Posted inଖେଳ

ଗୋଟିଏ ମ୍ୟାଚ୍‌ରେ ୨ ଶତକ, ଇତିହାସ ରଚିଲେ ଏହି କ୍ରିକେଟର

ଗାଲେ,୨୧।୬: ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ କମାଲ କରିଛନ୍ତି ଜଣେ କ୍ରିକେଟର। ମ୍ୟାଚ୍‌ର ଉଭୟ ଇନିଂସରେ ସେ ଶତକ ହାସଲ କରି ଇତିହାସ ରଚିଛନ୍ତି। କ୍ରିକେଟରଜଣଙ୍କ ହେଲେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ଶାଣ୍ଟୋ। ତେବେ ସେ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିବା ପ୍ରଥମ ବାଂଲାଦେଶୀ ଅଧିନାୟକ ହୋଇଛନ୍ତି। ଶାନ୍ତୋ ପ୍ରଥମ ଇନିଂସରେ ୧୪୮ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେ ୧୨୫ ରନର ଅପରାଜିତ ଇନିଂସ ଖେଳିଛନ୍ତି।

ବାଂଲାଦେଶ ୬ ଉଇକେଟରେ ୨୮୫ ରନ୍‌ରେ ତା’ର ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଏହିପରି ଶ୍ରୀଲଙ୍କାକୁ ଏହି ଟେଷ୍ଟ ମ୍ୟାଚ ଜିତିବା ପାଇଁ ୨୯୬ ରନ କରିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ଏହି ଟେଷ୍ଟ ମ୍ୟାଚ୍‌ରେ ଆଉ ସମୟ ନାହିଁ। ପଞ୍ଚମ ଦିନର ଖେଳ ଶେଷ ହେବାକୁ କେବଳ କିଛି ଓଭର ବାକି ଅଛି। ଏପରି ପରିସ୍ଥିତିରେ ଏହି ଟେଷ୍ଟ ମ୍ୟାଚ ଡ୍ର ଆଡକୁ ଯାଉଛି।

ବାଂଲାଦେଶ ଅଧିନାୟକ ନାଜମୁଲ ଗାଲେ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି। ସେ ଏହି ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୨୭୯ ବଲ୍ରେ ୧୫ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୪୮ ରନ କରିଥିଲେ। ଏହା ବ୍ୟତୀତ ମୁଶଫିକର ରହିମ ମଧ୍ୟ ପ୍ରଥମ ଇନିଂସରେ ୧୬୩ ରନ୍‌ର ଇନିଂସ ଖେଳିଥିଲେ। ଏହା ସହିତ ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୪୯୫ ରନ କରିଥିଲା।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶର ଅଧିନାୟକ ୧୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିଲେ। ନାଜମୁଲ ଉଭୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏକ ଶତକ ହାସଲ କରିଥିଲେ। ସେ ଏହି ଟେଷ୍ଟ ମ୍ୟାଚରେ ୨୭୩ ରନ କରିଥିଲେ, ଯାହା ଏକ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶର ସର୍ବାଧିକ ସ୍କୋର। ସେ ମୁସଫିକର ରହିମଙ୍କ ରେକର୍ଡ ଭାଙ୍ଗିଥିଲେ। ୨୦୧୩ରେ ଗାଲେ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚରେ ବାଂଲାଦେଶର ଅଧିନାୟକତ୍ୱ ସମୟରେ ରହିମ ମୋଟ ୨୦୦ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri