ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି

ଗୋବିନ୍ଦପାଲି, ୨୮ା୮(କାର୍ତ୍ତିକ ରଥ): ଅନ୍ଧାରିମୂଲକ ଭିତରେ ଆଶାର କିରଣ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର ହେବେ ମଙ୍ଗଳା । ସେ ଚୟନ ହେବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଆସନ୍ତା ୩୦ ତାରିଖରେ ନାମ ଲେଖାଇବେ । ବଣ୍ତାଘାଟିର ଅଣ୍ଡ୍ରାହଲ ପଞ୍ଚାୟତ ଅଧୀନ ବଡ଼ବେଲ ଗଁାର ମେଧାବୀ ଛାତ୍ର ମଙ୍ଗଳା। ବାପା ହାଡ଼ି ମୁଦୁଲି ଏବଂ ମାଆ ମଙ୍ଗଳି ମୁଦୁଲିଙ୍କ ବଡ଼ ପୁଅ ।

ପିଲାଟି ଦିନରୁ ଅଭାବ ଅନଟନରେ ପାଠ ପଢ଼ିବାକୁ ସଂଘର୍ଷ କରିଥିଲେ । ପ୍ରଥମେ ମୁଦୁଲିପଡ଼ା ସରକାରୀ ଆବାସିକ ବିଦ୍ୟାଳୟରେ ପ୍ରଥମରୁ ୧୦ ଯାଏ ପଢ଼ି ସେଠାରୁ ୧୦ ମରେ ଦ୍ବିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେଠାରୁ ମାଥିଲିରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିଲେ। ପିଲାଟି ଦିନରୁ ଡାକ୍ତର ହେବା ପାଇଁ ମଙ୍ଗଳାଙ୍କର ଏକ ସ୍ବପ୍ନ ଥିଲା। ଏହାକୁ ପୂରଣ ପାଇଁ ବଣ୍ତାଘାଟିର ଶିକ୍ଷକ ଉତ୍କଳ କେଶରୀ ଦାସ ପିଲାଟି ପାଇଁ ଦେବଦୂତ ସାଜିଥିଲେ।

ମେଧାବୀ ପିଲାର ପାଠପଢା ଆଗ୍ରହ ଦେଖି ତାଙ୍କୁ ଡାକ୍ତରୀ ପଢିବା ପାଇଁ ନିଜ ଗାଁରେ ରଖି ଅଭ୍ୟାସ କରାଉଥିଲେ। ସେହିପରି ସାମାଜିକ କର୍ମୀ ଜୟନ୍ତୀ ବୁରୁଦା ମଙ୍ଗଳାଙ୍କ ପାଠପଢା ଦେଖି ଏକ ମୋବାଇଲ ଫୋନ ଦେଇଥିଲେ। ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମଙ୍ଗଳା। ଆସନ୍ତା ୩୦ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ସେ ନାମ ଲେଖାଇବେ । ଡାକ୍ତର ହୋଇ ଲୋକଙ୍କ ସେବା କରିବା ସହ ସ୍ବପ୍ନ ପୂରଣ କରିବାକୁ ପାଠପଢାରେ ଉଦ୍ୟମ ଜାରି ରଖିବା ସହିତ ତାଙ୍କ ସଫଳତା ପଛରେ ଥିବା ବଦାନ୍ୟ ବ୍ୟକ୍ତିଙ୍କୁ ଏହାର ଶ୍ରେୟ ଦେଇଛନ୍ତି ମଙ୍ଗଳା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri