ବିପଦରେ ପଡ଼ିବ ବନ୍ଧୁତା, ହାସିନାଙ୍କ ବିବୃତ୍ତି ପରେ ଭାରତକୁ ଚେତାବନୀ ଦେଲା ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନିକଟରେ ଦେଇଥିବା ବିବୃତ୍ତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବୁଧବାର ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତରୁ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ବିବୃତ୍ତି ଶୁଭଙ୍କର ନୁହେଁ।

ଏକ ରିପୋର୍ଟ ଅନୁଯାୟୀ, ବୁଧବାର ଭାରତୀୟ ହାଇ କମିଶନରଙ୍କ ସୌଜନ୍ୟମୂଳକ ଡାକରା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ନିକଟରେ ଭାରତରେ ଆଶ୍ରୟ ନେବା ପରେ ଆଓ୍ବାମୀ ଲିଗ ସଭାପତି ଶେଖ୍‌ ହାସିନା ଏକ ବିବୃତ୍ତି ଦେଇଥିଲେ ଯେ, ବାଂଲାଦେଶରେ ଛାତ୍ର ବିରୋଧ ପ୍ରଦର୍ଶନ ପଛରେ ଆମେରିକାର ହାତ ଅଛି, ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ହାସିନାଙ୍କ ପୁଅ ସାଜିବ ଓ୍ବାଜେଦ ଆନନ୍ଦ ଏଭଳି ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ସହିତ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ଆଗାମୀ ଦିନରେ ଭାରତ ସହ ଅଧିକ ଲୋକକେନ୍ଦ୍ରିକ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ବାଂଲାଦେଶ ସୀମାରେ ହତ୍ୟା ବନ୍ଦ କରିବା, ତିସ୍ତା ଜଳ ବଣ୍ଟନ ଚୁକ୍ତି ପୂରଣ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନେ ବିଶେଷ ଗୁରୁତ୍ୱ ଦେଇଛନ୍ତି।

ଏହି ସମୟରେ ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଘଟୁଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଥିବା ଉଲ୍ଲେଖ କରିଥିଲେ। ସେ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବାଂଲାଦେଶ ଭାରତ ସହ ମିଶି କାମ କରିବାକୁ ଚାହୁଁଛି। ଏଥି ସହିତ ବୈଠକରେ ଉପଦେଷ୍ଟା ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ହାଇ କମିଶନରଙ୍କୁ ସୂଚନା ଦେଇଛନ୍ତି।

ମହମ୍ମଦ ହୁସେନ କହିଛନ୍ତି, ଗତ ସପ୍ତାହରେ ଛାତ୍ର ନେତୃତ୍ୱାଧୀନ ଜନ ବିଦ୍ରୋହ ମାଧ୍ୟମରେ ବାଂଲାଦେଶ ଏହାର ଦ୍ୱିତୀୟ ସ୍ବାଧୀନତାର ସାକ୍ଷୀ ହୋଇଥିଲା, ଯେଉଁଥିରେ ଅସମାନତାକୁ ଦୂର କରିବା ପାଇଁ ଛାତ୍ର ତଥା ଲୋକମାନଙ୍କର ସ୍ବର ଦଳିତ ଶକ୍ତି ବିରୋଧରେ ବିଜୟୀ ହୋଇଥିଲା। ସେ ଭାରତୀୟ ରାଷ୍ଟ୍ରଦୂତ ପ୍ରଣୟ ବର୍ମାଙ୍କୁ କହିଛନ୍ତି, ଭେଦଭାବକାରୀ ଜନସେବା ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଛାତ୍ର ଆନ୍ଦୋଳନ ଖୁବ୍‌ଶୀଘ୍ର ଏକ ବୈପ୍ଳବିକ ସଂଗ୍ରାମରେ ପରିଣତ ହୋଇଥିଲା।

ହୁସନେ ଆହୁରି ମଧ୍ୟ କହିଛନ୍ତି ଯେ, ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ୍‌ ଛାତ୍ର ଓ ଲୋକଙ୍କ ଅନୁରୋଧ କ୍ରମେ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ପରାମର୍ଶଦାତା କହିଛନ୍ତି, ଏହି ମଧ୍ୟବର୍ତ୍ତୀ ସରକାର ପୂର୍ବରୁ ସବୁଠାରୁ ବଡ଼ ଆହ୍ବାନ ହେଉଛି ଦେଶରେ ଖରାପ ହେଉଥିବା ଆଇନ ଶୃଙ୍ଖଳା ଏବଂ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା। ତେବେ ସରକାର ବିଶେଷ କରି ଯୁବକମାନଙ୍କ ପ୍ରସଙ୍ଗରେ ସରକାର ବିଶେଷ କାର୍ଯ୍ୟ କରୁଛନ୍ତି।

ହୁସେନ୍‌ କହିଛନ୍ତି, ଆଗାମୀ ଦିନରେ ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପରିବେଶ ସୃଷ୍ଟି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ସମସ୍ତ ଧାର୍ମିକ ଓ ଜାତିର ସୁରକ୍ଷାକୁ ସରକାର ନିଶ୍ଚିତ କରୁଛନ୍ତି। ଏହା ସହିତ, ସେମାନଙ୍କ ପ୍ରତି କୌଣସି ପ୍ରକାର ହିଂସା କିମ୍ବା ଧମକକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି, ସମସ୍ତ ଧାର୍ମିକ ଗୋଷ୍ଠୀ ଏବଂ ଅନ୍ୟ ରାଜନୈତିକ ଦଳ ମଧ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri