ୍ଜର ଶେଖର ବ୍ୟାଙ୍କରେ ଲୁଚିରହି ଷ୍ଟ୍ରଙ୍ଗ ରୁମରୁ ୧ କିଲୋ ୬୦୦ ଗ୍ରାମ ସୁନା ଅଳଙ୍କାର ଚୋରି କରିଥିଲେ ା ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଶେଖରଙ୍କ ନାରାୟଣପାଟଣାସ୍ଥିତ ବିକ୍ରମପୁର ଘରକୁ ଯାଇ ଚଢାଉ କରି ୧କିଲୋ ୧୮୯ ଗ୍ରାମ ସୁନାକୁ ଜବତ କରିଥିଲା ା ବଳକା ସୁନା କିପରି ଜବତ କରାଯିବ ସେ ନେଇ ଲକ୍ଷ୍ମୀପୁର ଏସ୍‌ଡିପିଓ ଅଶ୍ୱନୀ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ମାମଲାର ଅଧିକ ତଦନ୍ତ ଜାରି ରହିଛି। ତେବେ କାର୍ଯ୍ୟରେ ଅବହେଳା ପାଇଁ ବ୍ୟାଙ୍କ ଶାଖା ପରିଚାଳକ ରାଉତଙ୍କୁ ନିଳମ୍ବନ କରାଯାଇଛି।