ବାଂଲାଦେଶରେ ଥମୁନି ହିନ୍ଦୁ ନିର୍ଯାତନା, ଆଉ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ,୧୩।୧: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଜାରି ରହିଛି । ଏହାରି ଭିତରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଦାଗାନଭୂଇଁଆନରେ ୨୮ ବର୍ଷୀୟ ହିନ୍ଦୁ ଯୁବକ ସମୀର କୁମାର ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେ ଦାସ ରାମାନନ୍ଦପୁର ଗ୍ରାମର ବାସିନ୍ଦା ଥିଲେ ଏବଂ ବ୍ୟାଟେରୀ ଚାଳିତ ଅଟୋ-ରିକ୍ସା ଚଲାଇ ତାଙ୍କ ପରିବାର ପ୍ରତିପାଳନ କରୁଥିଲେ ।

ରବିବାର ରାତିରେ ସମୀର ଘରକୁ ନ ଫେରିବାରୁ ତାଙ୍କ ପରିବାର ସହରର ବିଭିନ୍ନ ଅଞ୍ଚଳରେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କୌଣସି ସନ୍ଧାନ ନମିଳିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପ୍ରାୟ ରାତି ୨ଟା ସମୟରେ ସ୍ଥାନୀୟ ଲୋକମାନେ ଦକ୍ଷିଣ କରିମପୁର ମୁହୁରି ବାରି ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ। ସୂଚନା ପାଇ ଦାଗନଭୂଇଁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା।

ପୋଲିସର କହିବା ଅନୁଯାୟୀ, ଘଟଣାସ୍ଥଳର ପରିସ୍ଥିତି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମନେ ହେଉଛି। ଦାଗାନଭୂଇଁଆ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ଫୟାଜୁଲ ଅଜିମ ନୋମାନ କହିଛନ୍ତି ଯେ ସମୀରଙ୍କୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରାଯାଇ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ଅପରାଧୀମାନେ ତାଙ୍କ ଅଟୋ-ରିକ୍ସା ମଧ୍ୟ ଲୁଟି ନେଇ ପଳାଇ ଯାଇଥିଲେ। ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋହଲି ଜଣେ ଅହଂକାରୀ କି….ରାହାଣେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୩।୧: ଭାରତୀୟ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଅଧିନାୟିତକତ୍ୱ ସମୟ ଉପ-ଅଧିନାୟକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ଅଜିଙ୍କ୍ୟ ରାହାଣେ ଏକ...

T20 World Cup 2026: ବଦଳିବ ନାହିଁ ବାଂଲାଦେଶର ମ୍ୟାଚ ଭେନ୍ୟୁ, ଭାରତକୁ କ୍ଲିନ ଚିଟ ଦେଲା ICC

ନୂଆଦିଲ୍ଲୀ,୧୩।୧: ସୁରକ୍ଷା କାରଣରୁ ବାଂଲାଦେଶ ପୁରୁଷ ଦଳର ଟି-୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଦାବିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)...

ଝିଅଙ୍କୁ ଜୋରଜବରଦସ୍ତ ବିବାହ କରିବା ପଡ଼ିବ ମହଙ୍ଗା: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୧୩।୧: ଝିଅମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ବିବାହ କରିବାକୁ ବାଧ୍ୟ କରୁଥିବା ମାତାପିତାଙ୍କୁ ସମାଲୋଚନା କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି,ଏପରି ମାମଲାରେ ସମ୍ମତି ସର୍ବୋପରି...

ଚିକିତ୍ସିତ ହୋଇ ଫେରିବା ବେଳେ ବାଟରେ ଡାକିନେଲା ଯମ, ବୋଲେରୋ-ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ (ନଂ.ଓଡ଼ି୩୩ ଏଏମ...

ପରିବା ଉଜାଡିଦେଲା ସଂସାର; ଘରୁ ଲୁଚି ବିବାହ କରିଥିଲେ, ଏବେ ମିଳିଲା…

ନୂଆଦିଲ୍ଲୀ,୧୩।୧: ବିହାରର ସୁପୌଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷୀୟ ବୋହୂ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାରରେ...

India-Iran Trade: ଇରାନଠାରୁ ଏହି ଜିନିଷ କ୍ରୟ-ବିକ୍ରୟ କରିଥାଏ ଭାରତ, ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ପରେ ଭାରତ କେତେ କ୍ଷତି ସହିବ? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୧: ଇରାନ ବର୍ତ୍ତମାନ ଏକ ଗମ୍ଭୀର ରାଜନୈତିକ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶବ୍ୟାପୀ ପ୍ରତିବାଦ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି...

ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ,୧୩।୧: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅର୍ପିତାଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି । ଅର୍ପିତା ଓ ସୋମେଶ...

ହିଂସାର ନିଆଁରେ ଜଳୁଛି ଇରାନ, ଏବେ ପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଅଧିକ ଗିରଫ

ନୂଆଦିଲ୍ଲୀ,୧୩।୧: ଇରାନରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଇରାନ ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri