ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର

ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ  ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର ତିରୁଣା ପଞ୍ଚାୟତ ଓ ଡାବର ପଞ୍ଚାୟତ ଦେଇ ଦେବୀନଦୀକୁ ତେଲସରା ନିକଟରେ ସଂଯୋଗ କରୁଛି। ଏହା ଉପରେ ତିରୁଣା ପଞ୍ଚାୟତର ତିରୁଣା, ଉର, ଦହିପାଳ, ଅରିଓଦା, ନରଣପୁର, ତେଣ୍ଟୋଇ, ଡାବର ପଞ୍ଚାୟତର ଡାବର, ଦେଓପଡା, ଅଙ୍ଗାରୁଆ, ମହନାପାରି, ଜାମୁଗାଁ ପଞ୍ଚାୟତର ନନ୍ଦିଗ୍ରାମ, କୋରୁଅ ପଞ୍ଚାୟତର ବାଲି ମଝିପଡା, ଗାରୋଇ, କୋରୁଅ, ତେଲସରା ଆଦି ଅଞ୍ଚଳର ଚାଷୀମାନେ ନିର୍ଭରଶୀଳ। ବ୍ଲକରେ ପ୍ରବାହିତ ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଯୋର ଦେଇ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ଦୀର୍ଘ ଦିନ ହେବ ସଫେଇ କରାଯାଉ ନ ଥିବାରୁ ବନ୍ୟା ଜଳ ନିଷ୍କାସିତ ହେବାରେ ବାଧା ଉପୁଜିଥିଲା। ଫଳରେ ବନ୍ୟା ସମୟରେ ଡାବର, ତିରୁଣା, ଜାମୁଗାଁ, କୋରୁଅ ପଞ୍ଚାୟତ ଜଳମଗ୍ନ ହୋଇଯାଉଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ଜଳ ସେଚନ ବିଭାଗ ପକ୍ଷରୁ ସେଠାରେ ସଫେଇ କାର୍ଯ୍ୟ କରାଯାଇଛି। ସୂଚନା ଫଳକ ତଥ୍ୟ ଅନୁସାରେ, ଏହି ଯୋର ସଫେଇ ପାଇଁ ୯୮ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ତଦାରଖ ଦାୟିତ୍ୱ ଜଗତ୍‌ସିଂହପୁର ଡ୍ରେନେଜ ବିଭାଗକୁ ଦିଆଯାଇଛି।
୨୦୨୧ ଏପ୍ରିଲ ୧୬ରେ ଏହି ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୫ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଥିଲା। ଇତିମଧ୍ୟରେ କାର୍ଯ୍ୟାଦେଶର ଅବଧି ସରିଥିଲେ ସୁଦ୍ଧା ଯୋର ସଫେଇ କାର୍ଯ୍ୟ ଶେଷ ହୋଇନି। ଅପରପକ୍ଷେ ସମ୍ପୃକ୍ତ ଠିକାଦାର ଯୋର ଭିତର ସଫା ନ କରି ଦୁଇ ପାର୍ଶ୍ୱରୁ ମେଶିନ ସାହାଯ୍ୟରେ ଘାସ ସଫା କରି ବିଲ କରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ଜଳ ନିଷ୍କାସନ ଓ ସଂରକ୍ଷଣରେ ବାଧା ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ କହିଛନ୍ତି, ଏହି ଯୋର ମାଧ୍ୟମରେ ବର୍ଷା ଦିନେ ଉକ୍ତ ବ୍ଳକର ସମସ୍ତ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ତେଣୁ ଜଳ ନିଷ୍କାସନ ପାଇଁ ଓ ମରୁଡି ସମୟରେ ଚାଷ ଜମିକୁ ଜଳ ଯୋଗାଇବାରେ ଉକ୍ତ ଯୋର ଗୁରୁତ୍ୱ ରହିଛି। ମାତ୍ର ଏହାର ସଫେଇ କାମ ନାମକୁ ମାତ୍ର କରାଯାଇଛି। ଏ ସମ୍ପର୍କରେ ଚାଷୀ ସୁବାସ ସ୍ବାଇଁ କହିଛନ୍ତି, ଯେଉ ଭଳି ଭାବେ ଯୋର ସଫେଇ କରାଯାଇଛି ତାହା ଚାଷୀଙ୍କ କାମରେ ଆସିବ ନାହିଁ। ଏ ପ୍ରସଙ୍ଗରେ ବିଭାଗର କନିଷ୍ଠଯନ୍ତ୍ରୀ ସରୋଜ ଦୀକ୍ଷିତଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri