ଛାତ୍ରନେତାଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନ ବିଚାରପତି

ଢାକା,୧୦ା୮: ବାଂଲାଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଓବାଇଡୁଲ ହାସନ ସୁପ୍ରିମକୋର୍ଟକୁ ଘେରି ରହିଥିବା ବିରୋଧକାରୀଙ୍କ ତୀବ୍ର ଚାପରେ ଇସ୍ତଫା ଦେବାକୁ ରାଜି ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ୬୫ ବର୍ଷୀୟ ବିଚାରପତି ସନ୍ଧ୍ୟାରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ସହ ପରାମର୍ଶ କରିବା ପରେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ।

ସୁପ୍ରିମକୋର୍ଟର ଉଭୟ ବିଭାଗର ସମସ୍ତ ବିଚାରପତିଙ୍କ ସହ ହାସନ ସମ୍ପୂର୍ଣ୍ଣ କୋର୍ଟ ବୈଠକ ଡାକିବା ପରେ ଏହି ବିରୋଧ ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀ ଛାତ୍ରମାନେ ପୂର୍ଣ୍ଣ ଅଦାଲତର ବୈଠକକୁ ନ୍ୟାୟିକ ଜବରଦଖଲ ଭାବରେ ଦେଖି ହାଇକୋର୍ଟ ପରିସରରେ ଅବରୋଧ ଘୋଷଣା କରିଥିଲେ।

ଛାତ୍ରମାନଙ୍କର ଆକ୍ରୋଶ ଦେଖି ପ୍ରଧାନ ବିଚାରପତି ହାସନ ବୈଠକକୁ ଘୁଞ୍ଚାଇ ଦେଇଥିଲେ ଏବଂ ପରେ ଇସ୍ତଫା ଦେବାକୁ ରାଜି ଥିବା କହିଥିଲେ। ଗଲା ବର୍ଷ ହାସନଙ୍କୁ ନିଯୁକ୍ତି ମିଳିଥିଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ତାଙ୍କର ସମ୍ପର୍କ ଖୁବ ଭଲ ବୋଲି କୁହାଯାଏ। ତେବେ ଆନ୍ଦୋଳନରତ ଛାତ୍ରମାନେ ତାଙ୍କୁ ଇସ୍ତଫା ଦେବା ପାଇଁ ଏକ ଘଣ୍ଟାର ଅଲଟିମେଟମ୍ ଦେଇଥିଲେ।

ଅର୍ଥ ମନ୍ତ୍ରଣାଳୟର ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି ଯେ ବାଂଲାଦେଶ ବ୍ୟାଙ୍କ ଗଭର୍ଣ୍ଣର ଅବଦୁର ରୁଫ ତାଲୁକର ମଧ୍ୟ ଇସ୍ତଫା ଦେଇଛନ୍ତି କିନ୍ତୁ ଏହି ପଦବୀକୁ ଗୁରୁତ୍ୱ ଦେଇ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ। କିଛି ଦିନ ପୂର୍ବରୁ ଚାରିଜଣ ଡେପୁଟି ଗଭର୍ଣ୍ଣର ଦୁର୍ନୀତିରେ ଲିପ୍ତ ଥିବା ୩୦୦ ରୁ ୪୦୦ ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

ଦେଶରେ ସଂରକ୍ଷଣକୁ ବିରୋଧକରି ଛାତ୍ରମାନଙ୍କର ଆନ୍ଦୋଳନ ପରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଥିରେ ଅନେକ ପୋଲିସ କର୍ମଚାରୀଙ୍କ ସମେତ ୪୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯେଉଁଠି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦୋଷୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri