ନୂଆଦିଲ୍ଲୀ,୨୭।୫: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର କାରବାର ଶୁଭାରମ୍ଭ କରିବାର ସାଢ଼େ ସାତ ବର୍ଷ ମଧ୍ୟରେ ମୋଟ ୨.୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହୋଇଛି। ବର୍ତ୍ତମାନ ବ୍ୟାଙ୍କ୍ ବୁକ୍ରେ ୩ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି। ସେହିଭଳି ବ୍ୟାଙ୍କ୍ର ମୋଟ କାରବାର (ଜମା ଓ ଅଗ୍ରିମ) ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବର୍ଷକୁ ବର୍ଷ ଭିତ୍ତିରେ ୧୧% ବୃଦ୍ଧି ପାଇ ୨.୧୭ ଲକ୍ଷ କୋଟି ଟଙ୍କା ହୋଇଛି। ଅପରପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକରେ ବ୍ୟାଙ୍କ୍ର ଜମା ବୁକ୍ ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨% ବୃଦ୍ଧି ପାଇଛି। ବର୍ତ୍ତମାନ ବ୍ୟାଙ୍କର ମୋଟ ଜମା ୧.୦୮ ଲକ୍ଷ କୋଟି ଟଙ୍କା ରହିଛି। ସେହିପରି ବ୍ୟାଙ୍କର ମୋଟ ଜମାରେ ଚଳନ୍ତି ଓ ସଞ୍ଚୟ ଖାତା ପୁସ୍ତିକା (କାସା) ଅନୁପାତ ବର୍ତ୍ତମାନ ମୋଟ ଜମାର ୩୯.୩% ରହିଛି। ଏପରିକି ଅଗ୍ରିମ କ୍ଷେତ୍ରରେ ବ୍ୟାଙ୍କ୍ ପୂର୍ବବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୦% ବୃଦ୍ଧି ହାସଲ କରିଛି। ବର୍ତ୍ତମାନ ବ୍ୟାଙ୍କର ମୋଟ ଅଗ୍ରିମ ୧.୦୯ ଲକ୍ଷ କୋଟି ଟଙ୍କା ରହିଛି। ସେହିପରି ବ୍ୟାଙ୍କ୍ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ବଚ୍ଛତା ଅନୁପାତ (ସିଏଆର୍) ୧୯.୮% ରହିଛି, ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି। ପୂର୍ବ ଓ ଉତ୍ତର ପୂର୍ବ ଭଳି ମୌଳିକ ବଜାରରୁ ଆଗକୁ ବଢ଼ି ବ୍ୟାଙ୍କ୍ର ଉପସ୍ଥିତି ସମ୍ପ୍ରସାରଣ ଜାରି ରଖିଛି।
ପ୍ରଥମ ମିସ୍ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ
ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍ ଇଣ୍ଡିଆ ମୁକୁଟ...
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…
ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...
ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ
ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...
କିସ୍ ଛାତ୍ରଙ୍କୁ ହତ୍ୟା, ପ୍ରେସ୍ମିଟ୍ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…
ଭୁବନେଶ୍ୱର,୧୭ା୧୨: କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍ରେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...
‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ
ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...
ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା
ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...
Archives


