ସ୍କୁଲରେ ସ୍ମାର୍ଟଫୋନ୍‌ ନିଷିଦ୍ଧ କରାଯାଉ: ୟୁନେସ୍କୋ

ଲଣ୍ଡନ,୨୭।୭: ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ର ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ଶ୍ରେଣୀଗୃହରେ ସେମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏହାକୁ ଦୂର କରି ଶିକ୍ଷାରେ ଉନ୍ନତି ଆଣିବା ଏବଂ ପିଲାଙ୍କୁ ଅନ୍‌ଲାଇନ ଠକାମିରୁ ସୁରକ୍ଷା ଦେବା ନିମନ୍ତେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସୁପାରିସ କରାଯାଇଛି।
ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସଂସ୍କୃତି ଏଜେନ୍ସି ‘ୟୁନେସ୍କୋ’ ପକ୍ଷରୁ କୁହାଯାଇଛି ଯେ, ଅତ୍ୟଧିକ ମୋବାଇଲ୍‌ ଫୋନ୍‌ ବ୍ୟବହାର ଯୋଗୁ ପିଲାଙ୍କ ଶିକ୍ଷାଗତ ପ୍ରଦର୍ଶନ ହ୍ରାସ ପାଉଛି। ଅଧିକ ସମୟ ଧରି ମୋବାଇଲ ଫୋନ୍‌ ଧରି ବସିଲେ ପିଲାମାନଙ୍କ ମାନସିକ ସ୍ଥିରତା ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସ୍ମାର୍ଟଫୋନ୍‌ ଏବଂ କୃତ୍ରିମ ବୃଦ୍ଧିମତ୍ତା (ଏଆଇ) ସମେତ ଡିଜିଟାଲ ଟେକ୍ନୋଲୋଜିକୁ ଶିକ୍ଷାର ‘ମାନବକୈନ୍ଦ୍ରିକ ଦୂରଦୃଷ୍ଟି’ରେ ଅତ୍ୟଧିକ ଗୁରୁତ୍ୱ ଦେବା ଅନୁଚିତ। ଶିକ୍ଷକଙ୍କ ଦ୍ୱାରା ମୁହଁାମୁହିଁ ପାଠପଢ଼ାର ଏହା ବିକଳ୍ପ ନୁହେଁ। ପ୍ରତ୍ୟେକ ପରିବର୍ତ୍ତନରେ ବିକାଶସାଧିତ ହୋଇ ନ ଥାଏ। ପ୍ରଯୁକ୍ତିର ବିକାଶ ଯୋଗୁ ଟେକ୍ନୋଲୋଜି ଉପରେ ମଣିଷ ଅତ୍ୟଧିକ ନିର୍ଭରଶୀଳ ନ ହୋଇ ନିଜସ୍ବ ଉଦ୍ୟମ ଜାରି ରଖିବା ଉଚିତ ବୋଲି ଏହି ରିପୋର୍ଟ ରେଖାଙ୍କିତ କରିଛି। ଏଥିସହ ଶିକ୍ଷାର ସାମାଜିକ ଦିଗ ଉପରେ ଗୁରୁତ୍ୱ ଦେବା ପାଇଁ ନୀତି ପ୍ରଣୟନକାରୀମାନଙ୍କୁ ୟୁନେସ୍କୋ ସତର୍କ କରାଇଛି। ଡିଜିଟାଲ ବିପ୍ଳବରେ ଅମାପ ସମ୍ଭାବନା ରହିଛି। କିନ୍ତୁ ସମାଜରେ ଏହାକୁ ନିୟନ୍ତ୍ରଣ କରି ଶିକ୍ଷାରେ ଏହାର ଉପଯୋଗକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୌଲେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଶିକ୍ଷା, ଅନୁଭୂତିକୁ ତ୍ୱରାନ୍ବିତ କରିବା ଏବଂ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଙ୍ଗଳ ପାଇଁ ବ୍ୟବହାର କରାଯିବା ଜରୁରୀ। କିନ୍ତୁ ତାହା ସେମାନଙ୍କ କ୍ଷତିସାଧନ ନ କରୁ। ଶିକ୍ଷାର୍ଥୀଙ୍କ ଆବଶ୍ୟକତାକୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଉ ଏବଂ ପରେ ଶିକ୍ଷକମାନଙ୍କ ପାଇଁ ଡିଜିଟାଲ ଟେକ୍ନୋଲୋଜି ଯେପରି ସହାୟକ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉ। ଅନ୍‌ଲାଇନ କନେକଶନ ବ୍ୟକ୍ତିଗତ ଭାବେ ଭାବ ବିନିମୟର ବିକଳ୍ପ ନୁହେଁ ବୋଲି ଅଜୌଲେ କହିଛନ୍ତି। ଶିକ୍ଷାର ଗୁଣବତ୍ତା ପାଇଁ ଡିଜିଟାଲ ଟେକ୍ନୋଲୋଜି ଉଦ୍ଦିଷ୍ଟ ବୋଲି ଦର୍ଶାଇବା ଭଳି ଉତ୍କୃଷ୍ଟ ଗବେଷଣା କରାଯାଇ ନ ଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ଘରୋଇ ଶିକ୍ଷା ସଂସ୍ଥାଗୁଡ଼ିକ ଡିଜିଟାଲ ଶିକ୍ଷାର ବ୍ୟବସାୟୀକରଣ ପାଇଁ ଡିଜିଟାଲ ମାଧ୍ୟମର ଯଥାର୍ଥତା ପ୍ରମାଣିତ କରିବା ସକାଶେ ପାଣ୍ଠି ଯୋଗାଇଥାନ୍ତି। ସାରା ବିଶ୍ୱରେ ଶିକ୍ଷାନୀତି ପ୍ରଣୟନ କ୍ଷେତ୍ରରେ ଏଭଳି ସଂସ୍ଥାର ପ୍ରଭାବ ବୃଦ୍ଧି ଚିନ୍ତାର ବିଷୟ ବୋଲି ୟୁନେସ୍କୋ ପକ୍ଷରୁ କୁହାଯାଇଛି। ଡିଜିଟାଲ ଟେକ୍ନୋଲୋଜି ଛାତ୍ରୀଛାତ୍ରଙ୍କର କ୍ଷତି କରିବା ପରିବେର୍ତ୍ତ ସେମାନଙ୍କ ପାଇଁ ଯେପରି ଲାଭଦାୟକ ହେବ ତାହା ସୁନିଶ୍ଚିତ କରିବା ନିମନ୍ତେ ଦେଶଗୁଡ଼ିକର ସ୍ପଷ୍ଟ ଉଦ୍ଦେଶ୍ୟ ଓ ସିଦ୍ଧାନ୍ତ ରହୁ ବୋଲି ଜାତିସଂଘର ଏହି ଏଜେନ୍ସି ଯୁକ୍ତିବାଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri