ବାଂଲାଦେଶର ନୂଆ ସରକାରରେ ଏକମାତ୍ର ହିନ୍ଦୁ କିଏ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଜାଣନ୍ତୁ…

ଢାକା,୬।୮: ବାଂଲାଦେଶରେ ଶେଖ ହସିନାଙ୍କ ପରେ ବର୍ତ୍ତମାନ କିଏ କ୍ଷମତା ଗ୍ରହଣ କରିବ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ମଧ୍ୟବର୍ତ୍ତୀକାଳୀନ ସରକାର ଚଳାଇବ। ଏଥିପାଇଁ ସେନା ମୁଖ୍ୟ ଜେନେରାଲ ୱାକର ଉଜ ଜମାନ ୧୦ ଜଣିଆ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛନ୍ତି, କିନ୍ତୁ ଏଥିରେ ଜଣେ ହିନ୍ଦୁ ମଧ୍ୟ ସାମିଲ ହୋଇଛନ୍ତି।

ଡ. ଦେବପ୍ରିୟ ଭଟ୍ଟାଚାର୍ଯ୍ୟ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଏବଂ ଜଣେ ହିନ୍ଦୁ। ଶେଖ ହସିନାଙ୍କ ସରକାରରେ ଦେବପ୍ରିୟା ମଧ୍ୟ ଅର୍ଥନୈତିକ ନୀତିରେ ପରାମର୍ଶଦାତା ରହିସାରିଛନ୍ତି। ତାଙ୍କ ମା ମଧ୍ୟ ବାଂଲାଦେଶର ସାଂସଦ ରହିଛନ୍ତି। ପିତା ଦେବେଶ ଭଟ୍ଟାଚାର୍ଯ୍ୟ ଜଣେ ଜଣାଶୁଣା ଓକିଲ ଥିଲେ। ସେ ସୁପ୍ରିମକୋର୍ଟର ଓକିଲ ଭାବରେ କାର୍ଯ୍ୟ କରିଛନ୍ତି।

ଭଟ୍ଟାଚାର୍ଯ୍ୟ ସେଣ୍ଟ ଗ୍ରେଗୋରୀ ହାଇସ୍କୁଲ ଏବଂ ଢାକା କଲେଜରେ ଅଧ୍ୟୟନ କରିଥିଲେ। ଏହା ପରେ ସେ ମସ୍କୋରୁ ଅର୍ଥନୀତିରେ ଏମଏସସି ଏବଂ ପିଏଚଡି କରିଥିଲେ। ୨୦୦୭ରେ ଭଟ୍ଟାଚାର୍ଯ୍ୟ ବିଶ୍ୱ ବାଣିଜ୍ୟ ସଂଗଠନ ତଥା ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ। ସେ ବାଂଲାଦେଶର ସ୍ଥାୟୀ ପ୍ରତିନିଧୀ ମଧ୍ୟ ରହିଛନ୍ତି। ତେବେ ପରେ ସେ ଏହି ପଦ ଛାଡିଥିଲେ।

ବର୍ତ୍ତମାନ ସେନା ତାଙ୍କୁ ସରକାରରେ ଅନ୍ତର୍ଭୁକ୍ତ କରିଛି। ଏହା କରି ସେନା ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଦେଶରେ ଧାର୍ମିକ ତଥା ସାମାଜିକ ସମସ୍ୟା ଦୂର କରାଯାଉ। ବାଂଲାଦେଶ ସେନାରେ ବହୁ ସଂଖ୍ୟକ ହିନ୍ଦୁ ଅଛନ୍ତି। ଅନେକ ହିନ୍ଦୁ ମଧ୍ୟ ସେଠାରେ ରୁହନ୍ତି, ବର୍ତ୍ତମାନ ଭଟ୍ଟାଚାର୍ଯ୍ୟଙ୍କୁ ସରକାରକୁ ଆଣି ହିନ୍ଦୁମାନଙ୍କୁ ମଧ୍ୟ ଏକ ବାର୍ତ୍ତା ଦିଆଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri