ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର

ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ  ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର ତିରୁଣା ପଞ୍ଚାୟତ ଓ ଡାବର ପଞ୍ଚାୟତ ଦେଇ ଦେବୀନଦୀକୁ ତେଲସରା ନିକଟରେ ସଂଯୋଗ କରୁଛି। ଏହା ଉପରେ ତିରୁଣା ପଞ୍ଚାୟତର ତିରୁଣା, ଉର, ଦହିପାଳ, ଅରିଓଦା, ନରଣପୁର, ତେଣ୍ଟୋଇ, ଡାବର ପଞ୍ଚାୟତର ଡାବର, ଦେଓପଡା, ଅଙ୍ଗାରୁଆ, ମହନାପାରି, ଜାମୁଗାଁ ପଞ୍ଚାୟତର ନନ୍ଦିଗ୍ରାମ, କୋରୁଅ ପଞ୍ଚାୟତର ବାଲି ମଝିପଡା, ଗାରୋଇ, କୋରୁଅ, ତେଲସରା ଆଦି ଅଞ୍ଚଳର ଚାଷୀମାନେ ନିର୍ଭରଶୀଳ। ବ୍ଲକରେ ପ୍ରବାହିତ ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଯୋର ଦେଇ ଜଳ ନିଷ୍କାସିତ ହୋଇଥାଏ। ମାତ୍ର ଦୀର୍ଘ ଦିନ ହେବ ସଫେଇ କରାଯାଉ ନ ଥିବାରୁ ବନ୍ୟା ଜଳ ନିଷ୍କାସିତ ହେବାରେ ବାଧା ଉପୁଜିଥିଲା। ଫଳରେ ବନ୍ୟା ସମୟରେ ଡାବର, ତିରୁଣା, ଜାମୁଗାଁ, କୋରୁଅ ପଞ୍ଚାୟତ ଜଳମଗ୍ନ ହୋଇଯାଉଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ଜଳ ସେଚନ ବିଭାଗ ପକ୍ଷରୁ ସେଠାରେ ସଫେଇ କାର୍ଯ୍ୟ କରାଯାଇଛି। ସୂଚନା ଫଳକ ତଥ୍ୟ ଅନୁସାରେ, ଏହି ଯୋର ସଫେଇ ପାଇଁ ୯୮ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ତଦାରଖ ଦାୟିତ୍ୱ ଜଗତ୍‌ସିଂହପୁର ଡ୍ରେନେଜ ବିଭାଗକୁ ଦିଆଯାଇଛି।
୨୦୨୧ ଏପ୍ରିଲ ୧୬ରେ ଏହି ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୫ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଥିଲା। ଇତିମଧ୍ୟରେ କାର୍ଯ୍ୟାଦେଶର ଅବଧି ସରିଥିଲେ ସୁଦ୍ଧା ଯୋର ସଫେଇ କାର୍ଯ୍ୟ ଶେଷ ହୋଇନି। ଅପରପକ୍ଷେ ସମ୍ପୃକ୍ତ ଠିକାଦାର ଯୋର ଭିତର ସଫା ନ କରି ଦୁଇ ପାର୍ଶ୍ୱରୁ ମେଶିନ ସାହାଯ୍ୟରେ ଘାସ ସଫା କରି ବିଲ କରିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ଜଳ ନିଷ୍କାସନ ଓ ସଂରକ୍ଷଣରେ ବାଧା ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ କହିଛନ୍ତି, ଏହି ଯୋର ମାଧ୍ୟମରେ ବର୍ଷା ଦିନେ ଉକ୍ତ ବ୍ଳକର ସମସ୍ତ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ତେଣୁ ଜଳ ନିଷ୍କାସନ ପାଇଁ ଓ ମରୁଡି ସମୟରେ ଚାଷ ଜମିକୁ ଜଳ ଯୋଗାଇବାରେ ଉକ୍ତ ଯୋର ଗୁରୁତ୍ୱ ରହିଛି। ମାତ୍ର ଏହାର ସଫେଇ କାମ ନାମକୁ ମାତ୍ର କରାଯାଇଛି। ଏ ସମ୍ପର୍କରେ ଚାଷୀ ସୁବାସ ସ୍ବାଇଁ କହିଛନ୍ତି, ଯେଉ ଭଳି ଭାବେ ଯୋର ସଫେଇ କରାଯାଇଛି ତାହା ଚାଷୀଙ୍କ କାମରେ ଆସିବ ନାହିଁ। ଏ ପ୍ରସଙ୍ଗରେ ବିଭାଗର କନିଷ୍ଠଯନ୍ତ୍ରୀ ସରୋଜ ଦୀକ୍ଷିତଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri