ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଭିଷ୍ମଗିରୀ ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି। ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଆୟୋଜିତ ଚାରାରୋପଣ ସଚେତନତା ସଭାରେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁଙ୍କ ସମେତ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ବିନୟ ବ୍ରୁ, ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ, ବନରକ୍ଷୀ ଗିରିଜା ଶଙ୍କର ଦୋରା, ସରୋଜ ମଲ୍ଲିକ, ଲକ୍ଷପତି ଗମାଙ୍ଗ, ପ୍ରିୟଦର୍ଶିନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ଶେଷରେ ଉଭୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବନ କର୍ମଚାରୀଙ୍କ ଉପସ୍ଥିତିରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚାସୀନ ଅତିଥିଗଣ ‘ମା’ଙ୍କ ନାଁରେ ଗଛଟିଏ’କୁ ନେଇ ବକ୍ତବ୍ୟ ରଖିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବହୁ ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ରେଡକ୍ରସର ଉପଦେଷ୍ଟା ରଞ୍ଜନ ଗୌଡ ସହଯୋଗ କରିଥିଲେ । ଶେଷରେ ମହାବିଦ୍ୟାଳୟ ସ୍ଥିତ ଭାରତ ସ୍କାଉଟ ଓ ଗାଇଡର ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


