ବାଂଲାଦେଶ ହିଂସା ପଛରେ ରହିଛି ଏହି ଦେଶର ହାତ, ହେଲା ବଡ଼ ଖୁଲାସା

ଢାକା,୬।୮: ବାଂଲାଦେଶରେ ସରକାରଙ୍କୁ ହଟାଇବା ନେଇ ଗୁପ୍ତଚର ବିଭାଗର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହା ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ରହିଛି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ବାଂଲାଦେଶ ପରିସ୍ଥିତି ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ହାତ ଅଛି ବୋଲି ଗୁପ୍ତଚର ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ପାକିସ୍ତାନ ହିଂସା ସୃଷ୍ଟି କରିବା ପାଇଁ ଛାତ୍ର ଶିବିର ନାମକ ଏକ ସଂଗଠନ ବ୍ୟବହାର କରିଛି। ଏହି ଛାତ୍ର ଶିବିର ସଂଗଠନ ବାଂଲାଦେଶରେ ନିଷିଦ୍ଧ ଜମାତ-ଇ-ଇସଲାମିର ଏକ ଅଂଶ। ଏଥି ସହିତ ଜମାତ-ଇ-ଇସଲାମିରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସମର୍ଥନ ରହିଛି। ନିକଟରେ ଏହା ମଧ୍ୟ ଜଣାଯାଇଛି ଯେ ଶେଖ ହସିନା ଜମାତ-ଇ-ଇସଲାମି, ଛାତ୍ର ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ବିରୋଧ କରି ସେମାନେ ସରକାରଙ୍କ ବିରୋଧରେ ରାସ୍ତାରେ ହଙ୍ଗମା ସୃଷ୍ଟି କରିବା ଆରମ୍ଭ କରିଥିଲେ।

ଗୁପ୍ତଚର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) କାର୍ଯ୍ୟକାରୀ ମୁଖ୍ୟ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ଯୋଗାଯୋଗର ପ୍ରମାଣ ବାଂଲାଦେଶ ଅଧିକାରୀଙ୍କ ପାଖରେ ରହିଥିଲା। ସୂଚନା ମିଳିଥିଲା ଯେ ବାଂଲାଦେଶରେ ହୋଇଥିବା ଅପରେଶନର ରୂପରଖା ଲଣ୍ଡନରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହଯୋଗରେ କରାଯାଇଥିଲା। ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ବାଂଲାଦେଶରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ବାଂଲାଦେଶୀ ଅଧିକାରୀମାନେ ସାଉଦି ଆରବରେ ତାରିକ ରହମାନ ଏବଂ ଆଇଏସଆଇ ଅଧିକାରୀଙ୍କ ମଧ୍ୟରେ ବୈଠକର ପ୍ରମାଣ ଥିବା ଦାବି କରୁଥିଲେ। ସୂଚନା ମିଳିଛି ଯେ ନିଷିଦ୍ଧ ଜମାତ-ଇ-ଇସଲାମିର ଛାତ୍ର ୱିଙ୍ଗ ମଧ୍ୟ ପାକିସ୍ତାନର ଆଇଏସଆଇ ପକ୍ଷରୁ ସମର୍ଥନ ପାଇଛି। ଏହି ସଂଗଠନର କାର୍ଯ୍ୟ ଥିଲା ବାଂଲାଦେଶରେ ହିଂସା ସୃଷ୍ଟି କରିବା ଏବଂ ଛାତ୍ରମାନଙ୍କ ବିରୋଧକୁ ଏକ ରାଜନୈତିକ ଆନ୍ଦୋଳନରେ ପରିଣତ କରିବା।

ଏଥି ସହିତ, ଏହି ହିଂସାକୁ ନେଇ ଆମେରିକା ମଧ୍ୟ ପ୍ରଶ୍ନ ଘେରରେ ଅଛି, କାରଣ ଜାନୁଆରୀରେ ହୋଇଥିବା ନିର୍ବାଚନକୁ ଆମେରିକା ପ୍ରତ୍ୟାଖ୍ୟାନ କରିଥିଲା। ଜୁଲାଇ ୧୪ରେ, ଆମେରିକାର ଦୂତାବାସ ଦୁଇଜଣ ଛାତ୍ରଙ୍କ ମିଛ ମୃତ୍ୟୁ ଖବର ପ୍ରଚାର କରିଥିଲା, ଯାହା ପରେ ୱେବସାଇଟରୁ ହଟାଯାଇଥିଲା। ଏହି ଖବର ବିରୋଧକୁ ଅଧିକ ହିଂସାତ୍ମକ କରିଥିଲା। ଏଥି ସହିତ ବାଂଲାଦେଶରେ ଆମେରିକାର ରାଷ୍ଟ୍ରଦୂତ ପିଟର ଡି ହାସ ଜମାତର ନେତାଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଆମେରିକାର ଏହି ସମସ୍ତ ଗତିବିଧିକୁ ମଧ୍ୟ ଏହି ହିଂସା ସହିତ ଯୋଡାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri