Posted inଖେଳ

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି ଫାଇଟର୍‌ ଏବଂ ୟୁନୟନ ସ୍ପୋର୍ଟିଂ କଟକ ମଧ୍ୟରେ ହୋଇଥିଲା।

ରାଞ୍ଚି ଦଳକୁ ୧୫୯ ରନରେ ପରାସ୍ତ କରି କଟକ ଫାଇନାଲରେ ପ୍ରବେଶ କରିଛି। ରାଞ୍ଚି ଦଳ ଟସ୍‌ ଜିତି କଟକକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କଟକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୪୫ ରନ୍‌ କରିଥିଲା । ଦଳ ପକ୍ଷରୁ ବିଶ୍ୱଜିତ ପ୍ରଧାନ ଅପରାଜିତ ୧୦୦ ଓ ରାଜୀବ ଲୋଚନ ସାହୁ ୯୦ ରନ୍‌ କରିଥିଲେ। ରାଞ୍ଚି ଦଳର ଅରୁଣ ଯାଦବ ୨ଟି ଉଇକେଟ ନେଇଥିଲେ।

ଜବାବରେ ରାଞ୍ଚି ଦଳ ବ୍ୟାଟିଂ କରି ୧୩.୫ ଓଭରରେ ସମସ୍ତ ଉଇକେଟ ହରାଇ ୮୬ ରନ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ରାହୁଲ ମାହାତ ୨୯ ଓ ପର୍ଦୁମ କୁମାର୍‌ ୨୨ ରନ କରିଥିଲା ବେଳେ କଟକ ଦଳର ଗଣେଶ ତମାର ୪ଟି ଏବଂ ଅଧିନାୟକ ସୌରଭ କାନୋଜିଆ ୩ଟି ଉଇକେଟ ନେଇଥିଲେ।

କଟକର ବିଶ୍ୱଜିତ ପ୍ରଧାନଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। କାଉନସିଲର ସଂଯୁକ୍ତା ଆଚାର୍ଯ୍ୟ ଓ ବାସନ୍ତୀ ମାଝୀ ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହେବା ସହ ମ୍ୟାଚ୍‌ର ଉଦ୍‌ଘାଟନ କରିଥିଲେ।

ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ, ଜିଲା ସରପଞ୍ଚ ସଂଘ ସଭାପତି ସତ୍ୟ ନାରାୟଣ ପାଣି ଓ ଯୁବନେତା ଭୋଳେସର ପ୍ରଧାନ ଅତିଥିଭାବେ ଯୋଗଦେଇ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବାମଣ୍ଡା କ୍ରିକେଟ କ୍ଲବ ଉପସଭାପତି ଅଶୋକ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri