ଅନ୍ଧାରରେ ଡୁବିଯିବ ବାଂଲାଦେଶ! ଆଦାନୀ ଗ୍ରୁପ୍‌ର ଚେତାବନୀ

ଢାକା,୯।୯: ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ଥିକ ସଙ୍କଟ ଗଭୀର ହେବାରେ ଲାଗିଛି। ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ବିଶ୍ୱ ବ୍ୟାଙ୍କ, ଆଇଏମଏଫ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଭଳି ସଂସ୍ଥାର କବାଟ ବାଡେଇଛନ୍ତି। ଏବେ ତାଙ୍କ ଆଗରେ ଏକ ନୂଆ ବିପଦ ଆସୁଛି। ବିଦ୍ୟୁତ ଯୋଗାଣ ବିଲ ସମାଧାନ ପାଇଁ ଆଦାନୀ ଗ୍ରୁପ ବାଂଲାଦେଶ ଉପରେ ଚାପ ପକାଇବା ଆରମ୍ଭ କରିଛି। ସେ ପ୍ରାୟ ୫୦୦ ମିଲିୟନ ଡଲାର୍‌ ଦେବାକୁ ଦାବି କରିଛନ୍ତି।
ଆଦାନୀ ଗ୍ରୁପ ଏହାର ୧୬୦୦ ମେଗାୱାଟ ଗୋଡ୍ଡା ପ୍ଲାଣ୍ଟରୁ ବାଂଲାଦେଶକୁ ବିଦ୍ୟୁତ ଯୋଗାଇଥାଏ। ଶେଖ ହସିନା ସରକାର ସମୟରେ ଏହି ଚୁକ୍ତି ହୋଇଥିଲା। ବର୍ତ୍ତମାନ ମହମ୍ମଦ ୟୁନୁସ ଏହାକୁ ଏକ ମହଙ୍ଗା କାରବାର ବୋଲି କହିବା ଆରମ୍ଭ କରିଛନ୍ତି। ଏହି ଡିଲରେ ସ୍ବଚ୍ଛତା ବଜାୟ ରଖାଯାଇ ନ ଥିବା ସେ କହିଛନ୍ତି। ଶେଖ ହସିନା ସରକାର ସମୟରେ କରାଯାଇଥିବା ଅନେକ ଭିତ୍ତିଭୂମି କାରବାର ଉପରେ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁନୁସ ସରକାର ପ୍ରାୟ ୫୦୦ ମିଲିୟନ ଡଲାରର ଏହି ଦେୟ ଦେବାକୁ ନାରାଜ। ଏଥିରେ ରାଗିଯାଇ ଆଦାନୀ ଗୋଷ୍ଠୀ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସଙ୍କଟ ହେଉଛି ବାଂଲାଦେଶର ଋଣ। ଆଦାନୀ ଗ୍ରୁପ ଅନୁଯାୟୀ, ସେମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ନିରନ୍ତର କଥାବାର୍ତ୍ତା କରୁଛନ୍ତି। ପ୍ରତ୍ୟେକ ପରିସ୍ଥିତି ବିଷୟରେ ଆମେ ସେମାନଙ୍କୁ ସୂଚନା ଦେଇଛୁ।ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ପାଇଁ ଆମେ ପ୍ରତିବଦ୍ଧ। କିନ୍ତୁ ବିଚାରାଧୀନ ଦେୟ ଚିନ୍ତାର କାରଣ ପାଲଟିଛି। ଉଭୟ ଦଳର ନିଜସ୍ବ ଦାୟିତ୍ୱ ଅଛି। ଯଦି ସେଗୁଡିକ ପୂରଣ ନ ହୁଏ ତେବେ ସମସ୍ୟା ଉପୁଜିବ। ରିପୋର୍ଟରେ ଦର୍ଶାଯାଇଛି ଯେ କେବଳ ବାଂଲାଦେଶର ବକେୟା ବିଦ୍ୟୁତ ବିଲ ୩.୭ ବିଲିୟନ ଡଲାରରେ ପହଞ୍ଚିଛି। ଏଥିମଧ୍ୟରୁ ପ୍ରାୟ ୪୯୨ ନିୟୁତ ଡଲାର କେବଳ ଆଦାନୀ ଗ୍ରୁପର ଅଟେ। ପଡୋଶୀ ଦେଶ ଅନ୍ୟ ଜିନିଷ ସହିତ ଆଦାନୀ ଗ୍ରୁପକୁ ପ୍ରାୟ ୮୦୦ ମିଲିୟନ ଡଲାର୍‌ ଦେବାକୁ ପଡିବ। ଏସବୁ ନ ସୁଝିରେ ବାଂଲାଦେଶ ଅନ୍ଧାର ଆଗକୁ ଗତି କରିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri